Breaking
News
Breaking
News
25-Sep-2026
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ପରିସ୍ଥିତି ସଙ୍ଗୀନ !
ଓଡ଼ିଶା ଜନମତ, ଛତ୍ରପୁର, ତା. ୨୫ / ୯,
କେ.ସତ୍ୟନାରାୟଣ ରେଡ୍ଡୀ :-----
ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଲଗାଣ ବର୍ଷା ଜାରି ହେତୁ
ଗଞ୍ଜାମ ଜିଲ୍ଲାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲାରେ ରହିଥିବା ଧାନ ଚାଷ ସାରା ଓଡ଼ିଶାକୁ ଭାତହାଣ୍ଡି ଯୋଗାଇ ଆସୁଛି ବୋଲି ଯାହା କୁହାଯାଉଥିବା ବେଳେ ଏବେ ଏହି ଜିଲ୍ଲାରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଛି । ଜିଲ୍ଲାରେ ଆଗମୀ ଦିନରେ ମରୁଡ଼ି ପରିସ୍ଥିତି ଆଶଙ୍କା ରହିଛି ।
ପାଣିପାଗ ବିଭାଗ (IMD) ପକ୍ଷରୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି ଯେ` ବାତ୍ୟା ଅର୍ଣ୍ଣବ ଧୀରେ ଧୀରେ ଦୁର୍ବଳ ହେବାକୁ ଯାଉଛି, କିନ୍ତୁ ବର୍ଷା ଓ ପବନର ବେଗ ମଧ୍ୟ ଗତ କାଲି ଅପେକ୍ଷା ଆହୁରି ବଢ଼ିବାରେ ଲାଗିଛି । ଆଗମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସୂଚନା ରହିଛି । ଏ ନେଇ ସମସ୍ତ ନଦୀ, ହ୍ରଦ, ନାଳ, କେନାଲ, ଜଳ ଭଣ୍ଡାର ଗୁଡ଼ିକର ଜଳସ୍ତର ବଢିବାରେ ଲାଗିଛି । ପରିସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜଳ ନିଷ୍କାସନ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥାରେ ଜଳ ନିଷ୍କାସନ ବ୍ୟବସ୍ଥା କରାଯିବା ଜରୁରୀ ହୋଇଛି । ନଚେତ ଧାନ ଫସଲ ସମୂର୍ଣ୍ଣ କ୍ଷତି ହେବାକୁ ଯାଉଛି ।
ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ଆସିକାର ଋଷିକୁଲ୍ୟା, ସାନଖେମୁଣ୍ଡିର ଘୋଡ଼ାହାଡ଼ ଏବଂ କବିସୂର୍ଯ୍ୟନଗରର ଧନେଇ ନଦୀର ଜଳପତ୍ତନ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି ।
ଜଳଭଣ୍ଡାର ଗୁଡ଼ିକ ଉପରେ ମଧ୍ୟ ଆଲର୍ଟ ଜାରୀ କରାଯାଇଛି । ଯାହକି ଦିଗପହଣ୍ଡିସ୍ଥିତ ଘୋଡ଼ାହାଡ଼ ଜଳଭଣ୍ଡାରର ଜଳସ୍ତର ଏହାର ସର୍ବୋଚ୍ଚ କ୍ଷମତା ୧୧୭.