Breaking News

ଭଞ୍ଜନଗର ଉତ୍ତର ଘୁମୁସର ବନ ଖଣ୍ଡ ରେ ଦୁଇଟି ବାଘ ଛୁଆ ରାସ୍ତା ପାରହେଉଥିବା ଦୃଶ୍ୟ |    (22-Aug-2026)       ||      ଅନ୍ଧବିଶ୍ୱାସ ର କରୁଣ ପରିଣତି , ଧନ ପ୍ରାପ୍ତି ପାଇଁ ଘରେ ଦେଇଥିଲେ ନର ବଳି |   (22-Aug-2026)       ||      ଜଗନ୍ନାଥ ପ୍ରସାଦ ରାସ୍ତାରେ ଦୁଇ ବାଘ ଛୁଆ ଦେଖିବାକୁ ମିଳୁଛି |    (22-Aug-2026)       ||      ଗାନ୍ଧୀ ସ୍କୁଲ ଅଫ ଇଞ୍ଜିନିୟରିଙ୍ଗ ର 19ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ||   (22-Aug-2026)       ||      କୃତିତ୍ୱ ଦେଖାଇଲେ ଖଲ୍ଲିକୋଟ, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା ରେ ଛାତ୍ର ଛାତ୍ରୀ ମାନେ |    (22-Aug-2026)       ||      କାଲିମେଘି ପଞ୍ଚାୟତ ରେ ଶବଗୃହ ନଥିବାରୁ ଅସୁବିଧା ଭୋଗୁଛନ୍ତି ପଞ୍ଚାୟତ ବାସୀ |   (22-Aug-2026)       ||      ଏକ ପ୍ରକୃତ କର୍ମୀଙ୍କ ନିସ୍ୱାର୍ଥ ପର ସେବା ନିଷ୍ଟାର ଅନନ୍ୟ ଉଦାହରଣ କରିଥିବା ବ୍ୟକ୍ତି |    (22-Aug-2026)       ||      ଶବ ଦାହ କରିବାକୁ ଯାଇ ଶବ ହୋଇଗଲେ କରୁଣା କର |   (22-Aug-2026)       ||      ପଞ୍ଚମ ରାଜ୍ୟ ସ୍ତରୀୟ ଫୋଟୋ ପ୍ରତିଯୋଗିତା ରେ ଫୋଟଗ୍ରାଫର ସମ୍ମାନିତ |    (22-Aug-2026)       ||      ବାଲିଗୁଡା ପୋଲିସ ଦ୍ୱାରା ବ୍ରାଉନ ସୁଗାର ସହିତ ଟଙ୍କା,ମୋବାଇଲ ଓ ମୁଖ୍ୟ ଅଭିଯୁକ୍ତ ଗିରଫ |    (22-Aug-2026)       ||      ଆମେରିକା ଯିବାକୁ ତେଲେଙ୍ଗନା ମୁଖ୍ୟମନ୍ତ୍ରୀ ଙ୍କୁ କେନ୍ଦ୍ର ସରକାର ଙ୍କ ଠାରୁ ମିଳିଲାନି ଅନୁମତି |   (22-Aug-2026)       ||      ପୁଣି ଦ୍ୱତୀୟ ବିବାହ କଲେ ଜଣେ ଅଭିନେତା ||   (22-Aug-2026)       ||      ଜିରୋ ରନ ରେ କେବେବି ଆଉଟ ହୋଇ ନଥିବା ଜଣେ କ୍ରିକେଟିଏର |   (21-Aug-2026)       ||      କନ୍ୟାରୀ ବାଡ଼ିରେ ବେସାହାରା ହୋଇଥିବା ଚାରି କୁନି ଛୁଆଙ୍କୁ ସାହାଯ୍ୟ କଲେ ବିଧାୟକ ପ୍ରତାପ ନାୟକ |    (21-Aug-2026)       ||      ସାଧାରଣ ଲୋକଙ୍କ ପାଈଁ ନାହିଁ ଶ୍ମଶାନ କୁ ରାସ୍ତା , ଶବସଂସ୍କାର ପାଈଁ ହଟ ହଟା |   (21-Aug-2026)       ||      ଜୁଆ ଆଡ୍ଡା ଉପରେ ପୋଲିସ ର ଚଢ଼ାଉ ବାଇକ, ଟଙ୍କା ସହ 7ଜଣ ଗିରଫ |    (21-Aug-2026)       ||      ତପ୍ତପାଣି ଉଷ୍ଣ ପଶ୍ରବଣ ପରିଦର୍ଶନ କରି କନ୍ଧୁଣୀ ଦେବୀଙ୍କ ଉନ୍ନୟନ ବୁଲି ଦେଖିଲେ ବିଧାନ ସଭା ଗୃହ କମିଟି |   (21-Aug-2026)       ||      ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |   (21-Aug-2026)       ||      ବସ ସହିତ ବୁଲେଟ ମୁହାଁମୁହିଁ ଧକ୍କାରେ ଯୁବକ ମୃତ |    (21-Aug-2026)       ||      ବ୍ରହ୍ମପୁର ରେ ତିନି ଦିନିଆ ରାଜ୍ୟ ସ୍ତରୀୟ ଲୋକନାଟକ ମହୋତ୍ସବ ଉଦଯାପିତ |    (21-Aug-2026)       ||     

