Breaking
News
Breaking
News
03-Sep-2026
ଜାମୁନି ରେ ଜୋନାଲ ସ୍ତରୀୟ କ୍ରିଡ଼ା ଓ ଖେଳକୁଦ ପ୍ରତିଯୋଗିତା
ଓଡିଶା ଜନ ମତ, ହିଞ୍ଜିଳି କାଟୁ,
କୃଷ୍ଣ ଚନ୍ଦ୍ର ସାମନ୍ତରା :---
ସରକାରୀ ଅଶୋକ ଉଚ୍ଚ ବିଦ୍ୟାଳୟ 1966 ମସିହାରେ ପ୍ରଥମ ପ୍ରଧାନ ଶିକ୍ଷକ , ସ୍ବର୍ଗତ ବୃନ୍ଦାବନ ସାମଲ ତାଙ୍କ ର ଅବଦାନ ଚିରସ୍ମରଣୀୟ ଓ ବର୍ତ୍ତମାନ ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ଶିଶିର କୁମାର ଷଡଙ୍ଗୀ କାର୍ଯ୍ୟ କଳାପ ଅଭୁଲା ସ୍ମୃତି ଚିରସ୍ମରଣୀୟ। ପୁରୁଷୋତ୍ତମପୁର ବ୍ଲକର ତୃତୀୟ ZONAL LEVEL COMPETITION ର ଆୟୋଜନ ହୋଇଥିଲା ଏଥିରେ ପୁରୁଷୋତ୍ତମପୁର ଅଂଚଳ ର 8 ଟି ପାଣ୍ଡିଆ ,ଗାଙ୍ଗଦହଣୀ , ସି ହେଚ ନୂଆଁ ଗାଁ, ଏ୍ସପେରିମେଣ୍ଟ୍ କୋଳିଦାସପୁର,ରଣଝାଲି ,ଟଙ୍କାଛାଇ,ଜାମୁନି ବିଦ୍ୟାଳୟ ରୁ ପ୍ରାୟ 650 ଛାତ୍ର/ଛାତ୍ରୀ ଅଂଶଗ୍ରହଣ କରିଥିଲେ. ଉକ୍ତ କାର୍ଯ୍ୟକ୍ରମ ରେ ଜାମୁନି ଗ୍ରାମ ପଂଚାୟତର ସରପଞ୍ଚ ଇନ୍ଦ୍ରଜିତ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କ୍ରୀଡା ଉତ୍ସବ କୁ ଶୁଭଆରମ୍ବ କରିଥିଲେ. ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ/ ଶିକ୍ଷୟତ୍ରୀ ସମସ୍ତ ଆୟୋଜନ ସୁଚାରୁରୂପେ କାର୍ଯ୍ୟ ନିର୍ବାହ କରିଥିଲେ. ସ୍କୁଲ ର ପ୍ରଧାନ ଶିକ୍ଷକ ଶିଶିର କୁମାର ଷଡ଼ଙ୍ଗୀ. ବ୍ଲକ କ୍ରୀଡା ସମ୍ପାଦକ ଜଗନ୍ନାଥ ଜେନା ଏବଂ ଅନ୍ୟମାନେ ସ୍ମିତା ପାତ୍ର ଖେଳ ଶିକ୍ଷକ, ଏନସିସି ଶିକ୍ଷକ ରାମକୃଷ୍ଣ ଚୈଉଧିରୀ,ସମ୍ବିତ କୁମାର ବଳିୟାରସିଂହ, ଭାସ୍କର ଚନ୍ଦ୍ର ପାତ୍ର, କୁମୁଦ ଦାସ ଓ ନିତ୍ୟାନନ୍ଦ ବେହେରା ଆଦି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଆନନ୍ଦ ଓ ଉଲ୍ଲାସ ରେ କାର୍ଯ୍ୟ ସମ୍ପଦନ କରିଥିଲେ.. ଏବଂ ସର୍ବଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସାନ କଲେ । ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।
BACK TO TOP