Breaking
News
Breaking
News
30-Dec-2024
ଗଜପତି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ,
ଓଡିଶା ଜନମତ ବ୍ୟୁରୋ,
ଗଜପତି ଜିଲ୍ଲା ଗୋସାଣୀ ବ୍ଲକଅନ୍ତର୍ଗତ ରମ୍ପା ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜ ପତି ଜିଲ୍ଲାପାଳ ଶ୍ରୀଯୁକ୍ତବିଜୟ କୁମାରଦାଶ, ଆରକ୍ଷୀ ଅଧୂକ୍ଷ କ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଡ଼.ଗୁଣନିଧୂ ନାୟକ, ମୁଖ୍ୟ ଉନ୍ନୟନ ଅଧୂକାରୀ ତଥା ନିର୍ବାହୀ ଅଧୂକାରୀ ଜିଲ୍ଲା ପରିଷଦ ଗଜପତି ଏହି ମିଳିତ ଜନଅଭିଯୋଗ ଶୁଣାଣୀ ରେ ଯୋଗଦାନ କରି ରମ୍ଫାଗ୍ରାମ ପଞ୍ଚାୟତ ସମେତ ଶବରା ଓ ଲାବଣ୍ୟଗଡ଼ପଞ୍ଚାୟତର ସମୁଦାୟ ମୋଟ-୯୫ ଗୋଟିଅଭି ଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୭୫ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୨୦ ଓ ୭ ଗୋଟି ଅଭିଯୋଗକୁ ତୁରନ୍ତସମାଧାନ କରାଯାଇଛି | ଅନ୍ୟ ସମସ୍ତ ଅଭିଯୋଗ ଗୁଡିକ ତୁରନ୍ତି ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧୂକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଥିଲେ। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ପ୍ରଧାନମନ୍ତ୍ରୀ ଆବାସୀ ଯୋଜନା,ସାମାଜିକ ସୁରକ୍ଷା,ଜମିପଟ୍ଟା,ମନରେଗା,ଗୃହ ନିର୍ମାଣ, ରାସନ୍ କାର୍ଡ, ଶିକ୍ଷା,ଜଳ ସେଚନ, ସ୍ବାସ୍ଥ୍ୟ ଓ ରାସ୍ତା ସମସ୍ୟା ସହିତ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା ।ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ଗୋସାଣୀ ପଞ୍ଚାୟତ ସମିତି ଅଧ୍ଯକ୍ଷ ଶ୍ରୀଯୁକ୍ତ ଏନ.ବିରାରାଜୁ, ପ୍ରକଳ୍ପ ପ୍ରଶାସକ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧୂକାରୀ ଶ୍ରୀ ଗୋରା ଚନ୍ଦ୍ର ପଟ୍ଟନାୟକ, ତହସିଲଦାର ଶ୍ରୀ ନାରାୟଣ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧୂକାରୀ ଡାକ୍ତର ମହମ୍ମଦ ଅଲ୍ଲୀ, ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଅଧୂକାରୀ ଶ୍ରୀ ସନ୍ତୋଷ ନାୟକ ସ୍ଥାନୀୟ ସରପଞ୍ଚ ସମେତ ସମସ୍ତ ଜିଲ୍ଲା ସ୍ଵରୀୟ ଅଧୂକାରୀଗଣ ଅଭିଯୋଗ ଶୁଣାଣୀ ରେ ଉପସ୍ଥିତ ଥୂଲେ ।
BACK TO TOP