Breaking
News
Breaking
News
27-Dec-2024
ଫସଲ କ୍ଷୟକ୍ଷତି ପରଖିଲେ ଦିଗପହଣ୍ଡି ବିଧାୟକ,
ଓଡିଶା ଜନମତ ବ୍ୟୁରୋ,
କୁକୁଡାଖଣ୍ଡି ଚଳିତବର୍ଷ ଖରିପ ଋତୁର ପାଚିଲା ଧାନକୁ ବାରମ୍ବାର ଆଘାତ ଦେଇଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଗୁଚାପ ଜନିତ ବର୍ଷା ଜଳ l ଲଗାଣ ବର୍ଷା ଯୋଗୁଁ ଚାଷୀଙ୍କ ବର୍ଷକ ଅମଳ ଧାନ ଗୁଡିକ ବର୍ଷା ପାଣିରେ ସମ୍ପୂର୍ଣ ଭିଜିଯାଇଥିବା ବେଳେ ଭିଜା ଧାନ କୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଚାଷୀ l ଗଞ୍ଜାମ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ କୁକୁଡାଖଣ୍ଡି ବ୍ଲକର ବିଭିନ୍ନ ଅଞ୍ଚଳରେ ଧାନ ନଷ୍ଟ ହୋଇଥିବା ଦେଖାଦେଇଛି l ଶୁକ୍ରବାର ପୂର୍ବାହ୍ନ ରେ ଦିଗପହଣ୍ଡି ବିଧାୟକ ଡ଼ଃ.ସିଦ୍ଧାନ୍ତ ମହାପାତ୍ର ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର, ବାଲିପଡ଼ା, ଡ଼େଙ୍ଗାପଦର ପଂଚାୟତର ବିଭିନ୍ନ ଚାଷଜମି ପରିଦର୍ଶନ କରିଥିବା ବେଳେ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରଙ୍କ ତରଫରୁ କ୍ଷତିପୂର୍ଣ୍ଣ ସହାୟତା ଯୋଗାଇଦେବା କୁ ବିଧାୟକ ଶ୍ରୀ ମହାପାତ୍ର ପ୍ରତିଶୃତି ଦେଇଛନ୍ତି l ବିଧାୟକଙ୍କ ଗ୍ରସ୍ତ ବେଳେ ପୂର୍ବତନ ସମବାୟ ସଭାପତି ସନାତନ ସଂଗ୍ରାମ ସିଂ, ନଳିନୀ ବିଷୟୀ, ମହନ୍ତ ଚିନ୍ମୟନନ୍ଦ ଦାସ, ମଣ୍ଡଳ ସଭାପତି ନନ୍ଦ କିଶୋର, ରଜତପାତ୍ର, ସନ୍ତୋଷ ଚୌଧୁରୀ,ଜିତେନ୍ଦ୍ର ସେଠିଙ୍କ ସମେତ ବହୁ ଚାଷୀ ଓ ସ୍ଥାନୀୟ ଆର.ଆଇ ଓ କୃଷି ବିଭାଗର କର୍ମଚାରି,ବିଧାୟକ ସମର୍ତକ ମାନେ ଉପସ୍ଥିତ ଥିଲେ l
BACK TO TOP