Breaking
News
Breaking
News
26-Sep-2026
ବରପାଲି ଦି ଫାର୍ମାସ୍ୟୁଟିକାଲ କଲେଜରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
ଓଡ଼ିଶା ଜନମତ ବରଗଡ଼ - ମନୋହର ଦାଶ
ବରଗଡ ଜିଲ୍ଲା ବରପାଲି ବରଗଡ ଜିଲ୍ଲା ବରପାଲି ସ୍ଥିତ ଦି ଫାର୍ମାସ୍ୟୁଟିକାଲ କଲେଜ ପରିସରରେ ଆଜି ବିଶ୍ୱ ଫାର୍ମାସିଷ୍ଟ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ଚଳିତ ବର୍ଷର ଏହି ଦିବସରେ “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟଙ୍କୁ ସଶକ୍ତ କରିବା” ଏବଂ “ସ୍ୱସ୍ଥ ଭାରତ: ଆଣ୍ଟିମାଇକ୍ରୋବିଆଲ୍ ପ୍ରତିରୋଧକୁ ମୁକାବିଲା” ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । କଲେଜର ଅଧ୍ୟକ୍ଷ ନରେନ୍ଦ୍ର କୁମାର ହୋତାଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା । ମୁଖ୍ୟ ଅତିଥି ଭାବେ ବରଗଡ଼ର ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗଦେଇଥିଲେ । ଏହା ସହିତ ବରଗଡ଼ର ବିଶିଷ୍ଟ ଅସ୍ଥିଶଲ୍ୟ ଚିକିତ୍ସକ ଡା. ଅଶ୍ୱିନୀ କୁମାର ଭୋଇ ଏବଂ ନବ କିଶୋର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଡା. ରଞ୍ଜନ କୁମାର ସାହୁ, ଦି ଫାର୍ମାସ୍ୟୁଟିକାଲ କଲେଜ, ବରପାଲିର ଅଧ୍ୟକ୍ଷ ଡା. ଆଶୁତୋଷ ପାଢ଼ୀ ଏବଂ ରାଜୀବ ଲୋଚନ ହୋତା କଲେଜ ଅଫ୍ ଫାର୍ମାସି, ମହଦାର ଅଧ୍ୟକ୍ଷ ଡା. ଆଶୁତୋଷ ମେହେରଙ୍କ ସମେତ ଉଭୟ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ବିଶ୍ୱ ଫାର୍ମାସିଷ୍ଟ ଦିବସର ଗୁରୁତ୍ୱ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଏବଂ ଆଣ୍ଟିମାଇକ୍ରୋବିଆଲ୍ ପ୍ରତିରୋଧ ଭଳି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ସମ୍ପର୍କରେ ଏହି ଅବସରରେ ସଚେତନତା ସୃଷ୍ଟି କରାଯାଇଥିଲା । କଲେଜ ପକ୍ଷରୁ କୁହାଯାଇଛି ଯେ, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ଓ ସ୍ମରଣୀୟ ହୋଇପାରିଛି । “ସୁସ୍ଥ ଭବିଷ୍ୟତ ପାଇଁ ଫାର୍ମାସିଷ୍ଟଙ୍କୁ ସଶକ୍ତ କରିବା” ଏବଂ “ସ୍ୱସ୍ଥ ଭାରତ: ଆଣ୍ଟିମାଇକ୍ରୋବିଆଲ୍ ପ୍ରତିରୋଧକୁ ମୁକାବିଲା” ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । କଲେଜର ଅଧ୍ୟକ୍ଷ ନରେନ୍ଦ୍ର କୁମାର ହୋତାଙ୍କ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଗରିମାମୟ କରିଥିଲା । ମୁଖ୍ୟ ଅତିଥି ଭାବେ ବରଗଡ଼ର ସାଂସଦ ପ୍ରଦୀପ କୁମାର ପୁରୋହିତ ଯୋଗଦେଇଥିଲେ । ଏହା ସହିତ ବରଗଡ଼ର ବିଶିଷ୍ଟ ଅସ୍ଥିଶଲ୍ୟ ଚିକିତ୍ସକ ଡା. ଅଶ୍ୱିନୀ କୁମାର ଭୋଇ ଏବଂ ନବ କିଶୋର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ନିର୍ଦ୍ଦେଶକ ଡା. ରଞ୍ଜନ କୁମାର ସାହୁ, ଦି ଫାର୍ମାସ୍ୟୁଟିକାଲ କଲେଜ, ବରପାଲିର ଅଧ୍ୟକ୍ଷ ଡା. ଆଶୁତୋଷ ପାଢ଼ୀ ଏବଂ ରାଜୀବ ଲୋଚନ ହୋତା କଲେଜ ଅଫ୍ ଫାର୍ମାସି, ମହଦାର ଅଧ୍ୟକ୍ଷ ଡା. ଆଶୁତୋଷ ମେହେରଙ୍କ ସମେତ ଉଭୟ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ । ବିଶ୍ୱ ଫାର୍ମାସିଷ୍ଟ ଦିବସର ଗୁରୁତ୍ୱ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଫାର୍ମାସିଷ୍ଟମାନଙ୍କ ଭୂମିକା ଏବଂ ଆଣ୍ଟିମାଇକ୍ରୋବିଆଲ୍ ପ୍ରତିରୋଧ ଭଳି ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସମସ୍ୟାର ମୁକାବିଲା ସମ୍ପର୍କରେ ଏହି ଅବସରରେ ସଚେତନତା ସୃଷ୍ଟି କରାଯାଇଥିଲା । କଲେଜ ପକ୍ଷରୁ କୁହାଯାଇଛି ଯେ, ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅତିଥିମାନଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ଓ ସ୍ମରଣୀୟ ହୋଇପାରିଛି ।
BACK TO TOP