Breaking
News
Breaking
News
24-Sep-2026
୩୬ ପ୍ରଦେଶ ପ୍ରଭାରୀଙ୍କ ନାଁ ଘୋଷଣା କଲା ବିଜେପି, ଓଡିଶା ପାଇଁ ଡ଼ି ପୁରନ୍ଦେ ଶ୍ୱରୀ, ଓ ମହାରାଷ୍ଟ୍ର ପାଇଁ ବୈଜୟନ୍ତ ପଣ୍ଡା ହେଲେ ପ୍ରଭାରୀ |
ଓଡିଶା ଜନ ମତ ବ୍ୟୁରୋ,
ଭାରତୀୟ ଜନତା ପାର୍ଟି ଗତକାଲି ଏକ ବଡ଼ ଧରଣର ସାଂଗଠନିକ ପରିବର୍ତ୍ତନ କରିଛି । ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂତନ ରାଜ୍ୟ ପ୍ରଭାରୀ ଏବଂ ସହ-ପ୍ରଭାରୀ ନିଯୁକ୍ତ କରିଛି ଦଳ । ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତୀନ ନବୀନଙ୍କ ଦ୍ୱାରା ତାଲିକାରେ ମୋଟ ୩୬ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନିଯୁକ୍ତି ଘୋଷଣା କରାଯାଇଛି । ଏହି ନିଯୁକ୍ତିଗୁଡ଼ିକ ତୁରନ୍ତ କାର୍ଯ୍ୟକାରୀ ହେବ । ଓଡ଼ିଶା ପାଇଁ ଡି.ପୁରନ୍ଦେଶ୍ୱରୀଙ୍କୁ ପ୍ରଭାରୀ ଏବଂ ଓଡ଼ିଶା ଡ.ସ୍ୱଦେଶ ସିଂଙ୍କୁ ସହପ୍ରଭାରୀ ନିଯୁକ୍ତ କରାଯାଇଛି । ସେହିପରି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମହାରାଷ୍ଟ୍ର ପ୍ରଭାରୀ ଦାୟିତ୍ୱ ଦିଆଯାଇଛି | ଆଗାମୀ ଦିନରେ ଅନ୍ୟ ପ୍ରଭାରୀଙ୍କ ନାମ ଅତିଶୀଘ୍ର ଜଣା ହେବ |
BACK TO TOP