Breaking
News
Breaking
News
10-Aug-2026
ହଜି ଯାଇଥିବା ମୋବାଇଲ ମାଲିକଙ୍କୁ ଫେରାଇ ମାନବିକତା ଦେଖାଇଲା ବାଲୁଙ୍ଗା ପୋଲିସ |
ଜଗତରେ କିଛି ଏପରି ଲୋକ ଅଛନ୍ତି ଯେଉଁମାନଙ୍କ ପାଇଁ କିଛି ଲୋକଙ୍କ ଉପକାର ହୋଇ ପାରୁଛି | ଯଦିବି ଭୁଲ ବଶତଃ ଅର୍ଥ ଠାରୁ ଆରମ୍ଭ କରି ଅତି ଦରକାରୀ ଜିନିଷ କିଏ କେଉଁଠାରେ ଛାଡି ଦେଉଛନ୍ତି କିମ୍ବା ପକେଇ ଦେଉଛନ୍ତି ତାହାକୁ ପାଇଲା ପରେ ସେହି ବ୍ୟକ୍ତି ମାନଙ୍କ ମଧ୍ୟରୁ ହଜି ଯାଇଥିବା ସାମାନ କୁ ରଖି ଦିଅନ୍ତି ତ କିଛି ବ୍ୟକ୍ତି ତାହାକୁ ସେହି ବ୍ୟକ୍ତିଙ୍କୁ ଫେରାଇ ଦିଅନ୍ତି | ସେପରି ଲୋକ ବହୁତ କମ ଦେଖା ଯାଆନ୍ତି |ସେମାନଙ୍କୁ ସମସ୍ତେ ଭଲ ପାଉଛନ୍ତି | ଏବଂ ସେମାନଙ୍କ ଏହି ମାନବିକତା ପଣିଆକୁ ଅନ୍ୟମାନେ ମଧ୍ୟ କିଛି ପରିମାଣରେ ଶିକ୍ଷା ଲାଭକରୁଛନ୍ତି | ସେପରି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପୋଲିସ ହଜିଯାଇଥିବା ଗୋଟିଏ ମୋବାଇଲ୍ ଫୋନ୍ ଉଦ୍ଧାର କରି ତାର ଅସଲି ମାଲିକଙ୍କୁ ଫେରାଇଦେଇଛି. ପୋଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି.
ସୂଚନା ମୁତାବକ, ବାଲୁଗାଁ ଥାନା ଅଧୀନ ଗୋବର୍ଦ୍ଧନପୁର ଗାଁର ଲଲାତେନ୍ଦୁ ସାହୁ(31) ପିତା-ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କର Oppo-F19 Pro Plus ମୋବାଇଲ୍ 10.01.2025 ତାରିଖରେ ହଜିଯାଇଥିଲା.ହଜିଯାଇଥିବା ମୋବାଇଲର IMEI ନଂ 861932057848071 ଏବଂ 861932057848063
ବାଲୁଗାଁ ପୋଲିସ ଟେକ୍ନିକାଲ୍ ଟ୍ରାକିଂ ମାଧ୍ୟମରେ ମୋବାଇଲ୍ ଟିକୁ ଖୋଜି 06.08.2026 ତାରିଖରେ ଉଦ୍ଧାର କରିଥିଲା. ଉଦ୍ଧାର ପରେ ପୋଲିସ ମୋବାଇଲ୍ ମାଲିକ ଲଲାତେନ୍ଦୁ ସାହୁଙ୍କୁ ଥାନାକୁ ଡାକି ଯାଞ୍ଚ ପରେ ମୋବାଇଲ୍ ଟିକୁ ତାଙ୍କୁ ହସ୍ତାନ୍ତର କରିଥିଲା.ମୋବାଇଲ୍ ପାଇବା ପରେ ଲଲାତେନ୍ଦୁ ସାହୁ ବାଲୁଗାଁ ପୋଲିସର ଏହି ସହାୟତା ପାଇଁ ଧନ୍ୟବାଦ ଜଣାଇଛନ୍ତି.ଉଦ୍ଧାର ସମୟରେ ସୁଜିତ୍ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ୍ ମିଳିଥିବା ଜଣାପଡିଛି.ବାଲୁଗାଁ ଥାନା ଅଧିକାରୀଣୀ କହିଛନ୍ତି ଯେ ସାଧାରଣ ଲୋକଙ୍କ ହଜିଯାଇଥିବା ସାମଗ୍ରୀ ଫେରାଇବା ପାଇଁ ପୋଲିସ ସର୍ବଦା ପ୍ରୟାସରତ.
BACK TO TOP