Breaking
News
Breaking
News
26-Sep-2026
*ନରସିଂହ ଦାସ ହାଇସ୍କୁଲରେ ଭାଗବତ ଜୟନ୍ତୀ ପାଳନ*
ଓଡିଶା ଜନ ମତ, ପୁରୁଷୋତ୍ତମପୁର ତା:୨୬-୯,, ହରେକୃଷ୍ଣ ପଣ୍ଡା
ସ୍ଥାନୀୟ ନରସିଂହ ଦାସ ହାଇସ୍କୁଲ ପରିସରରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡିଶାର ଗଞ୍ଜାମ ଶାଖା ସହଯୋଗରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପୂର୍ଣ୍ଣିମା ସର୍ଦ୍ଦାରଙ୍କ ଅଧ୍ୟକ୍ଷତାରେ ଭାଗବତ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ସଭାରେ ଗଞ୍ଜାମ ଶାଖା ଅଧ୍ୟକ୍ଷ ତଥା ପ୍ରାକ୍ତନ ବି ଇ ଓ ହରେକୃଷ୍ଣ ପଣ୍ଡା ଓ ଶାଖା ସଂଯୋଜକ ତଥା ସଂସ୍କୃତ ପ୍ରସାର ସମିତିର ଜିଲ୍ଲା ସଭାପତି ଗୋପାଳ କୃଷ୍ଣ ପାଢ଼ୀ ଅତିଥି ତଥା ଆଲୋଚକ ଭାବେ ଯୋଗ ଦେଇଥିଲେ। ଅତିଥି ମାନେ ଭାଗବତାକାର ଜଗନ୍ନାଥ ଦାସଙ୍କର ସଂକ୍ଷିପ୍ତ ଜୀବନୀ ସହ ଓଡ଼ିଆ ଭାଗବତ ମହାପୁରାଣର ବୈଶିଷ୍ଟ୍ୟ ସମ୍ପର୍କରେ ଆଲୋଚନା କରି ଛାତ୍ର ଛାତ୍ରୀ ମାନଙ୍କୁ ଓଡ଼ିଆ ଜାତି ପ୍ରତି ଭାଗବତର ପ୍ରଭାବ ବୁଝାଇଥିଲେ। ଭାଗବତ ଗ୍ରନ୍ଥ ନୈତିକତା ଶିକ୍ଷା ଦିଏ, ୫୦୦ ବର୍ଷ ପୂର୍ବରୁ ରଚିତ ଏହି ଗ୍ରନ୍ଥରେ ବ୍ୟବହୃତ ଓଡ଼ିଆ ଭାଷା, ଆଧୁନିକ ଓଡ଼ିଆ ଭାଷା ପରି ମନେହୁଏ। ଜଗନ୍ନାଥ ଦାସ ସଂସ୍କୃତ ଭାଗବତର ଅବିକଳ ଅନୁବାଦ ନକରି ଏଥିରେ ଆବଶ୍ୟକତା ଅନୁସାରେ ବିଷ୍ଣୁ ପୂରଣ, ବ୍ରହ୍ମ ବୈବର୍ତ୍ତ ପୁରାଣ, ସ୍କନ୍ଧ ପୁରାଣ ଅଡିରୁ ଅନେକ କାହାଣୀ ଉଦାହରଣ ଦେଇଛନ୍ତି। ତେଣୁ ଏହା ଏକ ଅନୁସୃଜନ କହିବା ଯଥାର୍ଥ। ଭାଗବତ ସେ ସମୟରେ ଲୋକଙ୍କୁ ଏତେ ମାତ୍ରାରେ ପ୍ରଭାବିତ କରିଥିଲାଯେ ଗାଁ ଗାଁ ରେ ଭାଗବତ ଟୁଙ୍ଗୀ ସ୍ଥାପନ ହୋଇ ପ୍ରତିଦିନ ସନ୍ଧ୍ୟାରେ ପାଠ କରା କରାଯାଉଥିଲା ଓ ଆଲୋଚିତ ହେଉଥିଲା। ଭାଗବତ ଶୁଣି ମୃତ୍ୟୁ ଲାଭ କଲେ ମୁକ୍ତି ମିଳେ ବୋଲି ବିଶ୍ୱାସ ଥିଵାରୂ ସେତେବେଳେ ଓଡିଶାର ସାକ୍ଷରତା ହାର ଯଥେଷ୍ଟ ବୃଦ୍ଧି ପାଇ ଥିଲା। ଲୋକେ ଭାଗବତର ବିଭିନ୍ନ ପଂକ୍ତି କଥା ଛଳରେ ଉଦାହରଣ ଦେଉଥିଲେ। ତେଵେ ପାଶ୍ଚାତ୍ୟ ଶିକ୍ଷା ଓ ସଂସ୍କୃତିର ପ୍ରଭାବ, ଚାଲି ଚଳଣିର ଅନୁକରଣ ଫଳରେ ଆମେ ଭାଗବତ ପାଠରୁ ଦୁରେଇ ଯାଇଛେ ଏଵଂ ତାହାର ପ୍ରଭାବରେ ସାମାଜିକ ବିଶୁଙ୍ଖଳା ବଢୁଛି। ତେଣୁ ଘରେ ଘରେ ଭାଗବତ ଅନ୍ତତଃ ଗୋଟିଏ ଅଧ୍ୟାୟ ପଢିବା ପାଇଁ ଉପଦେଶ ଦେଇଥିଲେ। ଏହି ଅବସରରେ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଆଚାରୀ ଓ ସି ଆର ସିସି ହେମନ୍ତ ବେହେରା କେତେକ ସୂକ୍ତି କହିଥିଲେ। ପଣ୍ଡିତ ଧନୁର୍ଦ୍ଧର ବେହେରା ସଂଯୋଜନା କରୁଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
BACK TO TOP