Breaking
News
Breaking
News
30-Dec-2024
ରାଜସ୍ବ ମନ୍ତ୍ରୀ ଙ୍କ ସୂଚନା ରାଜ୍ୟ ରେ ବ୍ଲକ ଓ ତହସିଲ ସଂଖ୍ୟା ବଢିବ ,
ଓଡିଶା ଜନମତ ବ୍ୟୁରୋ,
ର୍ଖୋର୍ଦ୍ଧା : ରାଜ୍ୟରେ ବ୍ଲାକ୍ ଓ ତହସିଲ୍ ସଂଖ୍ୟା ବଢ଼ିବ, ରାଜ୍ୟରେ ଖୁବ୍ଶୀଘ୍ର ବଢ଼ିପାରେ ବ୍ଲକ୍ ଓ ତହସିଲ୍ ସଂଖ୍ୟା । ଏନେଇ ଲୋକଙ୍କ ଦାବି ଥୂବା କହିଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ବ୍ଲକ୍ ଛୋଟ ହେବା ଦରକାର’ । ୫୦ ବର୍ଷ ହେବ ପୁନର୍ଗଠନ ହୋଇନି, ବ୍ଲକ ଓ ତହସିଲ୍ ସଂଖ୍ୟା ବଢ଼ିବ’ । ’୩ରୁ ୪ ପଞ୍ଚାୟତକୁ ନେଇ ଗୋଟିଏ ରେଭେନ୍ୟୁ ଅଫିସ ଅଛି, ପ୍ରତି ପଞ୍ଚାୟତରେ R I ରହିବେ । ଏନେଇ ଲୋକଙ୍କ ଦାବି ବିଚାରାଧୀନ ଅଛି, ନିୟମ ଅନୁସାରେ ନିଷ୍ପତ୍ତ ନେବୁ । ରାଜସ୍ବ ବିଭାଗ ଅନୁଧ୍ୟାନ କରୁଛି, ନିଷ୍ପତ୍ତ ନିଆଯିବାର ସମୟ ଆସିଛି’ । ତେଣୁ ସରକାର ଏହାଉପରେ ବିଚାର ବିମର୍ଶ କରି ଖୁବ ଶୀଘ୍ର ଏହା ଉପରେ କାର୍ଯ୍ୟ କରିବେ ବୋଲି କହି ଛନ୍ତି ରାଜସ୍ବ ମନ୍ତ୍ରୀ | ବ୍ଲକ ଓ ତହସିଲ ଗୁଡିକର ପୁନର ଗଠନ ହେଲେ ବହୁଲୋକ ବହୁତ ଦୂରବ୍ଲକକୁ ଯାଇ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତାହା ବହୁ ମାତ୍ରା ରେ ଦୂର ହୋଇ ପାରିବ |
BACK TO TOP