Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପରିବାର ଲୋକଙ୍କ ଅଭିଯୋଗ ଡକ୍ଟର ଙ୍କ ଅବହେଳା ଯୋଗୁଁ ପୂଜକ ଙ୍କ ମୃତ୍ୟୁ |

18-Dec-2025

ପୂଜକ ବଞ୍ଚିଥ‌ିବା ଭାବି ମଶାଣିରୁ ମେଡିକାଲ ଆଣିଲେ ଶବ,

         ଓଡିଶା ଜନ ମତ ବ୍ୟୁରୋ,

କେଉଁଠି ଆତ୍ମ ବିଶ୍ୱାସ ହେଉ କିମ୍ବା କିଛି ସଂକେତ ଜାଣି ହେଉ ମୃତ ଲୋକଙ୍କୁ ବି ଘରକୁ ଅନଯିବା ର ବହୁ ନଜିର ରହିଛି | ଏପରି ଏକ ଘଟଣା ଘଟିଛି ଗଞ୍ଜାମ ବ୍ଳକ ପୁଇଁତୋଳା ଗ୍ରାମରେ | ପୂଜକଙ୍କ ମୃତ୍ୟୁ ପରେ ଗ୍ରାମ ଶ୍ମଶାନକୁ ଶେଷକୃତ୍ୟ ପାଇଁ ନିଆଯାଇଥିଲା। ମାତ୍ର ସେଠାରେ ତାଙ୍କ ନିଶ୍ବାସ ପ୍ରଶ୍ବାସ ଚାଲୁଥିବା ଓ ସେ ଜୀବିତ ଥିବା ସନ୍ଦେହ କରି ପୁଣିମଶାଣିରୁ ମେଡ଼ିକାଲ ଅଣାଯାଇଥିଲା | ମାତ୍ର ଡାକ୍ତର ସେଠାରେ ମୃତ ଘୋଷଣା କରିବାରୁ ପୁଣି ମୃତଦେହ ମଶାଣିକୁ ନିଆଯାଇଥିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଏନ୍ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମରେ।ପ୍ରକାଶ ଯେ, ଗ୍ରାମର ନୃସିଂହ ମନ୍ଦିରପୂଜକ ରାଜେନ୍ଦ୍ର ରଥ ରବିବାର ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଏକ ଘରୋଇ ହସ୍ପିଟାଲ୍‌ରେ ଭର୍ତ୍ତିକରିଥିଲେ | ସେଠାରେ ପରୀକ୍ଷା ପରେନିମୋନିଆ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ତେବେ ବିଳମ୍ବିତ ରାତିରେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା। ଚିକିତ୍ସା ଅବହେଳାରୁ ରାଜେନ୍ଦ୍ରଙ୍କ ମୃତ୍ୟୁ ଘଟିଥିବା ମୃତକଙ୍କ ଜ୍ୱାଇଁ ବିନାୟକ ରଥ ଅଭିଯୋଗ କରିଛନ୍ତି | କାରଣ ଉକ୍ତ ଡାକ୍ତରଖାନାରେ ରାତ୍ରକାଳୀନ ଚିକିତ୍ସା ନିମନ୍ତେ ଡାକ୍ତର ରହୁ ନାହାନ୍ତି । ରାତି ୯ଟାରେ ରୋଗୀ ଭଲ ଥିଲା ଓ କ‌ଥାବାର୍ଭା କରୁଥିବା ବେଳେ ହଠାତ ବିଳମ୍ବିତ ରାତିରେ ହସ୍ପିଟାଲ କର୍ତ୍ତୃପକ୍ଷ ସ୍ବାକ୍ଷରକରିବାକୁ କହିଥିବା ସେ ସୂଚନା ଦେଇଛନ୍ତି। ଖବର ପ୍ରଚାରିତ ହେବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ସମେତ ସ୍ଥାନୀୟ ଲୋକେ ମୃତ ରାଜେନ୍ଦ୍ରଙ୍କଶେଷ ଦର୍ଶନ କରିଥିଲେ। ମୃତଦେହକୁ ଋଷିକୁଲ୍ୟା ସ୍ଥିତ ଶ୍ମଶାନକୁ ନିଆଯାଇଥିଲା। ସେଠାରେ ରାଜେନ୍ଦ୍ରଙ୍କ ନିଶ୍ବାସ ପ୍ରଶ୍ବାସ ଚାଲୁଥିବା ଓ ଜୀବିତ ଥିବା ସନ୍ଦେହ କରି ପୁଣି ଛତ୍ରପୁର ମେଡିକାଲ ଅଣାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ରାଜେନ୍ଦ୍ର ଜୀବିତ ଥିବା ଖବର ପ୍ରଚାରିତ ହେବା ପରେ ତାଙ୍କ ସ୍ତ୍ରୀ ସୁଜାତା ସ୍ବାମୀ ବଞ୍ଚି ଯାଇଥିବା ନେଇ ଗଡ଼ି ଗଡ଼ି ନୃସିଂହ ମନ୍ଦିର ଭିତରେ ଦୀପ ଜାଳିଥିଲେ । କିନ୍ତୁ ଡାକ୍ତର ମୃତ ଘୋଷଣା ପରେ ସେ ପୁଣି ସଂଜ୍ଞାହୀନ ହୋଇପଡ଼ିଥିଲେ। ଏକମାତ୍ର ପୁଅକୁ ହରାଇ ବାପା ଗଣେଶ ରଥ ସମ୍ପୂର୍ଣ ଭାଙ୍ଗି ପଡ଼ିଛନ୍ତି। ପୁରୋହିତଙ୍କ ଏକ ମାତ୍ର ପୁଅ ଚନ୍ଦନ ମୁଖାଗ୍ନି ଦେଇଥିଲେ। କିନ୍ତୁ ଡକ୍ଟର ଙ୍କ ଅବହେଳା ଯୋଗୁଁ  ବେଳେ, ବେଳେ ଏପରି କିଛି ଘଟୁଥିବାର ଅଭିଯୋଗ ସବୁବେଳେ ହେଉଥିବାର ଦେଖିବାକୁ ମିଳୁଛି |ତେବେ ସରକାର ଯଦି ଏହି ଭଳି ଡକ୍ଟର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେଇଥାନ୍ତେ ତେବେ ଏଭଳି ଅଭାବନୀୟ ଘଟଣା ଘଟି ନଥାନ୍ତା ବୋଲି  ଗ୍ରାମବାସୀ ମତ ଦେଇଛନ୍ତି ||

News Comment

You Might Also Like

BACK TO TOP