Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |

10-Aug-2026

ଖଲ୍ଲିକୋଟ ସଂକୁଳ ସ୍ତରୀୟ  ଜ୍ଞାନ ବିଜ୍ଞାନ ମେଳାରେ ୧୬୫ ଜଣ ବିଦ୍ୟାର୍ଥୀ ପୁରସ୍କୃତ।

ଓଡ଼ିଶା ଜନମତ ପୋଲସରା,ସନ୍ତୋଷ କୁମାର ପଣ୍ଡା
ତା.୦୯/୦୮/୨୦୨୬:------

ଆଜି ପୋଲସରା  ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଖଲ୍ଲିକୋଟ ସଂକୁଳ ସ୍ତରୀୟ  ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ସଂକୁଳ ପ୍ରମୁଖ ବିଭୂତି ଭୂଷଣ ପାତ୍ରଙ୍କ ଅଧ୍ୟକ୍ଷତା ଏବଂ ପ୍ରଧାନ ଆଚାର୍ଯ୍ୟ ଦାଶରଥି ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ  ହୋଇଥିଲା। ଏଥିରେ ପୋଲସରା  ସମେତ କୋଦଳା, ବିକ୍ରମପୁର, ଖଲ୍ଲିକୋଟ, ବି. ଏନ୍. ପୁର, ଲଙ୍ଗଳେଶ୍ୱର, ତାଳସର, ବେଗୁନିଆପଡ଼ା ଆଦି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଶିଶୁବର୍ଗ, ବାଳବର୍ଗ, କିଶୋରବର୍ଗ ଓ ପ୍ରଶ୍ନମଞ୍ଚ ବିଭାଗରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀମାନେ  ଆଶୁଭାଷଣ, କଥାକଚନ, ମୂର୍ତ୍ତିକଳା, ଗଣିତ ବିଜ୍ଞାନ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ବିଜ୍ଞାନ ପ୍ରୟୋଗ, ବିଜ୍ଞାନ ପ୍ରକଳ୍ପ, ବିଜ୍ଞାନ ପତ୍ରବାଚନ, ନିବନ୍ଧ ଆଦି ବିଷୟ ଉପରେ ଆଧାରିତ  ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।କାର୍ଯ୍ୟକ୍ରମର ଶୁଭାରମ୍ଭ  ମୁଖ୍ୟ ଅତିଥି ସ୍ଥାନିୟ ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ଅବସରପ୍ରାପ୍ତ  ଶିକ୍ଷକ ପ୍ରଭାକର ପ୍ରଧାନ  ମନ୍ତ୍ରୋଚ୍ଚାରଣ ମଧ୍ୟରେ ପ୍ରଦୀପ ପ୍ରଜ୍ୱଳନ କରିଥିବାବେଳେ ସମ୍ମାନିତ ଅତିଥିଭାବରେ ଅଂଶଗ୍ରହଣ କରିଥିବା ବିଦ୍ୟା ମନ୍ଦିର ଗୁଡିକର  ପ୍ରଧାନ ଆଚାର୍ଯ୍ୟ ରଜନୀକାନ୍ତ ବେହେରା, ରବିନ୍ଦ୍ର ନାଥ ଦାସ, ସନ୍ତୋଷ ଶତପଥୀ,ଭି. ତାଇସ୍ଵରି, ବବିତା  କୁମାରୀ ଦାସ, ରମାଗୌଡ ଓ  ଦେବବାଳା ପଟ୍ଟନାୟକ  ପ୍ରମୁଖ ଆଚାର୍ଯ୍ୟାବୃନ୍ଦଙ୍କ  ସମେତ ୨୧ ଜଣିଆ ବିଚାରକ ମଣ୍ଡଳୀବୃନ୍ଦ  ଯୋଗଦେଇଥିଲେ। ଏହି ଅବସରରେ  ଆୟୋଜକ  ଅନୁଷ୍ଠାନର ପରିଚାଳନା