Breaking
News
Breaking
News
31-Jul-2025
ସଡ଼କ ଦୁର୍ଘଟଣାରେ ଜଣେ ମୃତ।
ଓଡିଶା ଜନ ମତ ବ୍ରହ୍ମପୁର, କୈଳାସ ଚନ୍ଦ୍ର ଚୌଧୁରୀ,
ଗୋଳନ୍ଥରା ଥାନା ଅର୍ନ୍ତଗତ ଜନଗହଳି ପୂର୍ଣ୍ଣ କନିଷି ହାଟରେ ଆଜି ସକାଳୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ମୋଟରସାଇକେଲ ଚାଳକର ମୃତ୍ୟୁ ଘଟିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ଆନ୍ଧ୍ର ପଟୁ ଜଣେ ମୋଟରସାଇକେଲ ଚାଳକ ବ୍ରହ୍ମପୁର ଆସୁଥିବା ବେଳେ ସେହି ଆନ୍ଧ୍ର ପଟୁ ଆସୁଥିବା ଅନ୍ୟ ଏକ ଟ୍ରକ୍ ପଛପଟୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ମୋଟରସାଇକେଲ ଚାଳକର ମୃତ୍ୟୁ ଘଟିଛି ଓ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛି।ମୃତ୍ୟୁ ବରଣ କରିଥିବା ଯୁବକ ର ପରିଚୟ ମିଳିନାହିଁ। ଟ୍ରକ୍ ଡ୍ରାଇଭର ଗାଡ଼ି ଛାଡ଼ି ଚମ୍ପଟ୍ ମାରିଥିବା ଜଣାପଡିଛି ଓ ଖବର ପାଇ ଗୋଳନ୍ଥରା ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଟ୍ରକ୍ ଓ ମୋଟରସାଇକେଲ କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
BACK TO TOP