Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

କୋଦଳା ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ସ୍କୁଲ ରେ ଶିକ୍ଷକ ସହିତ ଷ୍ଟାପ ମରୁଡି |

03-Sep-2026

ଅବ୍ୟବସ୍ଥା ଘେରରେ କୋଦଳା ସ୍ଥିତ ଲଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ l 
5 ଅଧ୍ୟାପକ ପଦ ସହିତ 18 ପଦବୀ ଖାଲି l 
ବିନା ଅଧ୍ୟାପକରେ ପିଲା ପଢୁଛନ୍ତି ବାଣିଜ୍ୟ ପାଠ l 
କୋଠରୀ ନାହିଁ କି ଲାଇବ୍ରେରୀ ରୁମ ନାହିଁ l 
ବିପଦ ସଂକୁଳ କୋଠରୀରେ ଲାବୋରାଟୋରି l

ଓଡିଶା ଜନମତ, କୋଦଳା : 03.09.2027

ନରେନ୍ଦ୍ର ନାଥ ଗୌଡ଼ l

କୋଦଳା : 02/09/26 :ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ଅଞ୍ଚଳରେ ଥିବା ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବେ ଘୋର ଅବ୍ୟବସ୍ଥାରେ ଚାଲିଛି। ନା ଅଛନ୍ତି ଅଧ୍ୟାପକ ନା ଅଛନ୍ତି କର୍ମଚାରୀ। କମ ସଂଖ୍ୟକ ଶ୍ରେଣୀ କୋଠରୀରେ ପିଲା ପଢୁଛନ୍ତି ପାଠ। ବିଦ୍ୟାଳୟଟି 1984 ମସିହାରେ ସ୍ଥାପିତ ଏହି ଅନୁଷ୍ଠାନ 42 ବର୍ଷ ଅତିକ୍ରମ କରିବାକୁ ଯାଉଥିବା ବେଳେ ପିଲା ବର୍ତ୍ତମାନ ଏଠାରେ ପଢିବା ପାଇଁ ଭିତ୍ତିଭୂମି ନାହିଁ ଯାହାକି ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଏହି ଅନୁଷ୍ଠାନରେ କଳା ବିଜ୍ଞାନ ଓ ବାଣିଜ୍ୟ ଥିବାବେଳେ ବର୍ତ୍ତମାନ କଳାରେ 256 ଜଣ ବିଜ୍ଞାନରେ 80 ଜଣ ଓ ବାଣିଜ୍ୟରେ 40 ଜଣ ଅଧ୍ୟୟନରତ। ମୋଟ 376 ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ 85 ପ୍ରତିଶତ ଛାତ୍ରୀ  ପଢୁଛନ୍ତି। କଳାରେ ବର୍ତ୍ତମାନ ଅର୍ଥଶାସ୍ତ୍ର ବିଭାଗର ଅଧ୍ୟାପକ ପଦ ଖାଲି ପଡ଼ିଥିବା ବେଳେ ବିଜ୍ଞାନରେ ଗଣିତ ଓ ରସାୟନ ବିଜ୍ଞାନ ଅଧ୍ୟାପକ ପଦବୀ ଖାଲି ପଡିଛି। ବାଣିଜ୍ୟରେ ଦୁଇଟି ଯାକ ପଦବୀ ଖାଲି ପଡିଛି। ମୋଟ ଉପରେ 5 ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ବାଣିଜ୍ୟ ପାଠ ବିନା ଅଧ୍ୟାପକରେ ପିଲା କିପରି ପଢୁଛନ୍ତି ତାହା ସମସ୍ତଙ୍କୁ ଚିନ୍ତାରେ ପକାଇଛି। ଅପର ପକ୍ଷରେ ଏହି ଅନୁଷ୍ଠାନରେ କ୍ରୀଡା ଶିକ୍ଷକ ଗୋଟିଏ ପଦବୀ ସହ 2 ଟି କିରାଣୀ ପଦବୀ, 3 ଟି ପିଅନ, ଜଣେ ରାତ୍ର ଜଗୁଆଳି, 3 ଟି ଡେମୋନଷ୍ତ୍ରାଟର, ଗୋଟିଏ ଲେଖାଏଁ ଲାବୋରା୍ଟୋରୀ ଆସିଷ୍ଟାଣ୍ଟ,ଲାଇବ୍ରାରୀ ଆଟେଣ୍ଡାଣ୍ଟ, ଗୋଟିଏ ମହିଳା ଆଟେଣ୍ଡାଣ୍ଟ ପଦବୀଙ୍କୁ ମିଶାଇ 18 ପଦବୀ ଖାଲି ପଡିଛି। ଖାଲି ସେତିକି ନୁହେଁ 3 ଟି ବିଭାଗ ପାଇଁ 6 ଟି ଶ୍ରେଣୀ କୋଠରୀ ବଦଳରେ ଅଛି ମାତ୍ର 4 ଟି କୋଠରୀ। ଏହା ସହିତ ଲାଇବ୍ରେରୀ ରୁମ ମଧ୍ୟ ନାହିଁ। ବିଜ୍ଞାନ ପରୀକ୍ଷାଗାର ବିପଦ ସଂକୁଳ ଅବସ୍ଥାରେ ଥିବା ବେଳେ ଶିକ୍ଷକ ନିଜେ ସେହି କୋଠରୀକୁ ଯାଇ ବିଜ୍ଞାନ ଉପକରଣ ଆଣି ପିଲାଙ୍କୁ ଶ୍ରେଣୀ ଗୃହରେ ପରୀକ୍ଷା କରାଉଛନ୍ତି। ଅନ୍ୟ ପକ୍ଷରେ ଛାତ୍ରଙ୍କ  ପାଇଁ ଶୌଚାଳୟ ନଥିବା ବେଳେ ଛାତ୍ରୀ ମାନଙ୍କ ପାଇଁ ଯେଉଁ ଦୁଇଟି ପରିସ୍ରାଗାର ଅଛି ତାହା ପ୍ରଯ୍ୟାପ୍ତ ନାହିଁ ଏପରିକି ତାହାର ଅବସ୍ଥା ମଧ୍ୟ ଖରାପ ହୋଇଗଲାଣି। ପିଲାଙ୍କ ପିଇବା ପାଣି ପ୍ରଯ୍ୟାପ୍ତ ହୋଇପାରୁନି ଯାହାଫଳରେ ଅସୁବିଧା ସୃଷ୍ଟି ହେଉଛି। ଏପରିକି ଏହି ବିଦ୍ୟାଳୟର ସ୍ୱତନ୍ତ୍ର ପାଚେରୀ ମଧ୍ୟ ନାହିଁ। ଗତ 30/08/2025 ରେ ତତ୍କାଳୀନ ଅଧକ୍ଷଙ୍କ ତରଫରୁ ଉଚ୍ଚ ଶିକ୍ଷାବିଭାଗ ଯୁଗ୍ମ ନିର୍ଦେଶକଙ୍କ ନିକଟକୁ କୋଠରୀ ନିର୍ମାଣ ଓ ଲାଇବ୍ରେରୀ, ଲାବୋରେଟରୀ ନିର୍ମାଣ ପାଇଁ ଦୁଇଟି ଅନୁରୋଧ ପତ୍ର ପଠାଯାଇଥିବା ବେଳେ ଏଯାବତ କୌଣସି ସମାଧାନ ହୋଇପାରି ନାହିଁ। ବେଗୁନିଆପଡା ବ୍ଲକରେ ବେଗୁନିଆପଡା ଓ କୋଦଳାରେ ଦୁଇଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଥିବା ବେଳେ କୋଦଳା ଠାରେ କଳା ସହିତ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରହିଛି l କିନ୍ତୁ ବେଗୁନିଆପଡା ଠାରେ ଥିବା ଜନତା ବିଜ୍ଞାନ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କେବଳ କଳା ବିଭାଗ ରହିଛି ଓ ବିଜ୍ଞାନ ବିଭାଗ ବହୁତ ଦିନ ଆଗରୁ ଉଠି ଯାଇଛି ଯାହା ଫଳରେ ପିଲାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସେପଟେ ପିଲାଙ୍କ ପାଇଁ ମାଗଣା ଶିକ୍ଷା ସରକାର ଘୋଷଣା କରିବା ପରେ କଲେଜ ଗୁଡିକ କିପରି ପରିଚାଳିତ ହେବ ତାହାର ଏସଓପି (standard operative processor) ନବାହାରିବା ଯାଏଁ କଲେଜ ପରିଚାଳନା କିପରି ହେବ ସେ ଦିଗରେ ଚିନ୍ତା ପ୍ରକାଶ ପାଇଛି। କୋଦଳା ଉପରେ ସାରା ବ୍ଲକର ପିଲା ବିଜ୍ଞାନ ଓ ବାଣିଜ୍ୟ ପାଇଁ ନିର୍ଭର କରୁଥିବା ବେଳେ ଉପଯୁକ୍ତ ଭିତ୍ତିଭୂମି ନଥିବା ଯୋଗୁଁ ପିଲା ଖଲ୍ଲିକୋଟ ଓ ଅନ୍ୟାନ୍ୟ ଘରୋଇ ବିଦ୍ୟାଳୟକୁ ଖର୍ଚ୍ଚାନ୍ତ ହୋଇ ଯିବାକୁ ବାଧ୍ୟ ହେଉଛନ୍ତି। ଏହାର ସମାଧାନ କେବେ ହେବ ତାକୁ ନେଇ ସମସ୍ତେ ସନ୍ଦିହାନ ଅଛନ୍ତି।

News Comment

You Might Also Like

BACK TO TOP