Breaking News

ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |    (21-Aug-2026)       ||      ପୁରୁଷୋତ୍ତମପୁର ରେ ଉଦଯାପିତ ହେଲା ତିନିଦିନ ଧରି ଚାଲିଥିବା ଲକ୍ଷପତି ଦିଦି କାର୍ଯ୍ୟକ୍ରମ ||   (21-Aug-2026)       ||      ବିଧାନ ସଭା ଗୃହ କମିଟି ଅଧକ୍ଷ ଓ ସଦସ୍ୟ ମାନେ ମା ତାରା ତାରିଣୀ ଙ୍କୁ ଦର୍ଶନ କଲେ ||   (21-Aug-2026)       ||      ବିଭିନ୍ନ ଅସୁବିଧା ନେଇ ବିଡ଼ିଓ ଙ୍କୁ ଦାବିପତ୍ର ଦେଲେ ମଠ ବରିଡା ଗ୍ରାମବାସୀ |   (20-Aug-2026)       ||      ବିଭିନ୍ନ ସମସ୍ୟା ନେଇ କୃଷକ ସଂଘର ଜିଲ୍ଲା ପାଳ ଙ୍କୁ ଦାବିପତ୍ର |    (20-Aug-2026)       ||      ସୁନା ଲୁଟ କରିବାକୁ ଆସି ଭୁଜାଲିରେ ପରିବାର ଙ୍କୁ ଆକ୍ରମଣ |    (20-Aug-2026)       ||      ବଟି ମାଗିବାକୁ ନେଇ ବିଜେପି ନାରୀ ନେତ୍ରୀଙ୍କ ବିରୁଦ୍ଧରେ ଥାନା ରେ ଅଭିଯୋଗ |   (20-Aug-2026)       ||      ଯୋଗ୍ୟ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ ହୋଇ ପାଲଥିନ ତଳେ ଜୀବନ ବିତାଉଛନ୍ତି |    (20-Aug-2026)       ||      ଦାରା ସିଂହ ଙ୍କ କେଶ ରେ ସରକାର ଙ୍କ ଉପରେ ବର୍ଷିଲେ ସୁପ୍ରିମ କୋର୍ଟ ||   (20-Aug-2026)       ||      ଦାରା ସିଂହ ଙ୍କ ଶୁଣାଣୀ ଉପରେ ସରକାର ଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ସୁପ୍ରିମ କୋର୍ଟ |    (20-Aug-2026)       ||      କରେଣ୍ଟ ଲଗାଇ ହାତୀ ମାରିବା ଘଟଣା ରେ ଅଭିଯୁକ୍ତ ଗିରିଫ |   (20-Aug-2026)       ||      ହାତୀ ଦାନ୍ତ ଜବତ ସହ ଚାରି ଅଭିଯୁକ୍ତ ଗିରଫ |    (20-Aug-2026)       ||      ଅନ୍ତର୍ଜାତୀୟ ଜୁଡେ ଏବଂ ମାର୍ଶାଲ ସ୍ଵର୍ଣ ପଦକ ବିଜେତା ଏବେ ଦିନ ମଜୁରିଆ |    (20-Aug-2026)       ||      ସୃଜନ ସାହିତ୍ୟ ସଂସ୍କୃତି ସଂସଦ ର ଷଷ୍ଟ ବାର୍ଷିକ ଉତ୍ସବ ଅବସର ରେ ସାରସ୍ୱତ ସମ୍ମାନ ସମାରୋହ ଆୟୋଜିତ |   (20-Aug-2026)       ||      ଗଞ୍ଜାମ ଜିଲ୍ଲା ଶାଖା ଭାରତୀୟ ଦଳିତ ସାହିତ୍ୟ ଏକାଡେମୀ ର ପ୍ରଥମ କାର୍ଯ୍ୟ କାରିଣୀ ବୈଠକ |   (20-Aug-2026)       ||      ଏୟାର ଇଣ୍ଡିଆର ଦୁଇ ପାଇଲେଟ ଡ୍ରଗ ଟେଷ୍ଟ ରେ ପଯେତିଭ |   (19-Aug-2026)       ||      ଟ୍ରେନ ର ଏସି ରୁମରେ ପସି ଚୋର କରୁଥିଲା ସୁନା ଚୋରି |    (19-Aug-2026)       ||      ଧସିଗଲା ନୁଆଁ ପୋଖରୀର ପାଖ ସୁରକ୍ଷା କାନ୍ଥ ||   (19-Aug-2026)       ||      ଚାକିରୀ ଦେବା ନାଁରେ 16 ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୁକ୍ତ ଗିରଫ |   (19-Aug-2026)       ||      ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ତରଫରୁ କୋଦଳା ଠାରେ ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ |    (19-Aug-2026)       ||     

