Breaking News

ଗଜପତି ଜିଲ୍ଲା ନୁଆଁ ଗଡ଼ ପଞ୍ଚାୟତ ରେ ଜିଲ୍ଲପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ||   (10-Aug-2026)       ||      ଜଣେ ମହିଳା ତାଙ୍କ ଲମ୍ବା କେଶ ପାଇଁ ଗିନିଜ ବୁକ ଅଫ ରେକର୍ଡ କରିଛନ୍ତି |   (10-Aug-2026)       ||      ଦ୍ୱତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ ||   (10-Aug-2026)       ||      ଖଲ୍ଲିକୋଟ ରେ ପାଚିକା, ସହାୟିକା ଙ୍କ ତାଲିମ ଶିବିର ଆୟୋଜିତ |   (10-Aug-2026)       ||      ପୂର୍ବତନ ରାଷ୍ଟ୍ରପତି ଭି ଭି ଗିରି ଙ୍କ 132ତମ ଜୟନ୍ତୀ ପାଳିତ |    (10-Aug-2026)       ||      ବାଲିଗୁଡା ବ୍ଲକ ଓଏହାର ସମସ୍ତ ଶୈବ ପୀଠରେ ଶ୍ରାବଣ ଦ୍ୱତୀୟ ସୋମବାର ରେ ଜଳାଭିଷେକ,|   (10-Aug-2026)       ||      ସାପ କାମୁଡା ରେ ଦୁଇ ମାସ ଶିଶୁ ମୃତ, ବାପା ଗୁରୁତର |    (10-Aug-2026)       ||      ଲକ୍ଷାଧିକ ଟଙ୍କା, ସୁନା ଓ ଅନ୍ୟନ୍ୟ ସାମଗ୍ରୀ କୁ କେସିଙ୍ଗା ର ଏକ ଘରୁ ଚୋରି କଲେ ଚୋର |    (10-Aug-2026)       ||      ଶ୍ରୀକ୍ଷେତ୍ରପୋଢୁଆଁ ଯାତ୍ରାର ଅନ୍ୟତମ ପ୍ରବର୍ତ୍ତକ ସରୋଜ ନାୟକ ସମ୍ବର୍ଦ୍ଧିତ ||   (10-Aug-2026)       ||      କ୍ରୀଡା ଶିକ୍ଷକଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା |   (10-Aug-2026)       ||      ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||     

ନିଲମ୍ବିତ ରେଞ୍ଜର ଙ୍କ ଘର ନିକଟ ରୁ ମିଳିଲା ମୃତ ହାତୀର ଶରୀର |

23-Jan-2026

ନିଲମ୍ବିତ ରେଞ୍ଜରଙ୍କ ଘର ନିକଟରୁ ମିଳିଲା ମୃତହାତୀର ଶରୀର: ମୋବାଇଲ ଲାଇଟ ରେ ହେଲା ଶବ ବ୍ୟବଚ୍ଛେଦ!
ରେଞ୍ଜରଙ୍କ ପତ୍ତା ମିଳୁନି,

ଓଡିଶା ଜନମତ,ବାଲିଗୁଡା, ତା, ୨୨/୦୧:

ସଞ୍ଜୟ କୁମାର ପାଣିଗ୍ରାହୀ: 

କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବେଲଘର ରେଞ୍ଜ ମୁଣ୍ଡୁଟି ଜଙ୍ଗଲରୁ ହାତୀର ମୃତଦେହ ଗାଏବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଏହି ମୃତହାତୀର ଖଣ୍ଡବିଖଣ୍ଡିତ ଅଂଶ ବୁଧବାର ନିଲମ୍ବିତ ରେଞ୍ଜର ବିନୟ ବିଶିଙ୍କ ଘର କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ତହଁସିର ଡ୍ୟାମ୍ ନିକଟ ନିକଟରୁ ମିଳିଛି। ସୂଚନା ଅନୁସାରେ, ମୁଣ୍ଡୁଟି ଜଙ୍ଗଲରୁ ହାତୀ ମୃତ୍ୟୁ ଓ ଶବକୁ ନେଇ  ଅନ୍ୟତ୍ର ପୋତିଦେବା ଘଟଣାରେ ବନ ବିଭାଗ ପକ୍ଷରୁ ରେଞ୍ଜର ବିନୟ ବିଶିଙ୍କୁ ମଙ୍ଗଳବାର ଚାକିରିରୁ ନିଲମ୍ବନ କରାଯାଇଥିଲା। ତେବେ ହାତୀର ଶବ ମିଳିନଥିଲା। ବାଲିଗୁଡ଼ା ଡିଏଫ୍‌ଓ ଏହି ଘଟଣାର ତଦନ୍ତ କରୁଥିଲେ । ବୁଧବାର ଜଏଣ୍ଟ୍ ଟାସ୍କଫୋର୍ସ ଟିମ୍ ସହ ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହନ୍ତ ଓ ତୁମୁଡ଼ିବନ୍ଧ ରେଞ୍ଜର କାଳୀଚରଣ ବେହେରା ନିଲମ୍ବିତ ରେଞ୍ଜର ଶ୍ରୀ ବିଶିଙ୍କ ଗାଁ କେସିଙ୍ଗାର ତହଁସିରରେ ପହଞ୍ଚି ତନାଘନା କରିଥିଲେ। ହାତୀର ଶବ ପୋତିବା ଘଟଣାରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିମାନଙ୍କ ସୂଚନା ଆଧାରରେ ବାଲିଗୁଡା ବନଖଣ୍ଡ ବିଭାଗ ଓ କଳାହାଣ୍ଡି ବନଖଣ୍ଡ ବିଭାଗ ଅଧିକାରୀମାନେ ତହଁସିର ଡ୍ୟାମ୍ ନିକଟରେ ପୋତାଯାଇଥିବା ସ୍ଥାନ ଚିହ୍ନଟ କରିଥିଲେ। ଏହି ଅପରେସନକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବା ପାଇଁ ମିଳିଥିବା ସ୍ଥାନରେ ଗ୍ରିନ୍ ବ୍ୟାରିକେଡ୍ କରି ରଖିଥିଲେ। ଜେସିବି ଦ୍ବାରା ମାଟି କଢା ଯାଇ ୭ ଫୁଟ୍ ତଳୁ ହାତୀ ଶରୀରର ବିଭିନ୍ନ ଅଂଶ ପାଇଥିଲେ । ହାତୀକୁ ଟିକିଟିକି କରି କାଟି ପୋତା ଯାଇଥିବା ଅନୁମାନ କରାଯାଉଛି। ତେବେ ଦେହାଂଶର ଅଧିକାଂଶ ପଚିସଢି ଯାଇଥିବା ବେଳେ ଶୁଣ୍ଢ, ଗୋଡ଼, ମୁଣ୍ଡ ଆଦି ମିଳିଥିଲା। ପରେ ଭବାନୀପାଟଣା ଓ କେସିଙ୍ଗା ପ୍ରାଣୀ ଚିକିତ୍ସାଳୟର ବିଶେଷଜ୍ଞ ମାନେ ସେହି ସ୍ଥାନରେ ଶବ ବ୍ୟବଚ୍ଛେଦ କରିଥିଲେ। ଏହି ଖବରରୁ ସମସ୍ତଙ୍କୁ ଦୁରେଇ ରଖାଯାଇଥିଲା। ଏମିତି କି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଫଟୋ ନେବାରୁ ବାରଣ କରାଯାଇଥିଲା ବାଲିଗୁଡା ଡିଏଫ୍‌ଓଙ୍କ ତତ୍ତ୍ବାବଧାନରେ ଏହି ଅପରେସନ ହୋଇଥିଲା। କଳାହାଣ୍ଡି ଉତ୍ତର ବନଖଣ୍ଡ ଡିଏଫ୍‌ଓ କନ୍ଧମାଳ ଜିଲ୍ଲା ଘଟଣାର ଅପରେସନ କରୁଛି ବୋଲି କହିଥିଲେ। ତେବେ ରାତିରେ ମୋବାଇଲ୍ ଲାଇଟ୍‌ରେ କିପରି ବ୍ୟବଚ୍ଛେଦ ହେଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ମଙ୍ଗଳବାର କନ୍ଧମାଳ ଜିଲ୍ଲାର ବେଲଘର କାଠ ବଙ୍ଗଳାରେ ତଦନ୍ତ ପରେ କାଡ଼ାପାନା ନର୍ସରିରେ ହାତୀର ଶବ ପୋତା ଯାଇଥିବା ଅନୁମାନ କରି ଖୋଳାଖୋଳି ଆରମ୍ଭ ହୋଇଥିଲା ଏଠାରୁ ପଲିଥିନ୍‌ରେ ବନ୍ଧାଯାଇଥିବା କିଛି ମାଂସ ଜବତ ହୋଇଥିଲା। ଆଜି ପଡ଼ୋଶୀ ଜିଲ୍ଲା କଳାହାଣ୍ଡିରୁ ହାତୀର ଦେହାବଶେଷ ମିଳିବା, ଏହି ଘଟଣାକୁ ଆହୁରି ରହସ୍ୟକୁ ଠେଲିଦେଇଛି। ହାତୀ ମୃତ୍ୟୁ ଲୁଚାଇବାକୁ ରେଞ୍ଜର କିଭଳି ବଡ଼ଧରଣର ଜାଲ ବିଛାଇଥିଲେ, ତାହା ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ନିଲମ୍ବିତ ରେଞ୍ଜର୍‌ଙ୍କ ପତ୍ତା ମିଳୁନାହିଁ। ବାଲିଗୁଡ଼ା ଡିଏଫ୍‌ଓ ଘନଶ୍ୟାମ ମହାନ୍ତ ଏହି ସମ୍ବେଦନଶୀଳ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ସେହିପରି ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ବିଏସ୍‌ଟିଏଫ୍ ତଦନ୍ତ ଦାବି କରିବା ସହ ଏଥିରେ ତଳତଳିଆ କର୍ମଚାରୀଙ୍କଠୁ ଆରମ୍ଭକରି ଉଚ୍ଚପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ସଂପୃକ୍ତି ରହିଥିବା କହିଛନ୍ତି | ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସହ ଆଲୋଚନା ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ବିଜେଡି ନେତା ତଥା ଜିଲ୍ଲା ଉପସଭାପତି ଟୁନା ଦାସ କହିଛନ୍ତି, ଏହି ଘଟଣାରେ କେବଳ ତଳତଳିଆଙ୍କୁ ବଳି ପକାଇ ଡିଏଫ୍‌ଓ ଓ ଏସିଏଫ୍ ଖସି ଯିବାକୁ ଉଦ୍ୟମ କରୁଛନ୍ତି । ସେ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି। ସୂଚନା ଥାଉ କି, ମୁଣ୍ଡୁଟି ଜଙ୍ଗଲରେ ଗତ ୫ ତାରିଖରେ ଏକ ହାତୀର ମୃତ୍ୟୁ ହୋଇଥିଲା। ଘଟଣା ଚପାଇ ଦେବାକୁ ସ୍ଥାନୀୟ ରେଞ୍ଜର ଶ୍ରୀ ବିଶି ଷଡ଼ଯନ୍ତ୍ର ରଚିଥିଲେ। ଘଟଣାକୁ ଲୁଚାଇବା ପାଇଁ ହାତୀ ମୃତଦେହକୁ ସେଠାରେ ନ ପୋତି ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଭୁବନେଶ୍ଵରରେ ଏକ ଜେଟିଏଫ୍ ଟିମ୍ ଗଠନ କରାଯାଇଛି। ଏଥିରେ ଡେପୁଟି କଞ୍ଜରଭଟର ରାମପଦ ଅରବିନ୍ଦ ମିଶ୍ର, ବିବେକ କୁମାର ଓ ଅବସରପ୍ରାପ୍ତ ଏସ୍‌ପି କିଶୋର ପାଣିଗ୍ରାହୀ ରହିଛନ୍ତି। ଏହି ଟିମ୍ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଆର୍‌ସିସିଏଫ୍ ବିଶ୍ବନାଥ ନୀଳାମ୍ବର ବାଲିଗୁଡ଼ା ଆସି ପ୍ରଥମିକ ତଦନ୍ତ ରିପୋର୍ଟ ନେଇଥିବା ଜଣାପଡ଼ିଛି!

News Comment

You Might Also Like

BACK TO TOP