Breaking News
Breaking News
25-Nov-2024
ସର୍ବଭାରତୀୟ ୧୪ ବର୍ଷ ରୁ କମ୍ ଆଇସିଏସ୍ଇ ବାଳକ ଦଳରେ ବ୍ରହ୍ମପୁରର ଦୁଇ ଖେଳାଳି ମନିଶ ଏବଂ ଅର୍ଣ୍ଣବ,
ଓଡିଶା ଜନମତ ବ୍ୟୁରୋ,
ବ୍ରହ୍ମପୁର: ---ଗତ ୨୪ ରୁ ୨୯ ତାରିଖପର୍ଯ୍ୟନ୍ତଛତିଶଗଡ଼ ର ରାୟପୁର ଠାରେ ସର୍ବ ଭାର ତୀୟ ସ୍କୁଲ ହେଣ୍ଡବଲ୍ ପ୍ରତି ଯୋଗିତା ଆରମ୍ଭ ହେବ । ଏହି ପ୍ରତିଯୋଗୀତାରେ ୧୪ ବର୍ଷ ରୁ କମ୍ ସର୍ବଭାରତୀୟ ଆଇ ଆଇସିଏସ୍ଇ ଦଳ ଅଂଶ ଗ୍ରହଣ କରିବାକୁ ଯାଉଛି । ବ୍ରହ୍ମପୁର ଆଇସିଏସ୍ଇ ସ୍କୁଲ୍ ର ଏହି ଦୁଇ ଖେଳାଳି ମନୀଷ କୁମାର ପ୍ରଧାନ (ଏମ୍ଏଭି ସ୍କୁଲ) ଏବଂ ବି ଅର୍ଣବ କୁମାର (ଡି ପଲ୍ ସ୍କୁଲ) ସର୍ବଭାରତୀୟ ଆଇସି ଏସ୍ଇ ଦଳରେ ପ୍ରତି ନିଧ୍ବତ୍ଵ କରିବା ସୁଯୋଗପାଇ ଛନ୍ତି । ଏହି ଦୁଇ ଖେଳାଳି ପୂର୍ବରୁ ବ୍ରହ୍ମପୁର ଠାରେ ଆୟୋଜିତ ହେଇଥିବା ଓଡ଼ିଶା ଆଇସି ଏସ୍ ଇ ଷ୍ଟେଟ ଲେଭେଲ୍ ପ୍ରତି ଯୋଗୀତାରେ ଅଂଶ ଗ୍ରହଣ କରି ବ୍ରହ୍ମପୁର ଜୋନ କୁ ଚାମ୍ପି ଅନ • କରି ବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏବଂ ଗତ ଅକ୍ଟୋବର ମାସର ଉତର ପ୍ରଦେଶ ର ଗୋରଖ ପୁର ଠାରେ ଆୟୋଜିତ ହେଇଥିବା ଜାତୀୟ ଆଇସି ଏସ୍ ଇ ପ୍ରତିଯୋଗୀତାରେ ଅଂଶଗ୍ରହଣ କରି ଓଡ଼ିଶା ଦଳକୁ ବ୍ରୋଞ୍ଜ ମେଡାଲ ପାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏବଂ ଏହି ଦୁଇ ଖେଳାଳି ଏହି ଜାତୀୟ ପ୍ରତିଯୋଗୀତା ରେ ଉନ୍ନତ ଖେଳ ପ୍ରଦର୍ଶନ କରିଥିବାରୁ ସର୍ବ ଭାରତିୟ ଆଇସିଏସ୍ଇ ଦଳରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ଯ କ୍ରୀଡା ଶିକ୍ଷକ ସୁରେଶ ପାଢୀ ଓ କୋଚ୍ ପ୍ରଶାନ୍ତ କୁମାର ରଥ ଓ ଙ୍କ ଠାରୁ ତାଲିମ ନେଉଛନ୍ତି । ଏମାନଙ୍କ ଏହି ସଫଳତା ପାଇଁ ଗଞ୍ଜାମ ଜିଲ୍ଲା ହେଣ୍ଡବଲ୍ ସଙ୍ଗଠନ ର ସମ୍ପାଦକ ଦକ ତଥା ଏମଏଭି ର କ୍ରୀଡା ଶିକ୍ଷକ ସୁରେଶ ଚନ୍ଦ୍ର ପାଢୀ, ଏମଏଭି ଅଧ୍ଯକ୍ଷ ଦ୍ବାରିକାନାଥ ପଣ୍ଡା ଓ ଡିପଲ୍ ସ୍କୁଲ ର ଅଧ୍ୟକ୍ଷ ଫାଦର୍ ରିକାରଡୋ ପ୍ରଧାନ ଏବଂ ବ୍ରହ୍ମପୁର ଆଇସିଏସ୍ଇ ଜୋନ୍ ର ଚାର୍ଜ ସିଷ୍ଟର୍ ଡୋରେଟି ଙ୍କ ସହ ଉଭୟ ସ୍କୁଲର ସମସ୍ତ ଶିକ୍ଷକ ଓ ଖେଳାଳି ମାନେ ଶୁଭେଛା ଜଣାଇଛନ୍ତି ।
BACK TO TOP