Breaking
News
Breaking
News
03-Sep-2026
କନକା କ୍ଲଷ୍ଟର ତରଫରୁ ୟୁଡାଇସ ୟୁଏଏସ ତାଲିମ ଶିବିର ଅନୁଷ୍ଠିତ|
ଓଡିଶା ଜନ ମତ ବ୍ୟୁରୋ,
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କନକା କ୍ଲଷ୍ଟର ଅଧୀନସ୍ଥ ସମସ୍ତ ପ୍ରାଥମିକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆଧାର କରି ଏକ ଦିବସୀୟ ତାଲିମ ଶିବିର ସ୍ଥାନୀୟ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ଡିମିରିଆ ଠାରେ ଆନୁଷ୍ଠାନିକ ରୀତିରେ ଅନୁଷ୍ଟିତ ହୋଇଯାଇଛି । ସର୍ବ ପ୍ରଥମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ବଳନ ପରେ ବିଦ୍ୟାଳୟର ସସ୍କୃତ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ତ୍ରିପାଠୀ ଶ୍ରୀଜଗନ୍ନାଥ ଅଷ୍ଟକ ପରିବେଷଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଭିରାମ ବେହେରା ତାଲିମ ବିଷୟରେ ପ୍ରାକ ସୂଚନା ଅଭିଭାଷଣ ପ୍ରଦାନ କରିଥିଲା ବେଳେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଡକ୍ଟର ଦ୍ବାରିକାନାଥ ମହାରଣା ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇଥିଲେ । ଆଭାସ କ୍ଲଷ୍ଟରର ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ କୃଷ୍ଣଚନ୍ଦ୍ର ପରିଡା ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସାମ୍ପ୍ରତିକ ସମୟରେ ୟୁଡାଇସ, ୟୁଏଏସର ଆବଶ୍ୟକତା ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ବୁଝାଇଥିଲେ ।
ଏଥି ସହିତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ପକ୍ଷରୁ ଆରମ୍ଭ ହୋଇଥିବା `ଉଲ୍ଲାସ` ମାଧ୍ୟମରେ ସାକ୍ଷରତା ହାର ବୃଦ୍ଧି ସକାଶେ ଗାଁଠୁ ସହର ପର୍ଯ୍ଯନ୍ତ ଅଭିଯାନ ଉଜ୍ଜୀବିତ ରଖିବାକୁ ମତ ପ୍ରକାଶ କରିଥିଲେ । କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ଯାଳୟରେ କାର୍ଯ୍ୟରତ
ସ୍ୱେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉଦ୍ଯମ ନିଷ୍ଠା ବଳରେ ଉଲ୍ଲାସ ସଫଳ ହୋଇପାରିବ ବୋଲି ମତ ପୋଷଣ କରିଥିଲେ ।
ରିପୋର୍ଟ-
ଡକ୍ଟର ଦ୍ବାରିକାନାଥ ମହାରଣା
ଖଲ୍ଲିକୋଟ, ଗଞ୍ଜାମ
BACK TO TOP