Breaking
News
Breaking
News
15-Aug-2026
ଦେବଗଡ଼ ଜିଲ୍ଳାରେ ଜାତୀୟ ପତାକା ଉତ୍ତୋଳନ ପରେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ,
ଓଡିଶା ଜନ ମତ ବ୍ୟୁରୋ,
ଜାତୀୟ ପତଳା ଉତ୍ତୋଳନ ବେଳେ ହଠାତ ଘଟିଛି ଏକ ଅଭାବନୀୟ ଦୃଶ୍ୟ | ସମସ୍ତେ ଦେଶର ଅଶିଏ ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା ବେଳେ ଜାତୀୟ ପତାକା ଉତ୍ତୋଳନ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ, ତଳେ ଗଡ଼ି ଦେଖାଇଲେ ଅସ୍ବାଭାବିକ ଆଚରଣ ଯାହାକୁ ନେଇ ଏକ ଭୟର ବାତାବରଣ କିଛି ସମୟ ପାଈଁ ସୃଷ୍ଟି ହୋଇଥିଲା କିନ୍ତୁ ସେମାନଙ୍କ ପରିବାର ଆସି ସେମାନଙ୍କୁ ମେଡିକାଲ କୁ ନେବାପାରିବର୍ତ୍ତ ନେଇ ଯାଇଥିଲେଦେବୀ ଙ୍କ ମଣ୍ଡପକୁ ଚିକିତ୍ସା କରିବା ପାଈଁ || ଏପରି ଦେଖିବାକୁ ମିଳିଛି ଦେବଗଡ଼ ଜିଲା ବାରକୋଟ ବ୍ଲକ ପଡିଆନାଲି ୟୁଜିୟୁପି ସ୍କୁଲରେ | ସ୍ବାଧୀନତା ଦିବସରେ ଏକ ଅଘଟଣ ଘଟିଛି । ଜାତୀୟ ପତାକା ଉତ୍ତୋଳନ ପରେ ୯ ଜଣ ଛାତ୍ରୀ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତେ ତଳେ ଗଡ଼ିଯାଇ ଅସ୍ବାଭାବିକ ଆଚରଣ ଦେଖାଉଛନ୍ତି। କାହାକୁ କିଛି ସ୍ପଷ୍ଟ ଭାବେ କହିପାରିଲେ ନାହିଁ ଏବଂ ସେମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅସ୍ବାଭାବିକ ଭାବେ ଥରିବାକୁ ଲାଗିଲା। ଏଭଳି ଦୃଶ୍ୟ ଦେଖି ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରୁଛନ୍ତି ଅଭିଭାବକ| କାରଣ ଏହା ଆଗରୁ ସେମାନଙ୍କ ଏପରି ଅବସ୍ଥା ଘଟିଛି!| ଯାହାକୁ ନେଇ ପରିବାର ଏକ ଭୌତିକ ଜନିତ ଘଟଣା କହୁଥିଲା ବେଳେ ପୁଣି ବ୍ଲକ ପ୍ରଶାସନ ଦ୍ୱାରା ଛାତ୍ରୀ ମାନଙ୍କୁ ଦେବଗଡ଼ ମେଡିକାଲ କୁ ନେଇ ସିକିତ୍ସା କରିବା ପରେ ସମସ୍ତେ ସୁସ୍ଥ ଥିବା ଜଣା ପଡିଛି |
BACK TO TOP