Breaking News
Breaking News
24-Nov-2024
ପୁଣି ଥରେ ବାଘ ଆତଙ୍କ, ପାଦ ଚିହ୍ନ ଦେଖି ଆତଙ୍କିତ ଗ୍ରାମ ବାସୀ,ଜଣାଇଲେ ବନ ବିଭାଗ କୁ ।
ଓଡିଶା ଜନମତ ବ୍ୟୁରୋ,
ମୋହନା :--24/11, କିଛି ଦିନର ନିରବତା ପରେ ପୁଣି ବାଘର ଆତଙ୍କ ଶୁଣି ନୁହଁ ବାଘର ପାଦଚିହ୍ନ କୁ ଦେଖୁ ଭୟଭୀତ ଆଦିବାସୀ ମାନେ , ଏହି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଖାରିଗୁଡ଼ା ପଞ୍ଚାୟତ ମୋହନା ଗୁଡ଼ା ଗାଁ ରାସ୍ତାରେ | ଆଜି ସକାଳେ ବାଘର ପାଦ ଚିହ୍ନ ଦେଖି ଗ୍ରାମବାସୀ ଆତଙ୍କିତ ହୋଇଯାଇଛନ୍ତି l ଖବର ପାଇ ମୋହନା ବନାଞ୍ଚଳ ଅଧିକାରୀ ଙ୍କ ସମେତ ବନ ବିଭାଗର ଟିମ୍ ଘଟଣା ସ୍ଥଳରେ ପହଞ୍ଚି ପାଦ ଚିହ୍ନ ଠାବ କରିଥିବା ବେଳେ ପଥୁରିଆ ରାସ୍ତା ହୋଇଥିବାରୁ ଏହା ମହାବଳ ର ପାଦ ଚିହ୍ନ ବୋଲି ସ୍ପଷ୍ଟ ଜଣା ପଡିନାହିଁ l ଅନ୍ୟ ପଟେ, ବନ କର୍ମଚାରୀ ନିକଟସ୍ଥ ଗାଁଗୁଡିକୁ ଯାଇ ଗ୍ରାମବାସୀଙ୍କୁ ସଚେତନ କରି ଏକୁଟିଆ ବଣ ଭିତରକୁ ନଯିବା ପାଇଁବାରଣ କରି ଫେରିଛନ୍ତି | ତେବେ ସେମାନେ ବିଭୀଗୀୟ ଉଚ୍ଚ କର୍ତ୍ତୃ ପକ୍ଷ ଙ୍କ ସହ କଥା ବାର୍ତ୍ତା କରି ଏହା ଉପରେ ଗୁରୁତ୍ୱ ଦିଆଯିବ ବୋଲି ବନ ବିଭାଗ ସୂଚନା ଦେଇଛନ୍ତି |
BACK TO TOP