Breaking News
Breaking News
25-Nov-2024
26 କୋଟିରେ ଆଇପିଏଲ୍ ର ସବୁଠୁ ଦାମି ଖେଳାଳୀ ରିସିଭ ପନ୍ତ |
(ଇତିହାସ ରଚିଲେ ଋଷଭ ପନ୍ତ୍ |
ଓଡିଶା ଜନମତ ବ୍ୟୁରୋ,
ଭାରତୀୟ ୱିକେଟ୍ କିପର ବ୍ୟାଟର୍ ଋଷଭ ପନ୍ତ ଇଣ୍ଡିଆନ୍ ପ୍ରିମିୟର୍ (ଆଇପିଏଲ) ଇତିହାସର ସବୁଠୁ ଦାମୀ ଖେଳାଳି ହୋଇଛନ୍ତି । ସାଉଦି ଆରବର ଜେଦାହରେ ରବିବାରଠାରୁ ଆରମ୍ଭ ହୋଇଥିବା ଆଇପି- ଏଲ୍ ମେଗା ଖେଳାଳି ନିଲାମୀର ପ୍ରଥମ ଦିନରେ ଦିଲ୍ଲୀ କ୍ୟାପିଟାଲ୍ସର ପୂର୍ବତନ କ୍ୟାପ୍ଟେନ୍ ପନ୍ତ ଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଫ୍ରାଞ୍ଚାଇଜି ୨୭ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି ଚଳିତନିଲାମୀ ରେ କୋଲ୍କାତା ନାଇଟ୍ ରାଇଡର୍ସ (କେକେଆର)କୁ ଆଇପିଏଲ ୨୦୨୪ ଚାମ୍ପିଅନ୍ କରାଇଥିବା କ୍ୟାପ୍ଟେନ୍ ଏବଂ ବ୍ୟାଟର୍ ଶ୍ରେୟସ୍ ଆୟର ଦ୍ୱିତୀୟ ଦାମୀ ଖେଳାଳି ହୋଇଛନ୍ତି । ଶ୍ରେୟସ୍ଙ୍କୁ ପଞ୍ଜାବ କିଲ୍ସ ୨୬.୭୫ କୋଟି ଟଙ୍କାରେ କିଣିଛି। ସେହିପରି ତୃତୀୟ ଦାମୀ ଖେଳାଳି ହୋଇଛନ୍ତି ଅଲ୍ରାଉଣ୍ଡର ଭେଙ୍କଟେଶ ଆୟର୍। ଡିଫେଣ୍ଡିଂ ଚାମ୍ପିଅନ୍ସ କେକେଆର ତାଙ୍କୁ ୨୩.୭୫ କୋଟି ଟଙ୍କାରେ ନିଜ ପକ୍ଷକୁ ନେଇଛି। ଆଜିର ନିଲାମୀରେ ଇଂଲିଶ୍ ବ୍ୟାଟର୍ ଜୋଶବଲର୍ ଦାମୀ ବିଦେଶୀ ଖେଳାଳି ଭାବେ ୧୫.୭୫ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ତାଙ୍କୁ ଗୁଜରାଟ ଟାଇଟନ୍ସ ନିଜ ସହ ସାମିଲ କରିଛି।
ରବିବାର ନିଲାମୀର ପ୍ରଥମ ଦିନ ମୋଟ ୪୯ ଜଣ ଖେଳାଳିଙ୍କୁ ୧୦ଟି ଫ୍ରାଞ୍ଚାଇଜି ଟିମ୍ ନିଜ ସହ ସମିଲ କରି ଥିବା ବେଳେ ୬ ଜଣଙ୍କୁ କୌଣସି କ୍ରେତା ମିଳିନାହାନ୍ତି। ଏହି ୬ ଜଣ ହେଲେ ବ୍ୟାଟର୍ ଦେବଦତ୍ତପାଡିକୁଲ୍,ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେଭିଡ୍ ଓ୍ବାର୍ଣ୍ଣର, ଇଂଲଣ୍ଡ ୱିକେଟ୍ କିପର ବ୍ୟାଟର ଜନ୍ମି ବେୟାରଷ୍ଟୋ, ୱାକର୍ ସଲାମଖେଇଲ୍, ଅନ୍ମୋଲପୀତସିଂହ ଓ ଫାଷ୍ଟ୍ ବୋଲର ଯଶଧୁଲ୍।
ଆଜିର ନିଲାମୀରେ ପ୍ରଥମେ ଭାରତୀୟ ଫାଷ୍ଟ ବୋର୍ ଅର୍ଶଦୀପସିଙ୍କସିଂହଙ୍କନିଲାମ
ପାଇଁଡକା ଯାଇଥିଲା | ୨ କୋଟି ଟଙ୍କାର ଆଧାର ମୂଲ୍ୟ ଥିବା ଏହି ବୋଲର୍ଙ୍କୁ ରିଲିଜ୍ କରିଥିବା ପଞ୍ଜାବ କିସ ରାଇଟ୍ ଟୁ ମ୍ୟାଚ୍ (ଆର୍ଟିଏମ୍) ଅଧୁକାରର ଉପଯୋଗ କରି ୧୮ କୋଟି ଟଙ୍କାରେ ନିଜ ସହ ସାମିଲ କରିଛି। ଏହାପରେ ଫାଷ୍ଟ୍ ବୋଲର୍ କାଗିସୋ ରବାତାଙ୍କ ନାମ ବୋର୍ଡକୁ ଆସିଥିଲା । ତାଙ୍କୁ ୧୦.୭୫ କୋଟି ଟଙ୍କାରେ ଗୁଜରାଟ ଟାଇଟନ୍ତି କିଣିଥିଲା। ତୃତୀୟ ନମ୍ବରରେ ନିଲାମ ପାଇଁ ଶ୍ରେୟସ୍ ଆୟର୍ଙ୍କ ନାମ ଡକାଯାଇଥିଲା ।
୨ କୋଟିର ଆଧାର ମୂଲ୍ୟ ଥିବା ଶ୍ରେୟସ୍ଙ୍କୁ କିଣିବା ପାଇଁ ଟିମ୍ଙ୍କ ଲାଇନ୍ ଲାଗିଥିଲା। ଶେଷରେ ପଞ୍ଜାବ କିସ ରେକର୍ଡ ୨୬.୭୫ କୋଟି ଟଙ୍କାରେ ତାଙ୍କୁ ନିଜ ଟିମ୍ରେ ସମିଲ କରିଥିଲା । ଏହା ସହିତ ସେ ମିଚେଲ୍ ଷ୍ଟାର୍କ (୨୪.୭୫ କୋଟି )ଙ୍କୁ ପଛରେ ପକାଇ ଆଇପିଏଲ୍ର ସବୁଠୁ ଦାମୀ ଖେଳାଳି ହୋଇଥିଲେ।
BACK TO TOP