Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବାଲିଗୁଡାରେ ଖରା ଓ ପ୍ରବଳ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ କୁ ନେଇ ଉପଭୋକ୍ତା ଙ୍କ ଅସନ୍ତୋଷ |

10-May-2025

ବାଲିଗୁଡାରେ ପ୍ରବଳ ଖରା ଓ ଗରମ ସାଙ୍ଗକୁ ଅଘୋଷିତ ବିଜୁଳି କାଟ୍ କୁନେଇ ଉପଭୋକ୍ତାଙ୍କ ମହଲରେ ଅସନ୍ତୋଷ: ଜନଜୀବନ ଅସ୍ତବ୍ୟସ୍ତ.

ଓଡିଶା ଜନମତ,ବାଲିଗୁଡା, ସଞ୍ଜୟ କୁମାର ପାଣିଗ୍ରାହୀ : ତା, ୧୦/୦୫: ରାଜ୍ୟରେ ଦିନକୁ ଦିନ ବଢି ଚାଲିଛି ଗ୍ରୀଷ୍ମପ୍ରବାହ I ଏହାର ପ୍ରଭାବ କନ୍ଧମାଳ ଜିଲ୍ଳା ବାଲିଗୁଡା ସହରରେ ମଧ୍ୟ ଦେଖିବାକୁ ମିଳିଛି I ଦିନସାରା ଚଳଚଞ୍ଚଳ ରହୁଥିବା ବାଲିଗୁଡା ସହରର ସ୍ଥିତି କିନ୍ତୁ ବର୍ତ୍ତମାନ ବଦଳି ଯାଇଛି I ବର୍ତ୍ତମାନ ଦିନ ବେଳା ଏହାର ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନଶାନ୍ ରହୁଛି I ବର୍ତ୍ତମାନ ସକାଳ ଆଠ ଘଣ୍ଟା ପରଠାରୁ ଖରା ବୃଦ୍ଧି ପାଇ ଦିନ ଏଗାରଟା ବେଳକୁ ଏହା ଅସହ୍ୟ ହୋଇପଡୁଛି I ଏହି ଖରା ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ରହୁଛି I ଏପଟେ ଦିନ ବାରଟା ପରଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ସହରରେ କୌଣସି ଲୋକଙ୍କୁ ଦେଖିବାକୁ ମିଳୁନି I ଗାଡ଼ିମଟର ଯାତାୟତ ସମ୍ପୂର୍ଣ୍ଣରୂପେ ବନ୍ଦ ରହୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ I ରାସ୍ତାଘାଟ ଖାଁ ଖାଁ ଲାଗୁଛି I ପୂର୍ବରୁ ଏହିଭଳି ଖରା କେବେ ହୋଇନଥିବା କଥା ସ୍ଥାନୀୟ ଜନସାଧାରଣ କହୁଛନ୍ତି I ଦିନ ସାରା ପ୍ରବଳ ଖରା ସାଙ୍ଗକୁ ରାତିର ପ୍ରବଳ ଗୁଳୁଗୁଳି ଜୀବନ ଯନ୍ତ୍ରଣାକୁ ବଢାଇଦେଉଛି I ଗୁଳୁଗୁଳି ଯୋଗୁଁ ଲୋକଙ୍କୁ ରାତି ଗୋଟାଏ ପର୍ଯ୍ୟନ୍ତ ନିଦ ହେଉନି I ଆଜି ବାଲିଗୁଡା ରେ ତାପମାତ୍ରା ସର୍ବାଧିକ ୩୯ ଡିଗ୍ରିଥିବା ଜଣାପଡିଛି । ଗତ ପାଞ୍ଚ ଦିନ ହେଲା ପାରଦ ୪୦ ରୁ ୪୨ ଡିଗ୍ରୀ ରହୁଛି । ଆଗାମୀ ଦିନରେ ଏହା ଅଧିକା ଡିଗ୍ରୀ ଛୁଇଁବାର ସମ୍ଭାବନା ଅଛି । ପ୍ରବଳ ଗରମରେ ଛୋଟ ଛୁଆ, ବୟସ୍କଙ୍କ ଅବସ୍ଥା