Breaking
News
Breaking
News
17-Sep-2026
ସାତନଳ ଠାରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ l
ଓଡିଶା ଜନମତ, ବେଗୁନିଆପଡା : 17/09/26 :
ଭଞ୍ଜ କିଶୋର ମହାରଣା l
ଆଜି ପବିତ୍ର କନ୍ୟା ସଂକ୍ରାନ୍ତି ଅବସରରେ ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା ବିଭିନ୍ନ ଶିଳ୍ପାନୁଷ୍ଠାନ, ଛୋଟବଡ ଘରୋଇ ସଂସ୍ଥା ଏବଂ ପୂଜାମଣ୍ଡପରେ ଜାରିଜାରିଛି l ଏହି କ୍ରମରେ ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେରୁଆଁବାଡ଼ି ପଞ୍ଚାୟତର ସାତନଳ ଗ୍ରାମ ମଠ ସାହି ଠାରେ ପୂଜା ପାଉଛନ୍ତି ଦେବଶିଳ୍ପୀ l ସାତନଳ ଗ୍ରାମର ବଢ଼େଇ ସମାଜ ନିଜନିଜର ଲୁହା ସରଞ୍ଜାମ ଯଥା ବାରିସୀ, ଲିହଣ, କରତ ଆଦି ପ୍ରଭୁଙ୍କ ନିକଟରେ ସମର୍ପଣ କରି ପାରମ୍ପରିକ ରୀତିନୀତିରେ ମହା ଆଡମ୍ବର ସହକାରେ ପାଳନ କରିଥିଲେ l ମଧ୍ୟାହ୍ନରେ ପୁରୋହିତଙ୍କ ମନ୍ତ୍ରଧ୍ୱନି, ଗାୟକ ବାୟକଙ୍କ ମୃଦଙ୍ଗ ବାଦ୍ୟ ,ତାଳ ଏବଂ ଘଣ୍ଟ ଶବ୍ଦରେ ଗ୍ରାମରେ ଧାର୍ମିକ ବାତାବରଣ ସୃଷ୍ଟି ହୋଇଥିଲା l ଶ୍ରଦ୍ଧାଳୁମାନେ ଧୂପ, ଦୀପ, ନୈବେଦ୍ୟ ଦେଈ ଠାକୁରଙ୍କୁ ଆଶିଷ ଭିକ୍ଷା ମାଗିବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ l ଉକ୍ତ ଧାର୍ମିକ ଅନୁଷ୍ଠାନରେ ଲିଙ୍ଗରାଜ ମହାରଣା, ନାରାୟଣ ମହାରଣା, ପୂର୍ଣଚନ୍ଦ୍ର ମହାରଣା, ମଦନ ମହାରଣା, ବିଜୟ ମହାରଣା,ସନ୍ତୋଷ ମହାରଣା, ଦିଲ୍ଲୀପ ମହାରଣା ସମେତ ଗ୍ରାମବାସୀ ସହଯୋଗ କରିଥିଲେ l
BACK TO TOP