Breaking News

ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା |   (01-Mar-2026)       ||      ପୋଲସରା ରେ ପ୍ରବୋଧନ ତାଲିମ ଶିବିର ଅନୁଷ୍ଠିତ |    (01-Mar-2026)       ||      କୋଦଳାରେ ଚାଲିଛି ଠାକୁରଙ୍କ ଦୋଳ ଉତ୍ସବ | ବାଣ ଯାତ୍ରା ବନ୍ଦ ପାଇଁ ନିଷ୍ପତି |    (01-Mar-2026)       ||      ଝୁଲନ୍ତା ଅବସ୍ଥାରେ ଯୁବକ ଙ୍କ ମୃତ ଦେହ ଉଦ୍ଧାର |    (01-Mar-2026)       ||      ଯେଉଁଠି ପୋଲିସ କୁ ଦିନରେ ଆକ୍ରମଣ, ସେଠାରେ ସାଧାରଣ ଲୋକଙ୍କ ଅବସ୍ଥା କଣ ହେବ |    (01-Mar-2026)       ||      ରାସ୍ତାରେ ଅଟକାଇ ଲୁଟିନେଲେ 10ହଜାର ଟଙ୍କା |    (01-Mar-2026)       ||      ବର୍ତ୍ତମାନ A I ଯୁଗରେ ବି ପୁରୁଣାକୁ ମନେ ପକାଇ ଶଗଡ଼ ରେ ଆସିଲା କନିଆଁ |    (01-Mar-2026)       ||      ହାଇୱା ଧକ୍କାରେ ଜଣେ ଛାତ୍ର, ମୃତ, ଜଣେ ଛାତ୍ରୀ ଗୁରୁତର |    (28-Feb-2026)       ||      ବୁଲେଟ, ସ୍କୁଟି ମୁହାଁମୁହିଁ ଧକ୍କା, ଜଣେ ମୃତ, ତିନି ଗୁରୁତର,    (28-Feb-2026)       ||      ହୁକ୍କା ଆଡ୍ଡା ଉପରେ ଚଢ଼ାଉ କଲା ବ୍ରହ୍ମପୁର ଟାଉନ ଥାନା ପୋଲିସ |    (28-Feb-2026)       ||      ଖଲ୍ଲିକୋଟ, ଡ଼ି ଆଇ ଇ ଟି ପକ୍ଷରୁ ବିଜ୍ଞାନ ଦିବସ-- 2026 ଆୟୋଜିତ |    (28-Feb-2026)       ||      ମୋଟର ସାଇକେଲ ଲୁଟେରା ଗିରଫ, ତିନି ମୋଟର ସାଇକେଲ ଜବତ,   (28-Feb-2026)       ||      ପଲିଶ୍ରୀ ବିଜ୍ଞାନ ମହିଳା ମହାବିଦ୍ୟାଳୟ ର +3ଶେଷ ବର୍ଷ ଛାତ୍ରୀ ମାନଙ୍କୁ ଅଭିନନ୍ଦନ ||   (28-Feb-2026)       ||      ଅଟୋ, ସ୍କୁଟି ମୁହାଁ ମୁହିଁ ଧକ୍କା ଫଳରେ ଜଣେ ମୃତ ଜଣେ ଗୁରୁତର |    (28-Feb-2026)       ||      ଗଞ୍ଜେଇ ତେଲ ଚୋରି ଘଟଣାରେ ପାଞ୍ଚ ଅଭିଯୁକ୍ତ କୁ ଗିରଫ କଲା ପଡୁଆ ପୋଲିସ |    (28-Feb-2026)       ||      ଅବକାରୀ ବିଭାଗ ଦ୍ୱାରା ଗଛିତ ବିଦେଶୀ ମଦ ଜବତ, ଜଣେ ଗିରଫ ଓ କୋର୍ଟ ଚାଲାଣ |    (28-Feb-2026)       ||      ଗତକାଲି କଟକ ରେ ଭୁକମ୍ପ ର ଝଟକା |    (28-Feb-2026)       ||      ଅଭିନେତ୍ରୀ ନିକିତା ହତ୍ୟା ମାମଲାରେ ସ୍ୱାମୀଙ୍କୁ ଆଜୀବନ ସଜ୍ଜା ଦେଲେ କୋର୍ଟ |    (27-Feb-2026)       ||      ବାହାଘର ପାଇଁ କନ୍ୟା ଘର ଗାଁ କୁ ଯାଇ ବରଯାତ୍ରୀ ଙ୍କ ଉନ୍ମତ କାଣ୍ଡ |    (27-Feb-2026)       ||      ନିଶା ମାଫିଆ ଗିରଫ, ତିନି ଗ୍ରାମ ହିରୋଇନ ଜବତ ||   (27-Feb-2026)       ||     

