Breaking
News
Breaking
News
30-Dec-2024
ଭଞ୍ଜ ନଗର ଠାରେ ରାଜ୍ୟ ସ୍ତରୀୟ ଆଇନ ଯିବି ସମ୍ମିଳନୀ ଉଦ ଘାଟିତ ||
ଓଡିଶା ଜନମତ ବ୍ୟୁରୋ ,
ଭଞ୍ଜନଗର ଠାରେ ରାଜ୍ୟ ଆଇନ ଯିବି ସମ୍ମିଳନୀ ଉଦଘାଟିତ ହୋଇ ଯାଇଛି | ଭଞ୍ଜନଗର ଡିହପଢାଳ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ୫୩ ତମ ରାଜ୍ୟ ସ୍ତରୀୟ ଆଇନଜୀବି ସମ୍ମିଳନୀ ଉଦଘାଟିତ ହୋଇଯାଇଛି।ଏଥିରେ ମୁଖ୍ୟଅତିଥି ଭାବେ ହାଇକୋର୍ଟ ବିଚାରପତି ଭି. ନରସିଂହ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଓଡିଶା ରାଜ୍ୟର ଓକିଲ ସଂଘ ସଭାପତି ମାନସ ରଞ୍ଜନ ମହାପାତ୍ରଙ୍କ ଅଧ୍ୟକ୍ଷ ତାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ ସଂଖ୍ୟକ ଆଇନଜୀବି ଆସି ଯୋଗ ଦେଇଛନ୍ତି।ଏହି ଅବସରରେ କାର୍ଯ୍ୟରତ ଆଇନଜୀବୀ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ବୀମା,ସାଧାରଣ ବୀମା,ପେନସନ ଭଳି ବିଭିନ୍ନ ଦାବି ସରକାରଙ୍କ ନିକଟରେ ରଖାଯାଇଛି | ଦାବି ପୂରଣ ହେଲେ ଆଇନଜୀବି ମାନେ ଉପକୃତ ହେବେ ବୋଲି ଅଲ ଓଡିଶା ବାର କାଉନସିଲର ସଭାପତି କହିଛନ୍ତି। ଓକିଲ ମାନଙ୍କର କାର୍ଯ୍ୟଶୈଳୀ ଓ ସଠିକ ତଥ୍ୟ ଉପସ୍ଥାପନ କରି ବିଚାର କ୍ଷେତ୍ରରେ ଜଜ୍ ଙ୍କୁ ସହଯୋଗ କରିବା ପାଇଁ ହାଇକୋର୍ଟର ବିଚାରପତି କହିଛନ୍ତି।ଭଞ୍ଜନଗରବିଧାୟକ ପ୍ରଦ୍ୟୁମ୍ନ ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନ ଜୀବି ବିଜୟ କୁମାର ପାତ୍ର, ଗୋପାଳ କୃଷ୍ଣ ପ୍ରଧାନ ଓ ସୋମନାଥ ନାୟକଙ୍କ ସମେତ ଭଞ୍ଜନଗର ଏନଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ରଙ୍କୁ ସମ୍ଭର୍ଦ୍ଧିତ କରାଯାଇଛି।ଏହା ସହ ଅତିଥିମାନଙ୍କ ଦ୍ଵାରା ଦି’ଲୟର ପୁସ୍ତିକାର ଉନ୍ମୋ ଚନ କରାଯାଇଛି ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଭଞ୍ଜନଗର ଓକିଲ ସଂଘର ସଭାପତି ଶୈଳେନ୍ଦ୍ର ନାରାୟଣ ସାହୁ, ସମ୍ପାଦକ ରାଜେନ୍ଦ୍ର କୁମାର ପ୍ରଧାନ,ଏଓଏଲଏ’ର କାର୍ଯ୍ୟକାରୀ ସଭାପତିଜ୍ୟୋତି ରଥ,କାର୍ଯ୍ୟକାରୀ ସମ୍ପାଦକ ବିକାଶ ଦାସ,ବାର କାଉନ୍ସିଲ ସଦସ୍ୟ ପୀତବାସ ପଣ୍ଡା, ସମ୍ପାଦକ ଅନୀଲ କୁମାର ପରିଡ଼ା ମଞ୍ଚରେ ଉପସ୍ଥିତ ଥିଲେ।ଆଇନଜୀବି ରବି ଦାସ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।ଏଥିରେଭଞ୍ଜନଗର ଓକିଲ ସଂଘର ସମସ୍ତ ଆଇନଜୀବି ସହଯୋଗ କରିଥିଲେ।
BACK TO TOP