Breaking
News
Breaking
News
15-Sep-2026
ବ୍ରାହ୍ମଣ ସମାଜ କଲ୍ୟାଣ ମଣ୍ଡପର ରୋଷେଇ ଘର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟିକା ବର୍ଷା ସିଂ ବରିହା।
ଓଡିଶା ଜନମତ ବରଗଡ଼ - ମନୋହର ଦାଶ:-----
ପଦ୍ମପୁର ସ୍ଥାନୀୟ ବ୍ରାହ୍ମଣ ସମାଜ ଠାରେ ଏକ ରୋଷେଇ ଘର ର ଭିତ୍ତିପ୍ରସ୍ତର ସ୍ଥାପିତ ହୋଇଯାଇଛି। ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଧାୟକ ପାଣ୍ଠି ରୁ ୯ ଲକ୍ଷ ଟଙ୍କା ରେ ନିର୍ମିତ ହେବାକୁ ଥିବା ରୋଷେଇ ଘରର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହିତ ପାର୍କିଂ ସ୍ଥାନ ରେ ହୋଇଥିବା ପେଭର ବ୍ଲକ କାମର ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜର ସଭାପତି ଜୟ ନାରାୟଣ ତ୍ରିପାଠୀ, ସମ୍ପାଦକ ସଦାନନ୍ଦ ପୁରୋହିତ, ରାମଚନ୍ଦ୍ର ତ୍ରିପାଠୀ ପର୍ଶୁରାମ ବାହିନୀ ସଭାପତି ପାର୍ଥ ସାରଥୀ ମହାପାତ୍ର,ବୁଲୁ ପାଣିଗ୍ରାହୀ, ସୁରେଶ ମିଶ୍ର, ଉମେଶ ଦାଶ, ଅକାଶ ପଣ୍ତା, ଭରତ ପଣ୍ତା, ବିକାଶ ପଣ୍ତା, କାର୍ତ୍ତିକେୟ ଦାଶ, ଚନ୍ଦ୍ର ଶେଖର ପୁରୋହିତ ଓ ପ୍ରମୋଦ ମିଶ୍ର ଉପସ୍ଥିତ ଥିଲେ।
BACK TO TOP