Breaking
News
Breaking
News
27-Dec-2024
ପିପୁଲ୍ସ କଲେଜରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର,
ଓଡିଶା ଜନମତ ବ୍ୟୁରୋ,
ବୁଗୁଡା : ତା ୨୭/୧୨/୨୪ : ସ୍ଥାନୀୟ ପିପୁଲ୍ସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସମ୍ମିଳନୀ କକ୍ଷରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁରସ୍ଥ କିଟ୍ ୟୁନିଭରସିଟିର ପ୍ରଫେସର ହିମାଂଶୁ ଶେଖର ତ୍ରିପାଠୀ ଯୋଗ ଦେଇ ପାଠଚକ୍ରର ବିଷୟବସ୍ତୁ " ଦି ଲାଙ୍ଗୁଏଜ୍ ଅଫ୍ ସକସେସ୍ ମାଷ୍ଟରିଂ କମ୍ଯୁନିକେଟିଭ୍ ଇଙ୍ଗଲିସ୍ ଫର୍ ଏ ବେଟର ଫ୍ଯୁଚର " ସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ଯାପକ ପ୍ରଦୀପ କୁମାର ଦାଶ, ପବିତ୍ର ଖଣ୍ଡୁଆଳ ଓ ଲୋକନାଥ ବେହେରା ପ୍ରମୁଖ ମଞ୍ଚାସୀନ ରହି ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ଏ ଅବସରରେ ଛାତ୍ର ଅମର ନାୟକ ଓ ସଞ୍ଜୟ ନାୟକଙ୍କ ଦ୍ବାରା ଆଲୋଚନା ଚକ୍ରର ସନ୍ଦର୍ଭ ପାଠ କରାଯାଇଥିଲା। ଏଥି ସହ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରାକ୍ତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂହଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା ବେଳେ ପ୍ରାରମ୍ଭରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ଏବଂ ପରିଶେଷରେ ଛାତ୍ରୀ ରେସ୍ମା ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।
BACK TO TOP