କମିଟି ସଭାପତି  ଯଦୁନାଥ ମିଶ୍ର, ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ଏବଂ ଅଧ୍ୟକ୍ଷ ଶ୍ରୀଯୁକ୍ତ ପାତ୍ର ଜ୍ଞାନ ବିଜ୍ଞାନ ମେଳାର ଉଦ୍ଦେଶ୍ୟ, କାର୍ଯ୍ୟକାରିତା  ଏବଂ ସଫଳତାକୁ  ନେଇ ପିଲାମାନଙ୍କୁ  ମାର୍ଗଦର୍ଶନ ଦେବାସହ ପ୍ରତିଯୋଗୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟ ଉଜ୍ଜଳ କାମନା କରିଥିଲେ।
ଏହି ଅବସରରେ ପ୍ରତିଯୋଗିତାରେ ପ୍ରଥମ, ଦିତୀୟ, ତୃତୀୟ ସ୍ଥାନ ହାସଲ କରିଥିବା ମୋଟ, ୧୬୫ ଜଣ କୃତିତ୍ୱ ପ୍ରତିଯୋଗୀ  ଛାତ୍ରଛାତ୍ରୀଙ୍କୁ ମଞ୍ଚାସିନ  ଅତିଥିମାନେ ଶିକ୍ଷା ବିକାଶ ସମିତି, ଓଡ଼ିଶା ଖଲ୍ଲିକୋଟ ସଂକୁଳ ପ୍ରମାଣ ପତ୍ର ୨୦୨୬-୨୦୨୭ ଏବଂ ଟ୍ରଫି ପ୍ରଦାନ କରି ସେମାନଙ୍କ ଦକ୍ଷତାକୁ ଭୂୟ°ସୀ ପ୍ରଶ°ସା କରିଥିଲେ ଏବଂ ଆସନ୍ତା  ସେପ୍ଟେମ୍ବର ମାସ ତା.୨୨ ଓ ୨୩ ରିଖ   ଦିନ ହିଞ୍ଜିଳିକାଟୁ ଏବଂ ଭଞ୍ଜନଗର ଠାରେ ହେବାକୁ ଥିବା ଦୁଇ ଦିବସୀୟ ବିଭାଗ ସ୍ତରୀୟ  ଜ୍ଞାନ ବିଜ୍ଞାନ ମେଳାରେ ଯୋଗଦେବାକୁ  ଯୋଗ୍ୟ ବିବେଚିତ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତିତ୍ୱ  ବିଦ୍ୟାର୍ଥୀମାନଙ୍କ  ସଫଳତା ସକାଶେ  ଆଶିର୍ବାଦ ସହିତ ଶୁଭକାମନା ଜଣାଇଥିଲେ।
ପ୍ରାରମ୍ଭରେ ଶିଶୁ ସ°ପତ୍, ଅତିଥି ମଞ୍ଚାସିନ ମାତୃପ୍ରଣାମ-ବ୍ରହ୍ମନାଦ-ମାତୃ ପ୍ରଣାମ ପରେ ଅତିଥି ପରିଚୟ ପ୍ରଧାନ ଆଚାର୍ଯ୍ୟ ଦାଶରଥି ସ୍ୱାଇଁ, ସ୍ୱାଗତ ଅଭିଭାଷଣ ସଂକୁଳ ସଂଯୋଜକ ତଥା ପ୍ରଧାନ ଆଚାର୍ଯ୍ୟ ରବୀନ୍ଦ୍ର ନାଥ ଦାସ, ବୃତ୍ତକଥନ ସଂକୁଳ ବିଜ୍ଞାନ ପ୍ରମୁଖ ତଥା ଗୁରୁମା ସୁନୀତା ସାହୁ,ବ୍ୟକ୍ତିଗତ ଗୀ ତୃତୀୟ ଶ୍ରେଣୀର ଶିଶୁ ଭଉଣୀ ପଲ୍ଲଵୀ ଗାନ କରିଥିଲେ। କାର୍ଯ୍ୟକ୍ରମରେ  ଅନୁଷ୍ଠାନର ପରିଚାଳନା କମିଟି ସମ୍ପାଦକ ଦୁର୍ଗାପ୍ରସାଦ ମହାପାତ୍ର ଓ ସହସମ୍ପାଦକ ଅରୁଣ କୁମାର ଜେନା, ଉପସଭାପତି  ପ୍ରମୁଖ କୁମାର ପ୍ରଧାନ, କୋଷାଧ୍ୟକ୍ଷ ଅମୂଲ୍ୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିବାବେଳେ ସମସ୍ତ ଗୁରୁମା, ଆଚାର୍ଯ୍ୟ, ଅତିଥିଭାବକ ଓ  କର୍ମଚାରୀଗଣ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP