Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |

27-Aug-2026

ତଳ କୋର୍ଟ ରେ ଫାଶୀଦଣ୍ଡ ପାଇଥିବା ବହୁଚର୍ଚ୍ଚିତ ପତ୍ନୀ ହତ୍ୟା ମାମଲା, ରେ  ଆସାମୀଙ୍କୁ ଫାଶୀ ବଦଳରେ 35ବାର୍ଷ  ସଜ୍ଜା  ଦେଲେ ହାଇକୋର୍ଟ | 

ଓଡିଶା ଜନ ମତ  ବ୍ୟୁରୋ, 

ଏପରି କିଛି ବିଚାର ପତି ଅଛନ୍ତି ତଳ କୋର୍ଟ ଦେଇଥିବା ଦଣ୍ଡଦେଶ  କୁ ଖାରଜ କରି ନିଜେ ଅନ୍ୟ ଦଣ୍ଡା ଦେଶ  ଦେଇଥାନ୍ତି | ସେ ସରକାରୀ ଓକିଲ ଓ ପ୍ରତିପକ୍ଷ ଓକିଲ ଙ୍କ  ଆରୋପ ଏବଂ ପ୍ରତ୍ୟରୋପ  କୁ ଶୁଣି ପ୍ରକୃତ ଅପରାଧୀ ର ପାରିପାର୍ଶ୍ଵିକ ସ୍ଥିତି କୁ ବିଗାର କରି ଏବଂ ତଳ କୋର୍ଟ ଦେଇଥିବା ରାୟ ଉପରେ  ତର୍ଜମା କରି ନିଜେ କିଛି ଦଣ୍ଡ ଦେଇଥାନ୍ତି |     ଏହିପରି  ବିଚାର ପତିଙ୍କ ଉପଯୁକ୍ତ ନ୍ୟାୟ ସଂଗତ ରା୍ୟକୁ ଶୁଣି  ଧନ୍ୟବାଦ ଦିଅନ୍ତି!| ସେପରି ଏକ କାଣ୍ଡ କରିଥିବା ଆସାମୀ ପତ୍ନୀଙ୍କୁ ଛୁରି ଭୁସି ହତ୍ୟା କରିବା ସହ ଝିଅଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିବା ମୁଖ୍ୟ ଆସାମୀ ସଞ୍ଜୀତ ଦାଶ ଓରଫ ବାଙ୍କକୁ ହାଇକୋର୍ଟ ଜୀବନଦାନ ଦେଇଛନ୍ତି । ହାଇକୋର୍ଟ ଏହି ମାମଲାରେ ରାୟ ପ୍ରକାଶ କରି ନିମ୍ନ ଅଦାଲତଙ୍କ ରାୟରେ ସାମାନ୍ୟ କୋହଳ କରିଛନ୍ତି । ଯଦିଓ ଆସାମୀ ସାଂଘାତିକ ଅପରାଧ କରିଛି ତଥାପି ଏହା ‘କ୍ୱଚିତ୍‌ରୁ ଆହୁରି କ୍ୱଚିତ୍‌’ ଘଟଣା କୁହାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ମତ ଦେଇଛନ୍ତି । ତଥାପି ଆସାମୀକୁ ଅତି କମ୍‌ରେ ୩୫ ବର୍ଷ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ଏହି ପରିପ୍ରେକ୍ଷୀରେ ସ୍ପଷ୍ଟ କରିଛନ୍ତି । ୩୫ ବର୍ଷ ଜେଲ୍‌ଦଣ୍ଡ ପୂରଣ ନହେବା ପର୍ଯ୍ୟନ୍ତ ସେ ଖଲାସ ହେବା ଲାଗି ଆବେଦନ କରିପାରିବ ନାହିଁ ।  ଅପରପକ୍ଷରେ ହାଇକୋର୍ଟ ଏହି ମାମଲାରେ ଆସାମୀର ଦୁଇ ଛୋଟ ଝିଅଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥ ଦୁଇ ଝିଅଙ୍କ ନାଁରେ ଏକ ଜାତୀୟକରଣ ବ୍ୟାଙ୍କ୍‌ରେ ଜମା କରାଯିବ । ସେମାନେ ସାବାଳିକା ନହେବା ପର୍ଯ୍ୟନ୍ତ ଉକ୍ତ ଅର୍ଥକୁ ଉଠାଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଆଦେଶରେ ସ୍ପଷ୍ଟ କରିଛନ୍ତି । ଆସାମୀ ସଞ୍ଜୀତ ଦାଶ ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ମାନସ ରଞ୍ଜନ ପାଠକ ଏବଂ ଜଷ୍ଟିସ୍‌ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ମାମଲାରୁ ଜଣାଯାଇଛି ଯେ, ଆସାମୀ ସଞ୍ଜୀତ ଦାଶ ବୈଦିକ ରୀତିରେ ସରସ୍ୱତୀ ଦାଶଙ୍କୁ ବିବାହ କରିଥିଲେ । ଟଙ୍କା ପାଇଁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳି ଲାଗୁଥିଲା । ଉଭୟ ଭୁବନେଶ୍ୱରରେ ରହୁଥିଲେ । ୨୦୨୨ ମସିହା ଜୁନ୍‌ ୯ ତାରିଖ ଦିନ ସଞ୍ଜୀତ ପତ୍ନୀ ସରସ୍ୱତୀଙ୍କୁ ଛୁରିରେ ଭୁସି ହତ୍ୟା କରିଥିଲା । ପାଖରେ ଥିବା ୬ବର୍ଷର ଝିଅକୁ ତଣ୍ଟିକାଟି ମାରିଦେବାକୁ ଉଦ୍ୟମ କରି ପରେ ସଞ୍ଜୀତ କେଉଁଆଡ଼େ ଫେରାର ହୋଇଯାଇଥିଲା । ସେତେବେଳକୁ ଉଭୟଙ୍କର ଆଉ ଗୋଟିଏ ୩ ଦିନର ଝିଅ ଥିଲା । ଏହି ଘଟଣା ଜାଣିବା ପରେ ସରସ୍ୱତୀଙ୍କ ଭାଇ ଶଶିକାନ୍ତ ଦାଶ ଭରତପୁର ଥାନାରେ ଏତଲା ଦେଇଥିଲେ ।   ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଏହି ମାମଲାର ଶୁଣାଣି ଭୁବନେଶ୍ୱର ଦ୍ୱିତୀୟ ଅତିରିକ୍ତ ସେସନ୍ସ ଜଜ୍‌ଙ୍କ ଅଦାଲତରେ ହୋଇଥିଲା । ଅଦାଲତ ୨୦୨୪ ଜୁଲାଇ ୩୦ରେ ରାୟ ପ୍ରକାଶ କରି ଆସାମୀକୁ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ । ଏହା ବିରୋଧରେ ଆସାମୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ରାଜ୍ୟ ସରକାର ଦଣ୍ଡାଦେଶ କାଏମ୍‌ ପାଇଁ ହାଇକୋର୍ଟକୁ ଅପିଲ୍‌ରେ ଆସିଥିଲେ । ଉଭୟପକ୍ଷଙ୍କୁ ଶୁଣିବା ପରେ ହାଇକୋର୍ଟ ରାୟରେ କହିଛନ୍ତି ଯେ, ଆସାମୀ ଯେଉଁ କାଣ୍ଡ କରିଛି ତାହା ଜଘନ୍ୟ । ଏଥିରେ ଯଦିଓ ଫାଶୀଦଣ୍ଡାଦେଶ ଦିଆଯାଇଛି କିନ୍ତୁ ଏହା ସେହି ପର୍ଯ୍ୟାୟର ନୁହେଁ । କିନ୍ତୁ ଫାଶୀ ଦଣ୍ଡାଦେଶ ଯଦି ଦିଆନଯାଏ ତାହେଲେ ଆସାମୀକୁ ଆଜୀବନ କାରାଦଣ୍ଡ ଭୋଗିବାକୁ ପଡ଼ିବ । ଅନେକ ସମୟରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ଆସାମୀମାନେ ୧୪ ବର୍ଷ ଜେଲ୍‌ ଭୋଗିବା ପରେ ମୁକ୍ତ ହେବା ପାଇଁ ଆବେଦନ କରି ମୁକୁଳି ଯାଇଥାନ୍ତି କିନ୍ତୁ ଏ କ୍ଷେତ୍ରରେ ଆସାମୀକୁ ସର୍ବନିମ୍ନ ୩୫ ବର୍ଷ ଜେଲ୍‌ ଜୀବନ ଭୋଗିବାକୁ ପଡ଼ିବ । ଅର୍ଥାତ ଆସାମୀ ଜେଲ୍‌ରେ ୩୫ ବର୍ଷ ନ କଟାଇବା ପର୍ଯ୍ୟନ୍ତ ମୁକୁଳିବା ଲାଗି ଆବେଦନ କରିପାରିବ ନାହିଁ ।   ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ମାମଲା ପରିଚାଳନାରେ ସହଯୋଗ ଲାଗି ଆମିକସ୍‌ କ୍ୟୁରୀ ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର, ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ପାର୍ଥ ସାରଥୀ ନାୟକଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

News Comment

You Might Also Like

BACK TO TOP