Breaking
News
Breaking
News
17-Sep-2026
ପୁରୁଷୋତ୍ତମପୁର ବିଶ୍ୱ କର୍ମା ପୂର୍ବଖଣ୍ଡ ସମାଜର ପାଟ ପଟୁଆର ରେ ବିଶ୍ୱ କର୍ମା ପୂଜା ଅନୁଷ୍ଠିତ |
ଆଜିପୁରୁଷୋତ୍ତମପୁର ସହର ରେ ଚାଙ୍ଗୁଡିଆ ପଦର ସାହିରେ ଅନୁଷ୍ଠିତ ପୁରୁଷୋତ୍ତମପୁର ବିଶ୍ଵକର୍ମା ସମାଜତରଫରୁ ଦେବଶିଳ୍ପୀ ବିଶ୍ଵକର୍ମା ଙ୍କୁ ଆଜି ବହୁ ଆଡମ୍ବର ସହ ପୂଜା କରାଯାଇଛି | ଏହା ସହ ଆସନ୍ତା 20 ତାରିଖ ଦିନ ବାଜା, ବାଜଣା ପାଟ ପାଟୁଆର ରେ ସହର ପରିଭ୍ରମଣ କରି ଋଷିକୁଲ୍ୟା ନଦୀରେ ବିସର୍ଜନ କରା ଯିବାକୁ ସମାଜ ତରଫରୁ ନିଷ୍ପତି ନିଆ ଯାଇଛି |ଏହି ବିସର୍ଜନ ଉଚ୍ଚବରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ବିଶ୍ଵକର୍ମା ସମାଜର ସଭାପତି ଅଜୟ କୁମାର ମହାରଣା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ଅନ୍ୟ ମାନଙ୍କ ମଧ୍ୟରେ ରାଜଶ୍ରୀ କୃଷ୍ଣ ମହାରଣା, ରାଜଶ୍ରୀ ତ୍ରିନାଥ ମହାରଣା, ରାଜଶ୍ରୀ (2ୟ )କୃଷ୍ଣ ମହାରଣା, ପ୍ରମୁଖ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ସୁରେଶ ମହାରଣା, କୃଷ୍ଣ ମହାରଣା, ଭାସ୍କର ମହାରଣା, ଶ୍ରଦ୍ଧା ମହାରଣା, ଗୁନା ମହାରଣା, ବାବୁ ମହାରଣା, ଅନିଲ ମହାରଣା, ଗଗନ ମହାରଣା, ପ୍ରମୁଖ ବ୍ୟକ୍ତି ମାନେ ଆଜିର ପୂଜା ସହିତ ଆସନ୍ତା ଏହି ବିସର୍ଜନ କାର୍ଯ୍ୟକ୍ରମ ରେ ସହଯୋଗ କରିବେ |
BACK TO TOP