ଏକ୍ସ ରିଜର୍ଭ ବେଙ୍କ ଗଭର୍ଣ୍ଣର ଙ୍କ ମତ ଦେଶରେ ମାଗଣା ଯୋଜନା ବନ୍ଦ କର |

02-Dec-2025

ଦେଶ ଗଢ଼ି ବାକୁ ହେଲେ ମାଗଣା ଯୋଜନା ବନ୍ଦ କରିବାକୁ ହେବ, ପୂର୍ବତନ ଆର ବି ଆଇ ଗଭର୍ଣ୍ଣରଙ୍କ ମତ,

       ଓଡିଶା ଜନ ମତ ବ୍ୟୁରୋ,

ଯେତେ ବେଳେ ନିର୍ବାଚନ ଆସୁଛି ସେତେବେଳେ ସବୁ ଦଳର ଲୋକମାନେ ନିଜ ସପକ୍ଷରେ ଭୋଟ  ଲୋକମାନେ ଭୋଟ ଦେବାପାଇଁ ବିଭିନ୍ନ ପ୍ରକାର ମାଗଣା ଜିନିଷଦେବା ସକାଶେ ଘୋଷଣା କରିଥାନ୍ତି | ମାଗଣା ଖିଆ ଲୋକମାନେ ମଧ୍ୟ ସେହି ମାଗଣା ଲୋଭରେ ଭୋଟ ଦେଇଥାନ୍ତି | କିନ୍ତୁ ଭୋଟ ଜିତି ଯେତେବେଳେ ସରକାର ଗଠନ କରେ ସେହି ଦଳ ଜନସାଧାରଣ ଙ୍କୁ ଦେଇଥିବା ପ୍ରତିଶୃତି କୁ ଭୁଲି ଯାଆନ୍ତି | କାରଣ ସେମାନେଯେତେ ସବୁ ପ୍ରତିଶୃତି ଦେଇଥାନ୍ତି ତାହା ସମସ୍ତଙ୍କୁ ପ୍ରଦାନ କରିବା ସମ୍ଭବ ନୁହଁ | କିଛି କ୍ଷେତ୍ରରେ ସେମାନେ ପ୍ରଦାନ କରୁଥିବା ଜିନିଷ ରେ ଆମଦେଶ କାଙ୍ଗାଳ ହୋଇଯାଉଛି | କିମ୍ବା ନିର୍ବାଚନ ପରେ ସବୁ ଜିଣିଷର ଅହେତୁକ ଦରବୃଦ୍ଧି ହେଉଛି | ଯାହା ପାଈଁ ଆମେ ମଧ୍ୟ ଦିବାଳିଆ ହୋଇ ଯାଉଛେ | ତେଣୁ ନିର୍ବାଚନ ବୈତରଣୀ ପାର ହେବା ଲାଗି ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମାଗଣା ଯୋଜନା ଘୋଷଣାକୁ ନେଇ ହେଉଥିବା ପ୍ରତିଯୋଗିତାକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଡି ସୁବାରାଓ ଚିନ୍ତା ପ୍ରକଟ କରିଛନ୍ତି| ପ୍ରତି ମାଗଣା
ଯୋଜନାକୁ ସେ ରାଜନୈତିକ ବିଫଳତା ବୋଲି କହିଛନ୍ତି। ମାଗଣା ଯୋଜନା କଥା କହୁଥିବା ଦଳ ଲୋକମାନଙ୍କୁ ଏହି ବାର୍ତ୍ତା ଦେଉଛନ୍ତି ଯେ ଆମେ ଆପଣମାନଙ୍କୁ ସମ୍ମାନର ସହ ବଞ୍ଚିବା କିମ୍ବା ନିୟମିତ ରୋଜଗାର ମାଧ୍ୟମ ଦେଇପାରୁନାହୁଁ। ତେଣୁ ଆପଣମାନଙ୍କ ପାଇଁ ଏବେ ଏତିକି ଅଛି ସେତିକି ନେଇ କାମ ଚଳାଆ ମାଗଣା ଯୋଜନା ଦ୍ବାରା ନିର୍ବାଚନ ଜିତିହେବ, କିନ୍ତୁ ରାଷ୍ଟ୍ର ଗଠନ କରିହେବ ନାହିଁବୋଲି ସେ କହିଛନ୍ତି | 
