Breaking
News
Breaking
News
28-Sep-2026
ଚିକିଟିରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣିରେ
ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ ।।*
ଓଡ଼ିଶା ଜନମତ, ଛତ୍ରପୁର,ତା. ୨୮/୦୯
କେ.ସତ୍ୟନାରାୟଣ ରେଡ୍ଡୀ?:----
ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଏବଂ ବ୍ରହ୍ମପୁର ଆରକ୍ଷୀ ଅଧୀକ୍ଷକ ଅଭିନବ ସୋନକରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଆଜି ଚିକିଟି ବ୍ଲକ ମୁଖ୍ୟାଳୟଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି ।
ଶିବିରରେ ମୋଟ ୧୧୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୦୧ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୫ଟି ଗ୍ରାମ୍ୟ ସମସ୍ୟା ସମ୍ପର୍କିତ ଥିଲା। ଏଥିସହ ରେଡକ୍ରସ ସହାୟତା ପାଇଁ ୨ଟି ଆବେଦନ ଗ୍ରହଣ କରାଯାଇଥିଲା। ଶିବିରରେ ୨୦ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା।
ଅଭିଯୋଗ ଶୁଣାଣି ଅବସରରେ ବିଭିନ୍ନ ବିଭାଗ ପକ୍ଷରୁ ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଥିଲା। ମହାକାଳୀ ସ୍ୱୟଂ ସହାୟକ ଗୋଷ୍ଠୀକୁ ବିହନ ଅର୍ଥ ଓ ଆବର୍ତ୍ତୀ ପାଣ୍ଠି ବାବଦରେ ୨୫,୦୦୦ ଟଙ୍କା, ୬ ଜଣଙ୍କୁ ନିର୍ମାଣ ଶ୍ରମିକ କାର୍ଡ, ୧୦ ଜଣଙ୍କୁ ରାସନ କାର୍ଡ ଏବଂ ୩ ଜଣ ହିତାଧିକାରୀଙ୍କୁ ଆୟୁଷ୍ମାନ ଭାରତ–ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା କାର୍ଡ ପ୍ରଦାନ କରାଯାଇଥିଲା।
ଓଡ଼ିଶା ଜୀବିକା ମିଶନ ପକ୍ଷରୁ ୩ ଜଣଙ୍କୁ ଲକ୍ଷପତି ଦିଦି ଋଣ ମଞ୍ଜୁର କରାଯାଇଥିଲା। ମତ୍ସ୍ୟ ବିଭାଗ ପକ୍ଷରୁ ଜଣେ ହିତାଧିକାରୀଙ୍କୁ ବାୟୋଫ୍ଲକ୍ ଏବଂ ଜଣେ ହିତାଧିକାରୀଙ୍କୁ ମତ୍ସ୍ୟ ପୋଖରୀ ଯୋଜନାର ସୁଫଳ ପ୍ରଦାନ କରାଯାଇଥିଲା। ପଶୁ ସମ୍ପଦ ବିଭାଗ ପକ୍ଷରୁ ବିଭିନ୍ନ ଜୀବିକାଭିତ୍ତିକ ଯୋଜନାରେ ୨ ଜଣଙ୍କୁ ସହାୟତା ପ୍ରଦାନ କରାଯାଇଥିଲା। ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଆମ୍ବ ଚାଷ ପାଇଁ ୨ ଜଣ ହିତାଧିକାରୀଙ୍କୁ ସବ୍ସିଡି ପ୍ରଦାନ କରାଯାଇଥିଲା।
ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଭିବି-ଜି ରାମ ଜି ଯୋଜନା ଅଧୀନରେ ୩ ଜଣଙ୍କୁ ନୂତନ ଜବ୍ କାର୍ଡ ପ୍ରଦାନ କରାଯାଇଥିବାବେଳେ ୪ ଜଣ ହିତାଧିକାରୀଙ୍କୁ ନୂତନ ପେନ୍ସନ ପ୍ରଦାନ କରାଯାଇଥିଲା। ସମବାୟ ବିଭାଗ ପକ୍ଷରୁ ପ୍ୟାକ୍ସକୁ ୫ଟି ଆରଓଆର ଏବଂ ରାଜସ୍ୱ ବିଭାଗ ପକ୍ଷରୁ ୧ଟି ଗ୍ରାମକଣ୍ଠ ଆରଓଆର ପ୍ରଦାନ କରାଯାଇଥିଲା।
ଏଥିସହ ରେଡକ୍ରସ ପାଣ୍ଠିରୁ ୨ ଜଣ ହିତାଧିକାରୀଙ୍କୁ ମୋଟ ୧୦,୦୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା। ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ଓ ସମୟବଦ୍ଧ ସମାଧାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ ।
ଶୁଣାଣିରେ ଜିଲ୍ଲା ଓ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।।
BACK TO TOP