Breaking News

ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||     

ଖଲ୍ଲିକୋଟ ର ବିକାଶ ପରିବର୍ତ୍ତେ ବିନାଶ ପରିବର୍ତ୍ତେ ବିନାଶ ହେବାକୁ ଯାଉଛି ବହୁ କୀର୍ତ୍ତି ରାଜି |

11-Jan-2025

ଖଲ୍ଲିକୋଟ ରେ ବିକାଶ ବଦଳ ରେ ବିନାଶ ଆଡକୁ  ମୁଁହାଉଛି ବିଜେପି, ନୂଆ ମଙ୍ଗୁଆଳ ସନ୍ଧାନ ରେ ବିଜେଡି, 60 ବର୍ଷ ଧରି ଖାଲି ହାତରେ କଂଗ୍ରେସ | 
********************************
ଓଡିଶା ଜନମତ, ଖଲ୍ଲିକୋଟ, ମାଧବ ବେହେରା, 11/1:

ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ଗଞ୍ଜାମ ଜିଲ୍ଲା ର ଐତିହାସିକ, ପର୍ଯ୍ୟଟନ ଭିତିକ ଓ କୃଷି  ସମ୍ବଳ ଓ ଦାଦନ ପ୍ରବଣ ନିର୍ବାଚନ ମଣ୍ଡଳୀ | ଗତ 1963 ମସିହା ଠାରୁ ଆରମ୍ଭ କରି 2024 ମସିହା ପର୍ଯ୍ୟନ୍ତ ବହୁ ବିଧାୟକ ଓ ସାଂସଦ କ୍ରମାଗତ ଭାବେ ନର୍ବାଚିତ ହୋଇ ଆସିଥିଲେ ମଧ୍ୟ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ କୌଣସି ଆକ୍ଷି ଦୃଷ୍ଟିଆ ବିକାଶ ହୋଇ ପାରିନି | ଗଞ୍ଜାମ ର ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନା ରେ ଖଲ୍ଲିକୋଟ ରେ ସମତୁଲ ବିକାଶ ହୋଇ ପାରିନି | ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଥିବା ଅଧିଷ୍ଠାତ୍ରୀ ଦେବୀ ଭାଲେରି ପାହାଡ଼ ବାସିନୀ ଦେବୀ ନାରାୟଣୀ ଙ୍କ ପୀଠ ଠାରୁ ଦେବୀ ତାରାତାରିଣୀ  ପର୍ଯ୍ୟନ୍ତ ପରିବ୍ୟାପ୍ତ | ଏହି ନିର୍ବାଚନ ମଣ୍ଡଳୀ ରେ ଥିବା 44 ଗୋଟି  ପଂଚାୟତ ଓ ଦୁଇ ଗୋଟି ଏନ ଏ ସି ରହିଛି | ତେବେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ରେ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର, ନିର୍ମଳ ଝର, ଝଡ଼େଶ୍ୱର, ଚିକିଲି ର ଚକା ଠାକୁର ଭଳି ବହୁ ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ କେବଳ ନାରାୟଣୀ ଓ ତାରାତାରିଣୀ କୁ ଛାଡି ଦେଲେ ପର୍ଯ୍ୟଟନ ସ୍ଥଳୀ ର ବିକାଶ ହୋଇନି |ଏଣେ ଏହି ନିର୍ବାଚନ ମଣ୍ଡଳୀ 200 ପଖାପାଖି ଜଳସେଚନ ଓ ଉଠା ଜଳସେଚନ ପ୍ରକଳ୍ପ ଗୁଡିକ ଆୟକଟ ବୃଦ୍ଧି ଓ କେନାଲ ର ସମ୍ପ୍ରସାରଣ ଓ ମରାମତୀ ଦୀର୍ଘ ବର୍ଷ ହେଲା ସମ୍ଭବ ହୋଇ ପାରିନି ଫଳରେ କେବଳ ଖରିଫ ଧାନ ଫସଲ କୁ ଛାଡି ଦେଲେ ରବି ରେ ଅଣ ଧାନ ଫସଲ ପାଇଁ ପାଣି ର ଅଭାବ ରହିବା ସହ ହଜାର ହଜାର ଏକର ଜମି ବର୍ଷ ତମାମ ପଡ଼ି ରହିଛି | ଯା ଫଳରେ ବେକାର ଙ୍କ ଜୀବିକା ପାଇଁ ଦାଦନ ଏକ ମାତ୍ର  ପନ୍ଥା ପାଲଟିଛି | ଶିଳ୍ପ ବିହୀନ ଖଲ୍ଲିକୋଟ ରେ କୌଣସି କେନ୍ଦ୍ରୀୟ ଯୋଜନା ନଥିବା ବେଳେ ଦାଦନ ଏକ ମାତ୍ର ଶିଳ୍ପ ପାଲଟିଛି |ଖଲ୍ଲିକୋଟ ରାଜବହାଦୁର ରେଳ ପାଠ ନିର୍ମାଣ ବେଳେ ଛାତ୍ରଗଡ଼ ଠାରୁ ରମ୍ଭା ପର୍ଯ୍ୟନ୍ତ ଜମି