ଅତି ଶୋଚନୀୟ ହୋଇପଡୁଛି I ଏସି, କୁଲର୍, ପଙ୍ଖା କିଛି ବି କାମ କରୁନି I ଏହା ସହିତ ତାଳ ଦେଉଛି ଆଘୋଷିତ ବିଦ୍ୟୁତ୍ କାଟ I ଲୋକେ ଗୁଳୁଗୁଳିରେ ଛଟପଟ ହୋଇ ବିଳମ୍ବରେ ଶୋଉଥିବା ବେଳେ ସକାଳୁ ସକାଳୁ ଅଘୋଷିତ ବିଦ୍ୟୁତ୍ କାଟ ହେବା ଯୋଗୁଁ ଲୋକଙ୍କ ଯନ୍ତ୍ରଣା ସକାଳୁ ସକାଳୁ ହିଁ ବଢ଼ି ଯାଉଛି I ସହରରେ ମନ ଇଚ୍ଛା ବିଦ୍ୟୁତ୍ କାଟ ହେବା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଛି I କେଉଁ କାରଣରୁ ବିଜୁଳିକାଟ୍ କରାଯାଉଛି ତାହା ଜଣାପଡୁନି । ପୂର୍ବରୁ ତାର ଛିଡିଯିବା କିମ୍ବା ଶଙ୍ଖ ଫାଟିଯିବା କଥା କହି ବିଜୁଳି ବିଭାଗ ବିଜୁଳିକାଟ୍ କରୁଥିବା ବେଳେ ଏବେ ମେଣ୍ଟନାନ୍ସ କଥା କହି ବିଜୁଳିକାଟ୍ କରାଯାଉଛି ବୋଲି ଶୁଣିବାକୁ ମିଳୁଛି । ଖରା ହେଉ କି ବର୍ଷା କିମ୍ବା ଶୀତ ସବୁ ବେଳେ ବିଜୁଳି କାଟ୍ । ସେହିପରି ସାମାନ୍ୟ ବର୍ଷା ପବନ କିମ୍ବା ବିଜୁଳି ଘଡଘଡି ହେଲେ ଘଣ୍ଟା ଘଣ୍ଟା ଧରି ବିଜୁଳି କାଟ୍ କରାଯାଉଛି । ଏହି ବିଜୁଳିକାଟ୍ ର କୌଣସି ସମୟସୀମା ନାହିଁ । ଯେତେବେଳେ ନାହିଁ ସେତେବେଳେ କରାଯାଉଛି ବିଜୁଳିକାଟ୍ । ଦିନର ଅଧିକାଂଶ ସମୟ ବିଜୁଳି ରହୁନଥିବା ବେଳେ ବିଳମ୍ବିତ ରାତି ଆଉ ଭୋର ସମୟରେ ମଧ୍ୟ ବିଜୁଳିକାଟ୍ କରାଯାଉଛି ।ଏ ନେଇ ସମଗ୍ର ବାଲିଗୁଡା ଅଞ୍ଚଳରେ ଅଘୋଷିତ ବିଜୁଳିକାଟ୍ କୁ ନେଇ ଉପଭୋକ୍ତାଙ୍କ ମହଲରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଅଧିକାଂଶ ସମୟରେ ବିନା କାରଣରେ ବିଜୁଳିକାଟ୍ କରାଯିବାର କାରଣ ଜଣାପଡୁନି । ଏ ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କୁ ପଚରାଯିବାରୁ ସେ କହିଲେ ଯେ, ଫୁଲବାଣୀ ସେକ୍ସନ ବିଦ୍ୟୁତ ବାରମ୍ବାର ଟ୍ରିପ ନେଉଛି, ଯାହାକି କଣ୍ଟ୍ରୋଲ କରି ହେଉନାହିଁ, ଏଣୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଛି, ଏଣୁ ବେଶୀ ସମୟ ଏପରି ହେଲେ ବାଧ୍ୟ ହୋଇ ଲୋ ଭୋଲଟେଜ ରେ ରାଇକିଆ  ଷ୍ଟ୍ରକଚର ଲାଇନ ଦିଆ ଯାଉଛି ବୋଲି ପ୍ରକାଶ କରିଛନ୍ତି l

News Comment

You Might Also Like

BACK TO TOP