Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

ଚୋରା ମଦ ବ୍ୟବସାୟ କୁ ପ୍ରୋତ୍ସାହନ ଦେଉଛନ୍ତି ଅବକାରୀ ଓ ପୋଲିସ ବିଭାଗ ବୋଲି ରଘୁନାଥ ପୁର ବ୍ଲକରେ ଲୋକଙ୍କ ଚର୍ଚ୍ଚା ||

02-Sep-2026

ରଘୁନାଥପୁର ଥାନା ଅଂଚଳରେ କୁଟୀର ଶିଳ୍ପରେ ପରିଣତ ହେଲାଣି ମଦ ବ୍ୟବସାୟ l
ଓଡିଶା ଜନମତ,ଜଗତସିଂହପୁର 
ଜ୍ୟୋତିରଞ୍ଜନ ପଟ୍ଟନାୟକ.....

ରାଜ୍ୟ ସରକାର କୁଟୀର ଶିଳ୍ପର ବିକାଶ ପାଇଁ ସବୁକିଛି ବ୍ୟବସ୍ଥା କରୁଛନ୍ତି, ଯାହାକି ଆଗାମି ଦିନରେ ଗ୍ରାମାଞ୍ଚଳ ର ବହୁବିଧ ହାତ ତିଆରି ସାମଗ୍ରୀକୁ ସହର, ଏବଂ ଜିଲ୍ଲା, ରାଜ୍ୟ ତଥା ଦେଶ ବିଦେଶରେ ନାଁ କରି ପାରିବ l ହେଲେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଥାନା ଅଞ୍ଚଳରେ ମଧ୍ୟ ଅବକାରୀ ବିଭାଗ ଓ ପୋଲିସ ବିଭାଗ ଙ୍କ ମିଳିତ ସହଯୋଗ ରେ  ମଦ ଭଳି ଏକ  ବ୍ୟବସାୟକୁ କୁଟୀର ଶିଳ୍ପରେ ପରିଣତ କରିଦେଇଛନ୍ତି l ଯାହାକି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି  ସହର ର ସବୁ ଖଟିରେ ଚର୍ଚ୍ଚା ହେଉଥିବାର ଶୁଣିବାକୁ ମିଳୁଛି | ଏଠାରେ ପ୍ରକାଶ ଥାଉ କି ଘୁନାଥପୁର ଥାନା ଅଂଚଳରେ କିଛି କଲେଜ ଛାତ୍ର  ଓ ଯୁବଗୋଷ୍ଠୀ ମାନେ ମନମୁଖୀ ଗାଡି ଚଳାଇ  ଦୁର୍ଘଟଣା ମାନ ଘଟାଉ ଛନ୍ତି ଏହାର ମୁଖ୍ୟ କାରଣ ହେଉଛି ମଦ୍ୟପାନା ସାଙ୍ଗକୁ ବିନା ଡ୍ରାଇଭିଂ ଲାଇସେନ୍ସ  ଯୋଗୁଁ l  ଏ  ଦିଗରେ ପୋଲିସ କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା ସାଜୁ ଥିବା ବେଳେ ଯୁବ ଗୋଷ୍ଠୀ ଲଗାମ ଛଡା ହୋଇଯାଇଛନ୍ତି | ଗାଡି ଦୁର୍ଘଟଣା ହେଉ କି ମଦ୍ୟପ ଯୁବକମାନଙ୍କ ଗଣ୍ଡଗୋଳ ହେଉ ଥାନାରେ ଲୋକଙ୍କୁ ନ୍ୟାୟ ମିଳିବା ପରିବର୍ତ୍ତେ ମାମଲା  ଗୁଡିକ ତୁଟେଇ ଦେବା ପାଇଁ  ମଧ୍ୟସ୍ଥି ସାଜୁଛନ୍ତି ଚୋରା ମଦ ବ୍ୟବସାହି , ଯାହାକି  ବୁଦ୍ଧିଜୀବୀ, ଆଇନଜୀବୀ ସହିତ ବରିଷ୍ଟ ନାଗରିକ ମନରେ ପ୍ରଶ୍ନ ବାଚୀସୃଷ୍ଟି ହେଉଛି | ଏହି ଚୋରା ମଦ ବ୍ୟବସାୟୀ ମାନେ ପ୍ରତି ଗାଁର ଗଳି କନ୍ଦିରେ , ନକଲି ମଦ ପ୍ରସ୍ତୁତ କରି ଲୋକମାନଙ୍କୁ ବିକୁଛନ୍ତି |  ଯାହାକି ଥାନା ବାବୁଙ୍କ ପାଖରେ ଖବର ନଥିବା ପରି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି l   ରଘୁନଥପୁର ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମରେ ଚୋରା ମଦ ବ୍ୟବସାୟ, ବ୍ରାଉନ ସୁଗାର, ଗଞ୍ଜେଇ ବ୍ୟବସାୟ ଖୁଲମ ଖୁଲା ଚାଲିଥିଲେ ଵି ଥାନା ପକ୍ଷରୁ କିମ୍ବା ଅବକାରୀ ବିଭାଗ ପକ୍ଷରୁ କୌଣସି ଧରପଗଡ଼ କିମ୍ବା  ସେମାନଙ୍କ ଉପରେ ଚଢ଼ାଉ ହେଉନଥିବା ଯୋଗୁଁ  ଅବାଧରେ ସେମାନେ ଖୋଲମ, ଖୋଲା ବିଭିନ୍ନ ମାଦକ ଦ୍ରବ୍ୟ ବିକିବା ସହ ବହୁ ଅପରାଧିକ କାର୍ଯ୍ୟ ରେ ସାମିଲ ହୋଇ  ବିଭିନ୍ନ ବେଆଇନ କାର୍ଯ୍ୟ ସବୁ କରୁଛନ୍ତି | ସବୁ  ଦେଖି ସବୁ ଜାଣି  ଦୁଇ ବିଭାଗ ନୀରବ ରହିବାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଉଛି l ଆଖି ଆଗରେ ଚୋରାମଦ, ବ୍ରାଉନ ସୁଗାର, ଗଞ୍ଜେଇ ବ୍ୟବସାୟ ଦିନ ରାତି ଓ ରାସ୍ତା କଡରେ ଚାଲୁଥିଲେ ଵି ସେମାନଙ୍କୁ ସୁଯୋଗ ଦେଇ କିଛି ଅସାଧୁ ଥାନା ଅଧିକାରୀ ଓ କର୍ମଚାରୀ ମାସିକ ବଟି ନେଇ ଚୁପ ରହୁଛନ୍ତି l ଯାହା ଫଳରେ ଗାଁ ଗାଁ ରେ ଦିନକୁ ଦିନ ଚୋରା ମଦ ବ୍ୟବସାୟ, ଗଞ୍ଜେଇ ବ୍ୟବସାୟ ସବୁଠାରେ ବିକ୍ରି ହେଉଥିବାରୁ ଅନେକ ପରିବାର ଏବେ ବିଶୃଙ୍ଖଳିତ ଓ ଛାତ୍ର ଛାତ୍ରୀ ମାନେ ଅବାଟକୁ ଯାଇ ନିଜର ଭବିଷ୍ୟତ କୁ ନଷ୍ଟ କରିଦେଲେଣି l ଗାଁ ଗହଳିରେ ମଦ୍ୟପାନ ଘଟଣା କୁ ନେଇ ଯଦି ଲୋକମାନେ ଥାନା ର ଦ୍ୱାରସ୍ଥ ହେଉଛନ୍ତି  ତେବେ ତାଙ୍କ ମାମଲା କୁ ପୋଲିସ ଚାପି ଦେବା ପାଇଁ ମାମଲା ରୁଜୁ ନ କରି ଗାଁ ରେ ବସି ମଦ ବ୍ୟବସାୟୀ ଙ୍କୁ ଡକାଇ ତୁଟାଇ ଦେବାକୁ ପରାମର୍ଶ ଦେବା ଘଟଣା ପୋଲିସ ପ୍ରଶାସନ ତାର ମାନବିକତା ହରାଇ ଦେଉଛି ବୋଲି ଲୋକମାନେ କୁହାକହି ହେଉଥିବାର ଆମେ ଖବର ପାଇଛୁ  | ରଘୁନାଥପୁର ଥାନାରେ କିଛି ପୋଲିସ ଅଧିକାରୀ ଦୀର୍ଘ ବର୍ଷ ଧରି ଏଠାରେ ରହିଯାଇ ଜନସାଧାରଣ ଙ୍କୁ ଲୁଟୁ ଥିଲେ ବି ଉପରିସ୍ଥ ଅଧିକାରୀ ନୀରବ ରହିବା ଘଟଣାକୁ  ଏକ ପ୍ରକାର ଜନସାଧାରଣ ମାନି ନେଇ ପାରୁନାହାନ୍ତି |  ଶୁଣିବାକୁ ମିଳୁଛି ସେହି ଥାନାର ଜଣେ ଅଧିକାରୀଙ୍କ ଅକ୍ତିଆର ରେ ଏବଂ ରିମୋର୍ଟ ରେ ଚାଲୁଛି ରଘୁନାଥପୁର ଥାନା | ବଡ଼ ଦୁଃଖ ଏବଂ ପରିତାପର ବିଷୟ କି ସେହିଁ ଥାନାରେ ଯଦି କୌଣସି  ବ୍ୟକ୍ତି ମାମଲା ରୁଜୁ କରିବାକୁ ଯାଏ ତା ପୂର୍ବରୁ ବିପକ୍ଷ ଗୋଷ୍ଠୀଙ୍କୁ କାଉଣ୍ଟର ଏତଲା ଦାଖଲ ପାଇଁ ନିର୍ଦେଶ ପ୍ରଦାନ କରୁଛନ୍ତି  ଏହି ବାବୁଜଣଙ୍କ | ଏସବୁ ଘଟଣା ସୁଚାଇ ଦେଉଛି ଯେ ରଘୁନାଥପୁର ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯୟ ଆଡକୁ ଗତି କରୁଛି | ଯାହାର କିଛି ନମୁନା ଦେଖିବାକୁ ମିଳିଛି ଗୁଆଳିପୁର ଗ୍ରାମରେ l ଏହି ଗାଁ ର ଗୋଟିଏ ଗୋଷ୍ଠୀର କିଛି ନିର୍ଦିଷ୍ଟ ଯୁବକ ଗତ ଚାରି ମାସ ଧରି ଗାଁ ମୁଖ୍ୟ ସ୍ଥାନ ପୋଲମୁଣ୍ଡାରେ ସକାଳେ, ସନ୍ଧ୍ୟାରେ ଚୋରା ମଦ୍ୟପାନ କରି ଅଶ୍ରାବ୍ୟ ଭାଷାରେ ଗାଳି ମନ୍ଦ କରୁଥିଲେ ଵି ପୋଲିସ ଜାଣିଶୁଣି ନୀରବ ରହୁଛି l ଯଦି ଏହି ଘଟଣା କୁ ନେଇ ଥାନାକୁ କିଏ ଯାଉଛନ୍ତି, ତେବେ ଗାଁରେ ମାମଲା ତୁଟାଇ ଦେବାକୁ ଏହି ଥାନା ବାବୁ ଜଣଙ୍କ ପରାମର୍ଶ ଦେଉଥିବାର ଶୁଣିବାକୁ ମିଳୁଛି l ଯାହାଦ୍ୱାରା ମଦ୍ୟପ ଯୁବକ ମାନଙ୍କ ଉତ୍ପାତ ଦିନକୁ ଦିନ ବଢ଼ି ଚାଲୁଥିବା ବେଳେ ପୋଲାମୁଣ୍ଡା ଅଞ୍ଚଳ  ନାଳରେ ଓ ଘର ବାରିରେ ମଦ ବୋତଲ  ମାଳ, ମାଳ ଗଦାହେଉଛି l ଗୁଆଳିପୁର, ରାଧାନଗର, କୁର୍ତ୍ତାଙ୍ଗ, ପଣ୍ଡା ଛକ, ଖରଦାସାହି, ତଅଁରା, ରେଢ଼ୁଆ, ନୂଆପଲେଇ, ସାଦେଇପୁର, ଧର୍ତ୍ତଙ୍ଗଗଡ଼, ଶାଳୀଜଙ୍ଗା, ଚିକିଣିଆ, ତାରପୁର ଓ ବର୍ତ୍ତୀ କଲେଜ ସମୁଖ ମହାନଦୀ ସାମନା ରାସ୍ତା ଗୁଡିକ ଦିନ ରାତି ମଦ, ଗଞ୍ଜେଇ ଓ ବ୍ରାଉନ ସୁଗାର ଯୁବକ ମାନଙ୍କ ପାଇଁ ଆଡାସ୍ଥଳ ପାଲଟି ଯାଇଛି l  ଯାହାଦ୍ୱାରା ଝିଅ, ବୋହୂମାନେ ରାତିରେ ଅନ୍ୟତ୍ର ଯିବାକୁ ଭୟ କରୁଛନ୍ତି l ରଘୁନାଥପୁର ପୋଲିସ ଗାଡି, ପିସିଆର ଭ୍ୟାନ ଓ 112 ଗାଡି ଗୁଡିକ କେଵଳ ରାସ୍ତରେ ବୁଲି ଡିଉଟି ହେଉଛି ଦେଖାଇ କେଵଳ ବଟି ଆଦାୟ କରିବାରେ  ସମୟ ବିତାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l ରଘୁନାଥପୁର ପୋଲିସ କର୍ମଚାରୀ ଙ୍କ ଦାଉ ଉପରେ କିଭଳି କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯାଉଛି ସେ ନେଇ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି l ଏହା ଉପରେ    ଜିଲ୍ଲାପାଳ, ଏସପି ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବାକୁ ସମସ୍ତେ ଅନୁରୋଧ କରିବା ସହ  ସେହିଁ ଥାନାରୁ ସବୁଷ୍ଟାଫ ଙ୍କୁ ଅନ୍ୟତ୍ର ବଦଳି କରିବାକୁ ସେମାନେ  ଦାବି କରିଛନ୍ତି | ଯଦି ସେମାନଙ୍କ ଦାବି ଉପରେ ସରକାର ଦୃଷ୍ଟି ନଦିଅନ୍ତି ତେବେ ଆଗାମୀ ଦିନରେ  ଯେଉଁ ବଡ଼ ଧରଣର ଆନ୍ଦୋଳନ ହେବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ସମସ୍ତେ କହିଛନ୍ତି |

News Comment

You Might Also Like

BACK TO TOP