Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ବାଲିଗୁଡା ରେ ନେଟୱାର୍କ ଅସୁବିଧା ଯୋଗୁଁ, ଇଣ୍ଟେର ନେଟ ସେବା ବ୍ୟାହତ କାରଣରୁ ଲୋକେ ହନ୍ତସନ୍ତ |

28-Apr-2026

ମୋବାଇଲ ନେଟୱର୍କ ବିପର୍ଯ୍ୟସ୍ତ : ଇଣ୍ଟରନେଟ ସେବା ବ୍ଯାହତ ଯୋଗୁଁ ବାଲିଗୁଡା ବାସୀ ହନ୍ତସନ୍ତ  

ଓଡିଶା ଜନମତ, ବାଲିଗୁଡା, ତା, ୨୮/୦୪ 

ସଞ୍ଜୟ କୁମାର ପାଣିଗ୍ରାହୀ: ---

ଓଡିଶାର ବୃହତ୍ତମ ଉପଖଣ୍ଡ ଭାବେ ବେଶ ପରିଚିତ ଥିବା କନ୍ଧମାଳ ଜିଲ୍ଲା ବାଲିଗୁଡା ଟାଉନରେ ଆଜକୁ ଦିର୍ଘଦିନ ହେଲା ମୋବାଇଲ ନେଟୱର୍କ ସେବା ବିପର୍ଯ୍ୟସ୍ତ ରହୁଥିବା ଯୋଗୁଁ ଉପଭୋକ୍ତା ତଥା ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡିଛି। ସହର ବାସୀଙ୍କୁ ପ୍ରଥମେ ମୋବାଇଲ ସେବା ପ୍ରଦାନ କରି ଆସୁଥିବା ବିଏସଏନଏଲ ସଂସ୍ଥା ରୁଗଣ ଅବସ୍ଥାକୁ ଚାଲି ଆସିବା ପରେ ଉପଭୋକ୍ତା ମାନେ ବାଧ୍ୟ ହୋଇ ଜିଓ ଘରୋଇ କମ୍ପାନୀର ମୋବାଇଲ ନେଟୱାର୍କ ଉପରେ ଅଞ୍ଚଳବାସୀ ପୁରା ନିର୍ଭର କରି ଚଳି ଆସୁଛନ୍ତି। ହେଲେ ଏହି ଜିଓ କମ୍ପାନୀ ସ୍ୱଳ୍ପ ଶକ୍ତି ସମ୍ପନ୍ନ ଟାୱାର କାର୍ଯ୍ୟକ୍ଷମ କରିଥିଲା, ବର୍ତ୍ତମାନ ଏହାର ଗ୍ରାହକ ସଂଖ୍ୟା ଅଧିକା ଥିବା ଯୋଗୁଁ ଆଉ ସ୍ୱଳ୍ପ ଶକ୍ତି ସମ୍ପନ ଟାୱାର ପୂର୍ବ ପରି ଆଉ ଉଚିତ ସେବା ପ୍ରଦାନ ନକରି ଅଞ୍ଚଳବାସୀଙ୍କୁ ଶୋଷଣ କରୁଥିବା ଅଭିଯୋଗ ହେଉଛି। ଗ୍ରାହକ ସଂଖ୍ୟା ଅଧିକା ଥିବା ଯୋଗୁଁ ଜିଓ କମ୍ପାନୀ ଉଚ୍ଚ ଶକ୍ତି ସମ୍ପନ ଟାୱାର ବସାଇବା ପାଇଁ ଅଞ୍ଚଳ ବାସୀ ଦାବୀ କରିଛନ୍ତି l ଆଜିର ଡିଜିଟାଲ ଯୁଗରେ ସମସ୍ତଙ୍କ ପାଇଁ ମୋବାଇଲ ଓ ଇଣ୍ଟରନେଟ ସେବା ଅପରିହାର୍ଯ୍ଯ ହୋଇଥିବା ବେଳେ ସମସ୍ତ ସରକାରୀ , ବେସରକାରୀ କାର୍ଯ୍ଯାଳୟ ଓ ଶିକ୍ଷାନୁଷ୍ଠାନ ଗୁଡିକ ଇଣ୍ଟରନେଟ ସେବା ଉପରେ ନିର୍ଭର କରୁଛନ୍ତି । ବାଲିଗୁଡା ଟାଉନରେ ଉପଖଣ୍ଡ ସ୍ତରୀୟ ସମସ୍ତ କାର୍ଯ୍ୟାଳୟ ରହିଛି, ଯାହାକି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ , ବ୍ଲକ କାର୍ଯ୍ୟଳୟ, ଅତିରିକ୍ତ ଦୌରାଜଜ, ଉପଖଣ୍ଡ ଡାକ୍ତର ଖାନା, ବିଜ୍ଞାପିତ ଅଞ୍ଚଳ ପରିଷଦ, ବିଭିନ୍ନ ବ୍ୟାଙ୍କ ସଂସ୍ଥା ଓ ସରକାରୀ ବିଭାଗରେ କାର୍ଯ୍ଯରତ କର୍ମଚାରୀମାନେ ଦୁର୍ବଳ ମୋବାଇଲ ନେଟୱର୍କ ଯୋଗୁଁ ସଦାସର୍ବଦା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାଯାଇଛି। ସେହପରି ପାଠ ପଢ଼ିବା ନିମନ୍ତେ ଛାତ୍ରଛାତ୍ରୀ ମାନେ ମଧ୍ଯ ମୋବାଇଲ ନେଟୱର୍କ ଉପରେ ସଂପୂର୍ଣ୍ଣ ରୁପେ ନିର୍ଭର କରିଥାନ୍ତି। ବର୍ତ୍ତମାନ ପ୍ରବଳ ଖରା ଓ ଗରମ ଯୋଗୁଁ ସରକାର ସ୍କୁଲ ଗୁଡିକୁ ଛୁଟି ଘୋଷଣା କରି ଅନଲାଇନ ରେ ଶିକ୍ଷା ଦାନ ପାଇଁ ଘୋଷଣା କରିଛନ୍ତି l ଏଭଳି ସ୍ଥିତିରେ ମୋବାଇଲ ନେଟୱାର୍କ ରୁ  ଅଞ୍ଚଳବାସୀ ବଞ୍ଚିତ ହେବା ଅତି ନିନ୍ଦନୀୟ ଘଟଣା ବୋଲି ଚର୍ଚ୍ଚା ହେଉଛି । ତେଣୁ ବାଲିଗୁଡା ସହର ବାସୀଙ୍କ ସ୍ବାର୍ଥ ଓ ସୁବିଧାକୁ ଦୃଷ୍ଟିରେ ରଖି ବିଏସଏନଏଲ ଏବଂ ଜିଓ ଘରୋଇ ମୋବାଇଲ ଓ ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥା ବାଲିଗୁଡା ସହର ର ବିଭିନ୍ନ ସ୍ଥାନରେ ଉଚ୍ଚ ଶକ୍ତି ସମ୍ପନ୍ନ ଏକାଧିକ ମୋବାଇଲ ଟାୱାର ସ୍ଥାପନ କରି ଅଞ୍ଚଳ ବାସୀଙ୍କୁ ନିର୍ଭୁଲ ସେବା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି। ସେହିପରି ନୁଆସାହି ସତସଙ୍ଗ କେନ୍ଦ୍ର ନିକଟରେ ଥିବା ଜିଓ ଘରୋଇ ମୋବାଇଲ ସେବା ପ୍ରଦାନ କାରି ଟାୱାର ଟି ବିଦ୍ୟୁତ ବିଛିନ୍ନ ହୋଇଗଲେ ଉପଭୋକ୍ତା ମାନେ ମୋବାଇଲ ସେବା ପାଇବା ରୁ ବଞ୍ଚିତ ହେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି | ଉପଖଣ୍ଡ ପ୍ରଶାସନ ଓ ଲୋକ ପ୍ରତିନିଧି ମାନେ ଏଥିପ୍ରତି ଦୃଷ୍ଟି ଦେଇ ଦେଶର ଅଗ୍ରଣୀ ଏୟାରଟେଲ ଭଳି ବିଭିନ୍ନ ନେଟୱାର୍କ ର ଉଚ୍ଚ ଶକ୍ତି ସମ୍ପନ୍ନ ଟାୱାର ସ୍ଥାପନ କରାଗଲେ ଅଞ୍ଚଳବାସୀ ଉଚିତ ନେଟୱାର୍କ ସେବା ପାଇପାରିବେ ବୋଲି ବୁଦ୍ଧିଜୀବୀ ମହଲ ରେ ଚର୍ଚ୍ଚା ହେଉଛି।

News Comment

You Might Also Like

BACK TO TOP