ବେଗୁନିଆପଡା ବ୍ଲକର 49 ଅଙ୍ଗନବାଡି କେନ୍ଦ୍ରର ନାହିଁ ନିଜସ୍ୱ ଗୃହ |

21-Aug-2026

ବେଗୁନିଆପଡା ବ୍ଲକରେ ଅଙ୍ଗନବାଡି ଶିକ୍ଷା ବ୍ୟବସ୍ଥା.........
କୋଦଳାର 5 ଟି ସମେତ ବେଗୁନିଆପଡା ବ୍ଲକର 49 ଟି କେନ୍ଦ୍ରର ନିଜସ୍ୱ ଗୃହ ନାହିଁ l 
ଭଡା ଘର ଓ କମ୍ୟୁନିଟି ଗୃହରେ ଚାଲୁଛି କେନ୍ଦ୍ର l 
ସ୍ଥାନ ଚିହ୍ନଟ ସତ୍ୱେ ପ୍ରକ୍ରିୟାରେ ବିଳମ୍ବ l  

ଓଡିଶା ଜନମତ,ବେଗୁନିଆପଡା:21/08/26 :

ଭଞ୍ଜ କିଶୋର ମହାରଣା-

ବେଗୁନିଆପଡା ବ୍ଲକ ଓ କୋଦଳା ଏନଏସିରେ ସମ୍ୱନ୍ୱିତ ଶିଶୁ ବିକାଶ ଯୋଜନାରେ ଚାଲିଥିବା ଅଙ୍ଗନବାଡି କେନ୍ଦ୍ର ଗୁଡିକରେ ବ୍ୟାପକ ଅବ୍ୟବସ୍ଥା ଚାଲିଥିବା ବେଳେ ପିଲାମାନେ କିଏ ଭଡାଘରେ ପଢୁଛନ୍ତି ତ ଆଉ କେଉଁଠି କମ୍ୟୁନିଟି କୋଠରୀରେ ଚାଲିଛି।  ଏହି ବ୍ଲକର ମୋଟ 213 ଟି କେନ୍ଦ୍ର ମଧ୍ୟରୁ କୋଦଳା ଏନଏସିରେ 15 ଟି କେନ୍ଦ୍ର ରହିଛି। କୋଦଳା ଏନଏସିରେ ବିଭିନ୍ନ ୱାର୍ଡରେ 5ଟି କେନ୍ଦ୍ରର ନିଜସ୍ୱ ଗୃହ ନଥିବା ବେଳେ ବେଗୁନିଆପଡା ବ୍ଲକରେ 44 ଟି କେନ୍ଦ୍ରରେ ନିଜସ୍ୱ ଗୃହ ନାହିଁ। ସମୁଦାୟ 213 କେନ୍ଦ୍ର ମଧ୍ୟରୁ 169 କେନ୍ଦ୍ରରେ ନିଜସ୍ୱ ଗୃହ ରହିଥିବା ବେଳେ 36 ଟି କେନ୍ଦ୍ର ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ଚାଲୁଛି। ଏହା ସହିତ 5 ଟି କେନ୍ଦ୍ର କମ୍ୟୁନିଟି କୋଠାରେ ଚାଲିଥିବା ବେଳେ 3 ଟି କେନ୍ଦ୍ର ଭଡା ଘରେ ଚାଲୁଛି। ଆଉ 26 ଟି କେନ୍ଦ୍ର ପାଇଁ ଗୃହ ନିର୍ମାଣଧୀନ ରହିଛି। ମୋଟ 213 କେନ୍ଦ୍ରରେ 6277 ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଅନେକ କେନ୍ଦ୍ରରେ ପାଚେରୀ ନାହିଁ। ଯାହା ଫଳରେ ପିଲା ଙ୍କ ସୁରକ୍ଷା ଚିନ୍ତା ବଢିଛି। ଯେଉଁ 36 ଟି କେନ୍ଦ୍ର ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ଚାଲୁଛି ସେଠାରେ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନରେ ଅସୁବିଧା ଦେଖା ଦେଉଛି।