Breaking
News
Breaking
News
09-Feb-2025
ଦିଲ୍ଲୀରେ ବିଜେପିର ଅଦ୍ଭୂତପୂର୍ବ ବିଜୟ ,(ଖଲ୍ଲିକୋଟ ବିଜେପିରେ ଖୁସିର ମାହୋଲ , ବାଣ ଫୁଟାଇ ମିଠା ବାଣ୍ଟିଲେ।
---------------------------
ଓଡିଶା ଜନମତ,ଖଲ୍ଲିକୋଟ, ମାଧବବେହେରା,ତା୦୮/୦୨:
ଦୀର୍ଘ ୨୭ ବର୍ଷ ପରେ ଦିଲ୍ଲୀ ଆସନ ବିଜେପି ଦଖଲ କରି ଅଦ୍ଭୂତପୂର୍ବ ସଫଳତା ହାସଲ ପରେ ସାରା ଓଡିଶା ସମେତ ଖଲ୍ଲିକୋଟ ବିଜେପିର ଖୁସିର ମାହୋଲ ଦେଖିଵାକୁ ମିଳିଛି। ଖଲ୍ଲିକୋଟ ବସଷ୍ଟାଣ୍ଡରେ ଖଲ୍ଲିକୋଟ ବିଜେପି ନେତା ଓ କର୍ମୀ ମାନେ ବାଣ ଫୁଟାଇ ଓ ମିଠା ବାଣ୍ଟି ଖୁସି ମନାଇ ଥିଲେ। ଏହି କାର୍ଯ୍ୟକ୍ରମରେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଯୋଗ ଦେଇ ଆଗାମୀ ଦିନରେ ଦିଲ୍ଲୀର ବିଜୟ ବାର୍ତ୍ତା ସାରା ଭାରତର ପୁର ପଲ୍ଲୀକୁ ସଂଚରି ଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ବିଜେପି ନେତା ଜଗନ୍ନାଥ ଭୂୟାଁ, କାଳୁରାମ ମହାରଣା, ଅରୁଣ ଖୁଣ୍ଟିଆ, ନିରଞ୍ଜନ ନାୟକ, ପଦ୍ମ ସୁବୁଦ୍ଧିଙ୍କ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ |
BACK TO TOP