Breaking
News
Breaking
News
28-Sep-2026
ଜ୍ଞାନେଶ କୁମାରଙ୍କୁ ବହିଷ୍କାର ଓ ତୁରନ୍ତ ଗିରଫ୍ ଦାବୀ ନେଇ ସ୍ମାରକପତ୍ର ।
ଓଡ଼ିଶା ଜନମତ,ଛତ୍ରପୁର, ତା.୨୯ / ୯,
କେ.ସତ୍ୟନାରାୟଣ ରେଡ୍ଡୀ:------
ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବହିଷ୍କାର, ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରିବା, ଅପରାଧିକ ଭାବେ ତାଙ୍କୁ ଗିରଫଦାରୀ ଦାବୀରେ ସୋମବାର ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି (ପୂର୍ବ) ପକ୍ଷରୁ ଜିଲ୍ଲା ସଭାପତି ରଶ୍ମୀ ରଞ୍ଜନ ପଟ୍ଟନାୟକ ଏବଂ ଜିଲ୍ଲା ଉପ-ସଭାପତି ଅଶୋକ କୁମାର ପଟ୍ଟନାୟକ ଙ୍କ ନେତ୍ତୃତ୍ଵରେ ଏକ ବିରାଟ ସମାବେଶରେ ରାଲି ବାହାରି ସହର ପରିକ୍ରମା କରିଥିଲା । ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଜ୍ଞାନେଶ କୁମାରଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।
ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଗଞ୍ଜାମ ଜିଲ୍ଲାପାଳ କାର୍ଯ୍ୟଳୟ ରେ ଭାରପ୍ରାପ୍ତ ଜିଲ୍ଲାପାଳ ଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ପ୍ରକାଶ ଥାଉକି, ନିର୍ବାଚନୀ ଡାଟାବେସର ପଦ୍ଧତିଗତ ବିପର୍ଯ୍ୟସ୍ତତା ଏବଂ ସାଂଗଠନିକ ବିଫଳତା ପାଇଁ ମୁଖ୍ୟ ନିର୍ବାଚନ କମିଶନର (CEC) ଶ୍ରୀ ଜ୍ଞାନେଶ କୁମାରଙ୍କୁ କଂଗ୍ରେସ୍ ଦାୟୀ କରିଛି । ତେବେ ତୁରନ୍ତ ତାଙ୍କୁ ବହିଷ୍କାର, ମହାଭିଯୋଗ ପ୍ରକ୍ରିୟା ଆରମ୍ଭ କରାଯାଇ ଅପରାଧିକ ମାମଲାରେ ଜ୍ଞାନେଶ କୁମାରଙ୍କୁ ଗିରଫ କରିବା ଦାବି କରି ମହାମାନ୍ୟ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦ୍ଦେଶ୍ୟରେ ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି ।
ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ୍ ର ପୂର୍ବତନ ବିଧାୟକ ତ୍ରିନାଥ ବେହେରା, ପୂର୍ବତନ ମନ୍ତ୍ରୀ ରାଘବ ପରିଡ଼ା, ଚିକିଟି ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଦ୍ୟାନସାମନ୍ତରାୟ, ଦିଗପହଣ୍ଡି ଏନ.ଏ.ସି. ଅଧ୍ୟକ୍ଷ ପ୍ରଫୁଲ୍ଲ ଚନ୍ଦ୍ର ପଣ୍ଡା, ଉପସଭାପତି ବୃନ୍ଦାବନ ଖଟେଇ, ଓଡ଼ିଶା ପ୍ରଦେଶ କଂଗ୍ରେସ ସମବାୟ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ପଦ୍ମ ଚରଣ ସାହୁ, ପ୍ରବୀର ସାବତ, ଉପସଭାପତି ସତ୍ୟନାରାୟଣ ପଣ୍ଡା, ମହିଳା ନେତ୍ରୀ ସୁବାସିନୀ ପଟ୍ଟନାୟକ, ସିଦ୍ଧାନ୍ତ ସାହୁ, ଯୁବନେତା ଅସିତ୍ ଦଳେଇ ପ୍ରମୁଖ ବହୁ ଗଣ୍ୟମାନ୍ୟ ନେତ୍ତୃବର୍ଗ ଯୋଗଦେଇ ରାଜ୍ଯ ଓ କେନ୍ଦ୍ର ସରକାର ଙ୍କୁ କଟୁ ସମାଲୋଚନା କରିଥିଲେ ।।
BACK TO TOP