ସୁବାରାଓ  ଆହୁରି କହିଛନ୍ତି ଯେ ଏକଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପ୍ରଥାକୁ ବିରୋଧ କରୁଥିଲେ। କିନ୍ତୁ ଏଥିରେ ନିର୍ବାଚନ ଜିତିବାର ସାମର୍ଥ୍ୟ ଥିବା ଜାଣିବା ପରେ ତାଙ୍କ ଦଳ ମଧ୍ୟ ସେହି ପ୍ରତିଯୋଗିତାରେ ସାମିଲ ହୋଇଛି ! ଋଣ ଆଣି ଟଙ୍କା ବାଣ୍ଟିବା ଚିନ୍ତାଜନକ: ସୁବାରାଓ ନିଯୁକ୍ତିକୁ ନେଇ ଆଉ ବିତର୍କ ହେଉନି,ଭାରତରେ ଆଉ ନିଯୁକ୍ତି ସୃଷ୍ଟି, ଉତ୍ପାଦକତା ବୃଦ୍ଧି କିମ୍ବା ମାନବ ସମ୍ବଳ ଗଢ଼ିବା ସମ୍ପର୍କରେ ବିତର୍କ ହେଉନି ମାଗଣା ଯୋଜନାରେ ଲୋକଙ୍କୁ ୧୦ ହଜାର ଟଙ୍କା ଦେଲେ ଭଲ ନା ୩୦,୦୦୦ ଟଙ୍କା, ତାହା ଉପରେ ଆଲୋଚନା ହେଉଥିବା ଚିନ୍ତାର ବିଷୟ
ଏହି ମାଗଣା ଯୋଜନା ପଛର ଆଉ ଏକ ବଡ଼ ରହସ୍ୟକୁ ସେ ଉନ୍ମୋଚନ କରିଛନ୍ତି|ସୁବାରାଓ କହିଛନ୍ତି ଯେ ବଡ଼ ବଡ଼ ଲୋଭନୀୟଯୋଜନା ଘୋଷଣା କରି ନିର୍ବାଚନ ଜିତିବା ପରେ ରାଜନୈତିକ ଦଳଗୁଡ଼ିକ ସେହି ପ୍ରତିଶ୍ରୁତି ରକ୍ଷା କରିବାକୁ ସଂଘର୍ଷ କରୁଛନ୍ତି | ସେମାନେଋଣ ଆଣି ଲୋକଙ୍କୁ ବାଣ୍ଟୁଛନ୍ତି । ଏହାର ଅର୍ଥ ହେଉଛି ଏବେ ଯେଉଁ ଟଙ୍କା ବଣ୍ଟାଯାଉଛି, ତାହା ଆଗାମୀ କାଲିର ଟିକସଦାତାଙ୍କ ଉପରେ ଏକ ବୋଝ ହେବା ସଦୃଶ୍ୟ ଅଟେ |  ନିକଟରେ ଶେଷ ହୋଇଥିବା ବିହାର ନିର୍ବାଚନରେ ଅନେକ ଅବିଶ୍ଵସନୀୟ ଯୋଜନା ଘୋଷଣା ହୋଇଥିଲା ଯାହାକୁ ପୂରଣ କରିବା ଅସମ୍ଭବ ପ୍ରାୟ ମନେ ହେଉଛି! ମାଗଣା ଯୋଜନାରେ ବିପୁଳ ଖର୍କ କରିବାପରେ ତେଲେଙ୍ଗାନା ଏବେ ଆର୍ଥିକ ଦୃଷ୍ଟିରୁ ସଂଘର୍ଷ କରୁଛି। ମହାରାଷ୍ଟ୍ର ଓ କର୍ଣାଟକ ମଧ୍ୟ ଏକଥା ଭଲ ଭାବେ ବୁଝିସାରିଲେଣି। ମାଗଣା ଯୋଜନାରେ ବାଣ୍ଟିବା ପରେ ଅନ୍ୟ ଗୁରୁତ୍ବପୂର୍ଣ ଖର୍କ ପାଇଁ ରାଜକୋଷରେ ପାଣ୍ଠି ରହୁନାହିଁ। ଯେଉଁଭଳି ଭାବେ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ମାଗଣା ଯୋଜନା ଘୋଷଣା କରିବାକୁ ପ୍ରତିଯୋଗିତା ଚାଲିଛି, କିଛି ଦିନ ପରେ ଲୋକମାନେ ସେସବୁ ଉପରେ ବିଶ୍ଵାସ କରିବା ଛାଡ଼ିଦେବେ ବୋଲି ସୁବାରାଓ କହିଛନ୍ତି।
ଦୈନନ୍ଦୀନ ଜୀବନରେ ସଂଘର୍ଷ କରୁଥିବା ଲୋକମାନଙ୍କ ପାଖରେ ମାଗଣା ଯୋଜନାର ଲାଭ ପହଞ୍ଚାଇବା ଜରୁରୀ । କିନ୍ତୁ ଆର୍ଥିକ ଦୃଷ୍ଟିରୁ ସମର୍ଥ ଲୋକମାନଙ୍କୁ ତାହାର ଲାଭ ଦେବା ଦ୍ବାରା ଶିକ୍ଷା, ସ୍ବାସ୍ଥ୍ୟ, ଭିତ୍ତିଭୂମି ଓ ନିଯୁକ୍ତି ସୃଷ୍ଟିରେ ନିବେଶକୁ ପ୍ରଭାବିତ ହେଉଛି |  ମାଗଣା ଯୋଜନାର ପ୍ରଭାବକୁ ରୋଜିବା ଲାଗି ଜାତୀୟ ସ୍ତରରେ ଏକ ଆଚରଣ ସଂହିତା ଲାଗୁ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କେଉଁ ଯୋଜନାରେ ଜେତେ ଖର୍ଚ୍ଚ ହେବ, କେଉଁମାନଙ୍କୁ ତାହାର ଲାଭ ମିଳିବ ଓ କେଉଁଠାରୁ ସେଥିପାଇଁ ଟଙ୍କା ଆସିବ ତାହା ଜଣାଇବା ପାଇଁ ରାଜନୈତିକ ଦଳଗୁଡ଼ିକୁ କହିବାକୁ ସେ ପ୍ରସ୍ତାବ ଦେଇଛନ୍ତି।ଯଦି ଏପରି କର ନଯାଏ ତେବେ ଆସନ୍ତା କିଛିବର୍ଷ ମଧ୍ୟରେ ଭାରତ ମଧ୍ୟ ଘୋର ଆର୍ଥିକ ସଙ୍କଟ ର ସମ୍ମୁଖୀନ ହେବ | ଯାହାଦ୍ୱାରା ଦେଶ ର ଅଧୋ ପତନ ଅବ ଶ୍ୟାମ୍ଭି ବୋଲି ସୁବରାଓ କହିଛନ୍ତି | ତେଣୁ ବେଲଥାଉ, ଥାଉ କାର୍ଯ୍ୟ ନସରିଲେଆଗକୁ ହଟ, ହଟା ବ୍ୟତୀତ ଆଉକିଛି ମିଳିବନି ବୋଲି ସେକହିଛନ୍ତି |

News Comment

You Might Also Like

BACK TO TOP