କୋଦଳା ଏନଏସିର  ୱାର୍ଡ ନଂ 2 ଗୌଡ଼ ସାହି, ୱାର୍ଡ ନଂ 3 ଖରୁଡ଼ା ସାହି,ୱାର୍ଡ ନଂ 4 ବାଉରୀ ସାହି, ୱାର୍ଡ ନଂ 6 ଡେରା ସାହି ଏବଂ ୱାର୍ଡ ନଂ 1 ବି ନୁଆଁପଲ୍ଲୀରେ ସ୍ଥାୟୀ ଗୃହ ନଥିବାରୁ ଶିଶୁମାନଙ୍କ ଶିକ୍ଷାଦାନରେ  ବାଧା ଉପୁଜୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି l କୋଦଳାର 5 ଟି କେନ୍ଦ୍ର ଅଲଗା ଅଲଗା ବିଦ୍ୟାଳୟ କକ୍ଷରେ କାର୍ଯ୍ୟ କରୁଥିବାବେଳେ 4 ଟି କେନ୍ଦ୍ରର ଜାଗା ପିଏମଶ୍ରୀ ନୋଡାଲ ହାଇସ୍କୁଲ ପରିସରରେ ଚି଼ହ୍ନଟ ହୋଇ ଅର୍ଥ ମଂଜୁର ହୋଇଥିବା ସତ୍ୱେ ପ୍ରକ୍ରିୟାରେ ବିଳମ୍ବ ହେଉଥିବା ଯୋଗୁଁ ଅଞ୍ଚଳରେ କ୍ଷୋଭ ପ୍ରକାଶ ପାଇଛି l ଏନେଇ ବେଗୁନିଆପଡା ବିଡ଼ିଓ ପ୍ରସ୍ତାବିତ ଜମିକୁ ନିର୍ଦିଷ୍ଟ କରି ଯୋଗାଇଦେବା ପାଇଁ କୋଦଳା ତହସିଲଦାରଙ୍କୁ ଗତ ମେ 29 ରେ ଚିଠି (ସଂଖ୍ୟା 1540)କରିଛନ୍ତି। ବ୍ଲକ ତରଫରୁ କନିଷ୍ଠ ଯନ୍ତ୍ରୀ ଆସିଲେ  ଖୁବଶୀଘ୍ର  ଜାଗା ନିର୍ଦିଷ୍ଟ କରି  ଯୋଗାଇଦେବାକୁ ତହସିଲଦାର ବିନ୍ଦୁ ବଳୟ ରାଉତରାୟ ପ୍ରକାଶ କରିଛନ୍ତି l ସୂଚନାଯୋଗ୍ୟ ସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର ନଥିବା ହେତୁ ପିଲାମାନେ ପାଠ ପଢ଼ିବାରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତା ସହିତ ବେଳେ ବେଳେ ସ୍କୁଲ ଘର ଭିତରେ ସାପ ବାହାରୁଛି. ୱାର୍ଡ ନଂ 2 ଗୌଡ଼ ସାହି ଓ ୱାର୍ଡ ନଂ 3 ଖରୁଡା ସାହି ସ୍କୁଲ ଘର ଭିତରେ ହେଉଥିବାରୁ ଅଙ୍ଗନବାଡି ପିଲା ମାନଙ୍କୁ ପାଠ ପଢ଼ିବା ସରିଲେ  ପ୍ରାଥମିକ  ସ୍କୁଲ ପିଲାଙ୍କ   ପାଠ ପଢା ଆରମ୍ଭ ହେଉଛି l ୱାର୍ଡ ନଂ 4 ଓ ୱାର୍ଡ ନଂ 6 ଅଙ୍ଗନବାଡି କେନ୍ଦ୍ର ପୁରାତନ ସ୍କୁଲ ବିଲଡିଂରେ ହେଉଥିବାରୁ କିଛି ଅଘଟଣକୁ ଏଡାଇ ଦିଆଯାଇନପାରେ l ଏଣୁ ଅଙ୍ଗନବାଡି ଗୃହ ଗୁଡିକୁ ତୁରନ୍ତ ନିର୍ମାଣ କରିବା ସହ ଯେଉଁ ଗୃହ ଗୁଡିକ ମରାମତି ଆବଶ୍ୟକ କରୁଛି ସେ ଗୁଡିକୁ ତୁରନ୍ତ ମରାମତି କରିବା  କିମ୍ବା ନୂତନ ଗୃହ ନିର୍ମାଣ ପାଇଁ ଦାବୀ ହେଉଛି।

News Comment

You Might Also Like

BACK TO TOP