ବେଗୁନିଆପଡା ବ୍ଲକରେ ସାମାଜିକ ସୁରକ୍ଷା ଜନ ଶୁଣାଣୀ ଅନୁଷ୍ଠିତ |

21-Aug-2026

ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ଜନଶୁଣାଣି l
ଆସିଲା ମାଳ ମାଳ ଅଭିଯୋଗ l

ଓଡିଶା ଜନମତ, ବେଗୁନିଆପଡା : 21/08/26 :

ଭଞ୍ଜ କିଶୋର ମହାରଣା

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ କାର୍ଯ୍ଯାଳୟ ସମ୍ମିଳନୀ କକ୍ଷରେ ଆଜି ମହାତ୍ମା ଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ସାମାଜିକ ସମୀକ୍ଷା ଓ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଉପ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଉପସ୍ଥିତ ରହି ଜନଶୁଣାଣିର ଅଧ୍ୟକ୍ଷତା କରିଥିଲେ। ବେଗୁନିଆପଡ଼ା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁନୀଲ ସାମନ୍ତ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା, ଯନ୍ତ୍ରୀ ପ୍ରଦୀପ ସାହୁ, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ଦୁର୍ଯ୍ୟୋଧନ ଗୌଡ଼, ଉପାଧ୍ଯକ୍ଷ ସୁଧାକର ପ୍ରଧାନ, ଜିପିଓ ସୁଧୀର ପ୍ରଧାନ ମଞ୍ଚାସୀନ ଥିଲେ। ସରପଞ୍ଚ, ସମିତି ସଭ୍ୟ, ବନବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସହ ଏହି ଯୋଜନାରେ ସଂଶ୍ଲିଷ୍ଟ ଥିବା ବିଭିନ୍ନ କର୍ମଚାରୀ ଉପସ୍ଥିତ ଥିଲେ। ଯଦିଓ ଏବେ ମନରେଗା ଯୋଜନାର ନାମ ପରିବର୍ତ୍ତନ ସହ 100 ଦିନ ବଦଳରେ 125 ଦିନ ରୋଜଗାର ଆଇନ ଲାଗୁ ହୋଇଛି, କିନ୍ତୁ ପୂର୍ବରୁ ମନରେଗା ଯୋଜନାର ବିଭିନ୍ନ କାର୍ଯ୍ଯ ଶେଷ ହୋଇନି ଏବଂ ବିଲ୍ ବି ଅଟକି ରହିଛି। ଏଣୁ ଏସଂପର୍କରେ ଅଭିଯୋଗ ଆଗତ ହୋଇଥିଲା। ବିଭିନ୍ନ ପଞ୍ଚାୟତରେ ମନରେଗା ମେଟେରିଆଲ ବିଲ୍ ପାସ୍ ହୋଇ ନଥିବା ଅଭିଯୋଗ ହୋଇଛି। ସେହିପରି ବ୍ଲକର ବିଭିନ୍ନ ପଞ୍ଚାୟତରେ ବର୍ତ୍ତମାନ ଚାଲିଥିବା ଭିବି-ଜି-ରାମ-ଜି ଯୋଜନା ଦିଗହରା ଅଭିଯୋଗ କରିଛନ୍ତି କାଳିମେଘି ସରପଞ୍ଚ ଅର୍ଚ୍ଚନା ତ୍ରିପାଠୀ।ଶ୍ରମିକଙ୍କ ଫଟୋ ଉଠାଇ ମିଥ୍ଯା ଶ୍ରମିକ ନାମରେ ବିଲ୍ କରାଯାଉଥିବା କହିଥିଲେ ଶ୍ରୀମତୀ ତ୍ରିପାଠୀ। ଏବଂସେପଟେ ସରପଞ୍ଚ ମାନଙ୍କୁ ନଜଣାଇ କାମ ହେଉଥିବା ଅଭିଯୋଗ କରିଥିଲେ ଖଣ୍ଡିଆନଈ ସରପଞ୍ଚ ପଙ୍କଜ ସେଠୀ। ମୃତ୍ତିକା ସଂରକ୍ଷଣ ବିଭାଗର ବେପରୁଆ କାର୍ଯ୍ଯକୁ ନେଇ ଉଦବେଗ ପ୍ରକାଶ ପାଇଥିଲା। ସମସ୍ତ ଅଭିଯୋଗକୁ ଗୁରୁତ୍ବ ଦିଆଯିବା ସହ ପଦକ୍ଷେପ ନେବାକୁ କହିଥିଲେ ଛତ୍ରପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆସିଥିବା ଡେପୁଟି କଲେକ୍ଟର ଲଷ୍ମୀ ପ୍ରସନ୍ନ ଦୋରା l ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ସାମାଜିକ ଜନଶୁଣାଣି ବା ସାମାଜିକ ସମୀକ୍ଷା ହେଉଛି ଏକ ସ୍ୱଚ୍ଛତା ପ୍ରକ୍ରିୟା। ଏହା ଜରିଆରେ ଗ୍ରାମପଞ୍ଚାୟତ ସ୍ତରରେ ହୋଇଥିବା କାମ, ଖର୍ଚ୍ଚ ହୋଇଥିବା ଅର୍ଥ ଏବଂ ଶ୍ରମିକଙ୍କ ପାରିଶ୍ରମିକ ଆଦିର ସମୀକ୍ଷା କରାଯାଇ ବ୍ଲକ କିମ୍ବା ଜିଲ୍ଲା ସ୍ତରରେ ଜନସାଧାରଣଙ୍କ ସାମ୍ନାରେ ଶୁଣାଣି କରାଯାଇଥାଏ l ସାମାଜିକ ଜନଶୁଣାଣିର ଯୋଜନାରେ ହୋଇଥିବା ଦୁର୍ନୀତି ଏବଂ ଅନିୟମିତତାକୁ ରୋକିବା,ବାସ୍ତବ ସ୍ଥିତି ଯାଞ୍ଚ, କାଗଜପତ୍ରରେ ଥିବା ହିସାବ ଏବଂ ଜମିମାଳରେ ହୋଇଥିବା କାମର ତୁଳନା କରିବା,ଜବ୍ କାର୍ଡଧାରୀ ଏବଂ ସାଧାରଣ ଲୋକଙ୍କୁ ସେମାନଙ୍କ ଅଧିକାର ଓ ଖର୍ଚ୍ଚ ସମ୍ପର୍କରେ ଅବଗତ କରାଇବା ଆଦି ଏହି କାର୍ଯ୍ୟକ୍ରମର ଉଦେଶ୍ୟ ହୋଇଥିବା ବେଳେ ବାସ୍ତବରେ ଏହି ଜନଶୁଣାଣିରେ ଏସବୁ ଦେଖିବାକୁ ମିଳିନାହିଁ। ଚିରାଚରିତ ଢଙ୍ଗରେ ଏଭଳି କାର୍ଯ୍ୟକ୍ରମ ହୋଇଥିବା ପରିଲକ୍ଷିତ ହୋଇଛି।

News Comment

You Might Also Like

BACK TO TOP