ଯୋଗାଇଥିବା ବେଳେ ସର୍ତ୍ତ ଥିଲା ସମସ୍ତ ଦ୍ରୁତ ଗାମୀ ଟ୍ରେନ  ର ରହଣି |ଈତି ମଧ୍ୟ ରେ ନବୀନ ବାବୁ ଙ୍କ ଠାରୁ ଆରମ୍ଭ କରି ବହୁ ସାଂସଦ ଆସିକା ସଂସଦୀୟ କ୍ଷେତ୍ର ରୁ ନିର୍ବାଚିତ ହୋଇଥିଲେ ହେଁ ରେଳ ମନ୍ତ୍ରୀ ଙ୍କୁ କେବଳ ଦରଖାସ୍ତ ପ୍ରଦାନ କରୁଛନ୍ତି | କିନ୍ତୁ ଚାହିଦା ମୁତାବକ  କୌଣସି ଦ୍ରୁତ ଗାମୀ ଟ୍ରେନ ଖଲ୍ଲିକୋଟ ଷ୍ଟେସନ ରେ ରହି ପାରୁନି | ଖଲ୍ଲିକୋଟ _ ଆସିକା ଜାତୀୟ ରାଜପଥ ର ନିର୍ମାଣ ଓ ସମ୍ପ୍ରସାରଣ ହୋଇ ପାରିନି |ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ଥିବା ଖଲ୍ଲିକୋଟ ଓ ପୁରୁଷୋତ୍ତମପୁର ବ୍ଲକ ରେ ଚାଲିଥିବା ମେଗା ପାନୀୟ ଜଳ ପ୍ରକଳ୍ପ ଦୀର୍ଘ ବର୍ଷ ଧରି କାର୍ଯ୍ୟକ୍ଷମ ହୋଇ ପାରିନି |ଫଳରେ ଉଭୟ ବ୍ଲକ ବାସି ଶୋଷିଲା ଅଛନ୍ତି | ସେହିପରି ନିର୍ବାଚନ ମଣ୍ଡଳୀ ରେ ସ୍ୱାସ୍ଥ୍ୟ ସେବା ପାଇଁ ଧ୍ୟାନ ଦିଆଯାଇ ପାରିନି | ଖଲ୍ଲିକୋଟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉପଖଣ୍ଡ ସ୍ତରୀୟ ଡାକ୍ତରଖାନା  କରିବା ପାଇଁ ବହୁ ବର୍ଷ ଧରି ଦାବି ହେଉଥିଲେ ମଧ୍ୟ କୌଣସି ସରକାର ଧ୍ୟାନ ଦେଉ ନାହାନ୍ତି | ଏପରି ସ୍ଥିତି ରେ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ   ରେ ରାଜନୈତିକ ପଟ ପରିବର୍ତନ ହୋଇଛି | ପ୍ରଥମ ଥର ପାଇଁ ବିଜେପି ସରକାର ଆସିଥିବା ବେଳେ ନିର୍ବାଚନ ମଣ୍ଡଳୀ ବାସି ଙ୍କ ପାଇଁ ବିକାଶ ଆକାଂକ୍ଷା ବଢ଼ି ଯାଇଛି | ଏପରି ସ୍ଥିତି ରେ ଖଲ୍ଲିକୋଟ ବିଜେପି ରେ ଦୁଇଟି କ୍ଷମତା କେନ୍ଦ୍ର ସୃଷ୍ଟି ହୋଇ  କନ୍ଦଳ ଆରମ୍ଭ ହେବା ସହ ଖଲ୍ଲିକୋଟ ବିକାଶ ପ୍ରତି ଧ୍ୟାନ ର ଅଭାବ ପରିଲକ୍ଷିତ ହୋଇଛି |ଯା ଫଳରେ ଖଲ୍ଲିକୋଟ ନିର୍ବାଚନମଣ୍ଡଳୀ ବିକାଶ ବଦଳରେ ବିନାଶ ଆଡକୁ ମୁହଇଛି | ତେବେ ଗତ ନିର୍ବାଚନ ରେ ଆସନ୍ତୁଷ୍ଟ ବିଜେଡି ନେତା ଓ କର୍ମୀ ମାନେ ବିଜେପି ରେ ଯୋଗ ଦେବା ଫଳରେ ପୁରୁଣା ବିଜେପି ଓ ନୂତନ ବିଜେଡି ନେତା ଓ କର୍ମୀ ମାନଙ୍କ ମଧ୍ୟ ରେ ସହମତି ଅଭାବ ରୁ ଦଳ ରେ ପ୍ରବଳ ମତଭେଦ ଲାଗି ରହିଛି | ବିଜେପି ର ସାଙ୍ଗଠନିକ ନିର୍ବାଚନ ଦଳ ରେ ବିସ୍ଫୋରଣ ଆରମ୍ଭ ହୋଇଛି | ଯା ଫଳରେ ସାଧାରଣ ରେ ବିଜେପି ରେ ଆନ୍ତଃ କନ୍ଦଳ ଲାଗି ରହିଥିବା ବେଳେ ବିଜେଡି ର ଆଗ ଧାଡି ରେ ନେତା ଓ କର୍ମୀ ମାନେ ନୂଆ ମଙ୍ଗୁଆଳ ଖୋଜିବା ରେ ବ୍ୟସ୍ତ |ସେହିପରି ଖଲ୍ଲିକୋଟ ରେ ନେତୃତ୍ୱ ବିହୀନ କଂଗ୍ରେସ ବିରୋଧୀ ଙ୍କୁ ସାମ୍ନା କରିବାକୁ ଅର୍ଥ ଓ ମାନ ବଲ ସଂଗଠନ କୁ ସାଙ୍ଘାତିକ ଭାବେ ମୁମୁର୍ଷୁ କରିଛି |ତେବେ ଖଲ୍ଲିକୋଟ ବାସି ବିଜେପି ଶାସନ ରେ ଭାଗିଦାର ହେବା ଆଶା ଛାଡିବାକୁ ବସିଲେଣି | ( ଫୋଟ )  ରିପୋର୍ଟ : ମାଧବ ବେହେରା, ଖଲ୍ଲିକୋଟ

News Comment

You Might Also Like

BACK TO TOP