Breaking
News
Breaking
News
10-Aug-2026
ଯୋଗାଣ ମନ୍ତ୍ରୀ ଙ୍କ ବଡ଼ ଘୋଷଣା ଭାଗଚାଷୀ କରିପାରିବେ ରେଜିଷ୍ଟ୍ରେସନ, ଜମି ମାଲିକ ନଆସିଲେ ବି କିଛି ଅସୁବିଧା ନାହିଁ |(ଆବଶ୍ୟକ ପଡିଲେ ବଢିବ ଅବଧି!
ଓଡିଶା ଜନ ମତ ବ୍ୟୁରୋ |
ଓଡ଼ିଶାର ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ଭାଗଚାଷୀଙ୍କ ପାଇଁ ଏକ ଖୁସିର ଖବର ଦେଇଛନ୍ତି || ଜମି ମାଲିକ ନଆସିଲେ ମଧ୍ୟ ଛାଡିଙ୍କ ହୋଇ ପାରିବ ତେଜିଷ୍ଟ୍ରେସନ | ଧାନ କିଣା ପଞ୍ଜିକରଣକୁ ନେଇ ଚାଷୀ ଓ ଭାଗଚାଷୀଙ୍କ ପାଇଁ ଆସିଛି ବଡ଼ ଖବର। ଭାଗ ଚାଷୀଙ୍କ ଧାନ ବିକ୍ରି ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ସହଜ ଓ ସରଳ କରିବା ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆପ୍ ଆସିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ଧାନ କିଣା ପଞ୍ଜିକରଣକୁ ନେଇ ଚାଷୀ ଓ ଭାଗଚାଷୀଙ୍କ ପାଇଁ ଆସିଛି ବଡ଼ ଖବର। ଭାଗ ଚାଷୀଙ୍କ ଧାନ ବିକ୍ରି ପଞ୍ଜୀକରଣ ପ୍ରକ୍ରିୟାକୁ ଆହୁରି ସହଜ ଓ ସରଳ କରିବା ପାଇଁ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆପ୍ ଆସିବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।
ନୂଆ ଆପ୍ ଜରିଆରେ ଜମି ମାଲିକ ନିଜେ ଉପସ୍ଥିତ ନଥିଲେ ମଧ୍ୟ ଭାଗଚାଷୀଙ୍କୁ ଧାନ ବିକ୍ରି ପଞ୍ଜିକରଣ ପାଇଁ ସମ୍ମତି ଦେଇପାରିବେ। ଫଳରେ ଜମି ମାଲିକଙ୍କ ଅନୁପସ୍ଥିତି ଯୋଗୁଁ ଭଗଚାଷୀଙ୍କ କୌଣସି ଅସୁବିଧା ଯେପରି କିଛି ନହେବ ତାହା ଉପରେ ମନ୍ତ୍ରୀ ସୂଚନା ଦେଇଛନ୍ତି |
ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏପର୍ଯ୍ୟନ୍ତ ୫ ହଜାରରୁ ଅଧିକ ଚାଷୀ ସଫଳତାର ସହ ପଞ୍ଜିକରଣ କରିସାରିଛନ୍ତି। ବର୍ତ୍ତମାନ ପଞ୍ଜିକରଣ ପାଇଁ AgriStack ID ବାଧ୍ୟତାମୂଳକ କରାଯାଇନାହିଁ। ତେଣୁ ଏହି ID ନଥିଲେ ମଧ୍ୟ ଚାଷୀମାନେ ପଞ୍ଜିକରଣ କରିପାରିବେ। ତେବେ ଟୋକନ୍ ମିଳିବା ପୂର୍ବରୁ, ଅର୍ଥାତ୍ ନଭେମ୍ବର ମାସ ସୁଦ୍ଧା AgriStack ID ପ୍ରଦାନ କରିବାକୁ ପଡ଼ିବ।
ଚଳିତ ପଞ୍ଜିକରଣର ଶେଷ ତାରିଖ ଅଗଷ୍ଟ ୩୧ ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ଏହି ସମୟସୀମା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହାସହ ପୂର୍ବଭଳି ଭାଗଚାଷୀମାନେ ଆରଆଇଙ୍କଠାରୁ ପ୍ରମାଣପତ୍ର ଆଣି ମଧ୍ୟ ପଞ୍ଜିକରଣ କରିପାରିବେ।
ଚଳିତ ପଞ୍ଜିକରଣର ଶେଷ ତାରିଖ ଅଗଷ୍ଟ ୩୧ ରଖାଯାଇଛି। ଆବଶ୍ୟକତା ଅନୁଯାୟୀ ଏହି ସମୟସୀମା ବୃଦ୍ଧି କରାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହାସହ ପୂର୍ବଭଳି ଭାଗଚାଷୀମାନେ ଆରଆଇଙ୍କଠାରୁ ପ୍ରମାଣପତ୍ର ଆଣି ମଧ୍ୟ ପଞ୍ଜିକରଣ କରିପାରିବେ।
ରାଜ୍ୟର ସମସ୍ତ ଚାଷୀଙ୍କୁ ଧାନ କିଣା ପ୍ରକ୍ରିୟାରେ ସାମିଲ କରିବା ସରକାରଙ୍କ ମୁଖ୍ୟ ଲକ୍ଷ୍ୟ ବୋଲି ମନ୍ତ୍ରୀ କହିଛନ୍ତି। ଗତ ଖରିଫ ଋତୁରେ ୭୮ ଲକ୍ଷ ମେଟ୍ରିକ ଟନ୍ ଏବଂ ରବି ଋତୁରେ ୨୦ ଲକ୍ଷ ମେଟ୍ରିକ ଟନ୍ ଧାନ କିଣାଯାଇଥିବା ମଧ୍ୟ ସେ ସୂଚନା ଦେଇଛନ୍ତି।

BACK TO TOP