Breaking News
Breaking News
28-Nov-2024
ବାଲିଆ ଠାରେ ଗଞ୍ଜାମ ରେଡି କୂଳର ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ,
ଓଡିଶା ଜନମତ ବ୍ୟୁରୋ ,
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ବାଲିଆ ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଗଞ୍ଜାମ ଜିଲ୍ଲା ସ୍ତରୀୟ ରେଡି କୁଳର ବୈଠକ ଅନୁଷ୍ଠିତ ହୋଇ ଯାଇଛି | ଭକ୍ତ ବୈଠକରେ ଜୋନ ସ୍ତରୀୟ ସମ୍ପାଦକ ଜି ଗୁରୁମୂର୍ତ୍ତି ରେଡିଙ୍କ ସଂଯୋ ଜନାରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିଲା | ଏହା ଉପରେ ଜିଲ୍ଲା ର ସମସ୍ତ ପାଦାଧିକାରୀ କୂଳର ଉର୍ନ୍ନତି କରଣ, ସହିତ ଶିକ୍ଷା, ସଂସ୍କୃତି, ସହ ମନରୁ ରାଗ ଅହଂକାର,, ଗଣ୍ଡଗୋଳ ରୁ ନିବୃତ ରହି କୂଳର ମାନ ମର୍ଯ୍ୟଦା କୁ ବଜାୟ ରଖି ସମସ୍ତେ ଏକାଠି ହୋଇ ଏକ ସୁତ୍ର ରେ ବାନ୍ଧି ରହି ହାତରେ ହାତ ମିଶାଇ, କାମ କରିଲେ ଏହି କୂଳ ଦିନେ ସୁନାମ ଅର୍ଜନ କରି ପାରିବ ବୋଲି ଆସିଥିବା ବ୍ୟକ୍ତି ବିଶେଷ ମାନେ ମତ ଦେଇଥିଲେ | ଏହା ସହ ବିଦ୍ବେଷ ମନୋଭାବନାକୁ ଦୂର କରି ସହନ ଶିଳତା ନୀତି ଅବ ଲମ୍ବନ କରିବାକୁ ମଧ୍ୟ ଗୁରୁ ଦାୟିତ୍ୱ ରେ ଥିବା ବ୍ୟକ୍ତି ବିଶେଷ ମାନେ ମତ ରଖି ଉପଦେଶ ଦେଇଥିଲେ | ପରେ ନାବାଳିକା ବିବାହକୁ ସମସ୍ତ ସ୍ତରରେ ବିରୋଧ ଓ ସଚ଼େତନା , ନାରୀ ଶିକ୍ଷାର ପ୍ରସାର ପ୍ରତି ଗୁରୁତ୍ୱ ଦେବାକୁ ଚେଷ୍ଟା କରୁଥିବା ବେଳେ ଓଡ଼ିଶା ରେଡୀ ମହାଜନ ସଂଘର ଏକତାକୁ କ୍ଷୁର୍ଣ୍ଣ କରିବା ପାଇଁ ଚ଼େଷ୍ଟା କରୁଥିବା କିଛି ଖଳ ପ୍ରକୃତିର ଜାତି ଦ୍ରୋହୀ ମାନେ ଭିତ୍ତିହୀନ ମନ୍ତବ୍ୟ ଦ୍ୱାରା ଆଇନର ଆଶ୍ରୟ ନେଇ ଅଶାନ୍ତି ସୃଷ୍ଟି କରୁଥିବାରୁ ସେମାନଙ୍କ ପ୍ରତି ବୈଠକ ରେ ନିନ୍ଦା ପ୍ରସ୍ତାବ ଗୃହିତ କରାଯାଇଥିଲା । ଏହି କାର୍ଯ୍ୟ କ୍ରମ ରେ ଖଲିକୋଟ ( କ ) ତାଲୁକାର ସଂପାଦକ S ଯୁଧିଷ୍ଟିର ରେଡ଼ୀଙ୍କ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା ଓ ପରିଚୟ ପ୍ରଦାନ ବେଳେ ଜୋନ୍ ସଂପାଦକ G ଗୁରୁମୂର୍ତ୍ତୀ ରେଡ଼ୀଙ୍କ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ କରା ଯାଇଥିଲା | ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ସିଏଚ ଦିଲେଶ୍ଵର ରେଡି,ଉପଦେଷ୍ଟା ଆପା ରାଓ ରେଡି, ଛତ୍ରପୁର ଜୋନ ସମ୍ପାଦକ ଡମ୍ବରୁ ରେଡି, ଆସ୍କା ଜୋନ ସଭାପତି ଆର ଭାଗିରଥି ରେଡି, ଆସ୍କା ଜୋନ ସମ୍ପାଦକ କେଗୁରୁମୂର୍ତ୍ତିପ୍ରଧାନ, ଆସ୍କା ତାଲୁକା ସଭାପତି ବି ସାରଙ୍ଗ ଧର ରେଡି, ଆଠଗଡ଼ ତାଲୁକା ସଭାପତି ଡମ୍ବୁରୁ ରେଡି, ଆଠଗଡ଼ ସମ୍ପାଦକ ସତ୍ୟନାରାୟଣ ରେଡି, ପୂର୍ବଖଣ୍ଡ ସଭାପତି କେ ଲୋକନାଥ ରେଡି, ସମ୍ପାଦକ ଜି ବିଜୟ ରେଡି, ବିରୁଳି ତାଲୁକା ସଭାପତି ଡି ପଦ୍ମ ଚରଣ ପ୍ରଧାନ, ସମ୍ପାଦକ ଏ ଖଲ୍ଲିରେଡି,ଖଲ୍ଲିକୋଟ( କ ) ତାଲୁକା ସଭାପତି ଏନ ସିମାଞ୍ଚଳ ରେଡି, ସମ୍ପାଦକ ଏସ ଯୁଧିଷ୍ଠିର ରେଡି, ସହ ସମ୍ପାଦକ ଏନ ବିଜୟ କୁମାର ପ୍ରଧାନ, ଉପ ସଭାପତି ଆର ଭୀମସେନ ରେଡି, କୋଷାଧକ୍ଷ ଅରବିନ୍ଦ ରେଡି, ଖଲ୍ଲିକୋଟ (ଖ ) ତାଲୁକା ସଭାପତି କେ ବିଜୟ ପ୍ରଧାନ, ଗଞ୍ଜାମ ତାଲୁକା ସଭାପତି ଡି ସାତେୟା ରେଡି, ଏନ ରାମଚନ୍ଦ୍ର ରେଡି ସମାଜସେବୀ ତଥା ଜନ ପ୍ରତିନିଧି, ଙ୍କ ସହ ( ସମସ୍ତ ତାଲୁକା ସଭ୍ୟ) ଜୋନ ସଭ୍ୟ ପ୍ରକାଶ ରେଡି ଙ୍କ ସହିତ ସମସ୍ତ ଜୋନ ସଭ୍ୟ ପଦାଧିକାରୀ ଉପସ୍ଥିତ ଥିଲେ |
BACK TO TOP