୫ ମିଟର ପାଖାପାଖି ପହଞ୍ଚିଥିବାରୁ ଯେକୌଣସି ସମୟରେ ଡ୍ୟାମ୍ର ଗେଟ୍ ଖୋଲାଯାଇପାରେ ବୋଲି କୁହାଯାଏ । ତେବେ ଡ୍ୟାମ୍ର ଗେଟ୍ ଖୋଲାଗଲେ ପ୍ରମୁଖ ଅଞ୍ଚଳରେ ବସବାସ କରୁଥିବା ମତ୍ସ୍ୟଜୀବି ଓ ସାଧାରଣ ପରିବାର ଙ୍କ ଜୀବନ ଜୀବିକାରେ ଅହେତୁକ କ୍ଷତି ଘଟିବ । ଚାଷ ଜମି ରୁ ବନ୍ୟା ଜଳ ପ୍ରବାହିତ ହୋଇ ସହର ଅଭିମୁଖେ ଗତି କରିବ । ଏହାର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଚାଷ ଜମି ଓ ପନିପରିବା ଫସଲ ନଷ୍ଟ ହୋଇଯିବ, ବନ୍ୟା ଜଳରେ ଜଳବନ୍ଦୀ ହୋଇ ରହି ଲୋକେ ହନ୍ତସନ୍ତ ହେବେ ବୋଲି ଆଶଙ୍କା ରହିଛି । ଜିଲ୍ଲାର ଶେରଗଡ଼ ଓ ହିଞ୍ଜିଳି ବ୍ଲକର ହଜାର ହଜାର ଏକର ଚାଷଜମି ଏବଂ ପନିପରିବା ଫସଲ ବର୍ଷା ପାଣିରେ ଏବେ ବୁଡ଼ି ରହିଛି ।
ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ବଡ଼ମାଧପୁର , ଛତ୍ରପୁର ସହର ତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସଙ୍ଗୀନ ଆଡ଼କୁ ଗତି କରୁଛି ।
ବଡ଼ମାଧପୁର ଅଂଚଳରେ ଧାନ ଫସଲ ବ୍ୟାପକ କ୍ଷତି ଘଟିଛି । ଜମିରେ ଧାନକେଣ୍ଡା ସହ ବର୍ଷା ଜଳରେ ବୁଡ଼ି ରହିଛି । ଏବେ ସୁଦ୍ଧା କୌଣସି ପ୍ରଶାସନିକ ଅଧିକାରୀ ଯାଇ ନଥିବା ହେତୁ ଚାଷୀକୂଳ ଚିନ୍ତାରେ ଅଛନ୍ତି । ଅତ୍ୟନ୍ତ ପରିତାପର ବିଷୟ ସହ କ୍ଷୋଭ ପ୍ରକାଶ କରିଛନ୍ତି । ଏହି ଅଞ୍ଚଳ ର ଧାନ ଚାଷ ଜମି ଓ ଉଦ୍ୟାନ କୃଷିରେ ବ୍ୟାପକ କ୍ଷତି ହୋଇଥିବା ନେଇ ଏହାକୁ6
ଜାତୀୟ ପ୍ରାକୃତିକ ବିପର୍ଯ୍ୟୟ ନାମରେ ଘୋଷଣା କରିବାକୁ ଚାଷୀ ମାନେ ଦାବି କରିଛନ୍ତି ।
ସେହିପରି ଛତ୍ରପୁର ସହର ତଳି ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଧାନ ଚାଷ ଓ ଉଦ୍ୟାନ କୃଷିରେ ବ୍ୟାପକ କ୍ଷତି ଘଟିଛି । ଛତ୍ରପୁର ମ୍ୟୁନିସିପାଲିଟୀ ଅଧୀନରେ ରହିଥିବା ଅଗସ୍ତି ନୂଆଗାଁରେ ଧାନ ଫସଲ ଓ ବସ୍ତି ଅଞ୍ଚଳରେ ବନ୍ୟା ଜଳରେ ଲୋକେ ଘେରି ରହିଛନ୍ତି ।
ସର୍ବୋପରି ଗଞ୍ଜାମ ଜିଲ୍ଲାର ବିଡ଼ିଏ ଅଧୀନରେ ରହିଥିବା ତିନି ସହର ଗୋପାଳପୁର, ବ୍ରହ୍ମପୁର, ଛତ୍ରପୁର ସହରାଞ୍ଚଳର ତଳି ଅଞ୍ଚଳରେ ବସବାସ କରୁଥିବା ବସ୍ତି ବାସିନ୍ଦାଙ୍କ ର ଘର ଦ୍ୱାର ଜଳମଗ୍ନ ହୋଇ ରହିଛି ।
ବିଦ୍ୟୁତ୍ ଖୁଣ୍ଟ ଓ ରାସ୍ତାକଡ଼ ଗଛ ଉପୁଡ଼ି ପଡ଼ିଥିବା ବେଳେ ଏହାର ପ୍ରତିକାର ବ୍ୟବସ୍ଥା କରାଯାଇଛି ।
ଜଳବନ୍ଦୀ ଅବସ୍ଥାରେ ଥିବା ଅଞ୍ଚଳରେ ଯଥାଶୀଘ୍ର ଅତ୍ୟାଧୁନିକ ମଡେଲରେ ଲୋକଙ୍କୁ ନିରାପଦ ବ୍ୟବସ୍ଥାକୁ ଅଣାଯିବା ନିମନ୍ତେ ପ୍ରସାଶନ ଧ୍ୟାନ ଦେଇ ବିହିତ ପଦକ୍ଷେପ ବ୍ୟବସ୍ଥା କରିବାକୁ ଦାବି ହୋଇଛି ।।
BACK TO TOP