Breaking
News
Breaking
News
09-Nov-2026
ସ୍ୱତନ୍ତ୍ର ପବ୍ଲିକ୍ ପ୍ରୋସିକ୍ୟୁଟରଙ୍କ ଘରୁ ଚୋରି ଘଟଣାର ପର୍ଦ୍ଦାଫାସ, ଧରାପଡ଼ିଲେ ଅଭିଯୁକ୍ତ
ଓଡିଶା ଜନମତ ରାୟଗଡା, ୦୯/୧୧,
କାମେଶ୍ୱର କରକରିଆ: ----
ଚାନ୍ଦିଲି ପୁଲିସ ଅଧିନରେ ଥିବା କୁମୁଟିପେଣ୍ଠ ଗ୍ରାମ ହନୁମାନ ନଗରରେ ରହୁଥିବା ସ୍ବତନ୍ତ୍ର ପବ୍ଲିକ ପ୍ରୋସିକ୍ୟୁଟର ସୁରେନ୍ଦ୍ର କୁମାର ଶର୍ମାଙ୍କ ଘରୁ ଚୋରୀ ଘଟଣାରେ ପୁଲିସ ପର୍ଦାଫାସ କରିଛି । ଆଜି ଚାନ୍ଦିଲି ପୁଲିସ ସୂଚନା ପ୍ରଦାନ କରି ଏହି ଚୋରୀ ସଂପର୍କରେ ସୂଚନା ଦେଇଛି କି ଏହି ଚୋରି ଘଟଣାରେ ୭୦.୬୨୦ ଗ୍ରାମ ସୁନା ସହ ୩୫୬.୬୭୦ ଗ୍ରାମ ରୂପା ଉଦ୍ଧାର କରିଛି | ଚାନ୍ଦିଲି ପୁଲିସ ଏହି ଘଟଣାରେ ସମ୍ପୃକ୍ତ ୨ଜଣ ଚୋରଙ୍କୁ ମଧ୍ୟ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଜଗନ୍ନାଥ କାଡ୍ରାକା ୨୨ ବର୍ଷ ଓ ହେମନ୍ତ ପାଲକା । ଉଭୟଙ୍କ ଘର ଜେକେ ପୁର ଭାଟିପଡା ଅଞ୍ଚଳରେ ବୋଲି ପୁଲିସ ସୂଚନାରୁ ଜଣାପଡିଛି | ଗତ ଅକ୍ଟୋବର ମାସ ୧୬ତାରିଖ ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ସ୍ବତନ୍ତ୍ର ପିପି ଶ୍ରୀ ହେମନ୍ତ କୁମାରଙ୍କ କୁମୁଟିପେଣ୍ଠ ବାସଗୃହରୁ କବାଟ ଭାଙ୍ଗି ପସିଥିଲେ ଏବଂ ଆଲମିରାରେ ଥିବା ସୁନା,ରୂପା ଏବଂ ୨ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ସ୍ବତନ୍ତ୍ର ପିପି ସୁରେନ୍ଦ୍ର କୁମାର ଚାନ୍ଦିଲି ଥାନାରେ ଏକ ଏତଲା ଦେଇଥିଲେ । ଏତଲା ପରେ ଚାନ୍ଦିଲି ପୁଲିସ ସାଇଣ୍ଟିଫିକ ଟିମ ସହାୟତାରେ ଏହି ଘଟଣାର ତଦନ୍ତ କରିଥିଲେ । ସ୍ଥାନୀୟ ଲୋକଙ୍କୁ ପଚରା ଉଚରା ସମୟରେ ଚାନ୍ଦିଲି ପୁଲିସ ଅଭିଯୁକ୍ତଙ୍କ ସଂପର୍କରେ ତଥ୍ୟ ପାଇଥିଲା । ସୂଚନା ପ୍ରଦାନକାରୀଙ୍କ ତଥ୍ୟ ଅନୁଯାୟି ପୁଲିସ ଅଭିଯୁକ୍ତ ଜଗନ୍ନାଥକୁ କାବୁ କରିଥିଲା ଏବଂ ଚୋରୀ ସଂପର୍କରେ ଅଧିକା ତଥ୍ୟ ପାଇ ହେମନ୍ତକୁ ମଧ୍ୟ ଧରିଥିଲା | ଏହି ଘଟଣାରେ ଲିପ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ପୁଲିସ ଖୁବ ଶୀଘ୍ର ଧରିବା ସହ ଅନ୍ୟ ଚୋରୀ ସାମଗ୍ରୀକୁ ଉଦ୍ଧାର କରିବ ବୋଲି ରାୟଗଡା ଏସଡିପିଓ ଗୌରହରୀ ସାହୁ ସୂଚନା ଦେଇଛନ୍ତି | ଅଭିଯୁକ୍ତ ମାନଙ୍କୁ କୋର୍ଟକୁ ଚାଲାଣ କରାଯାଇ ହାଜତକୁ ପଠାଯାଇଥିବା ପୁଲିସ ସୂଚନା ଦେଇଛି | ପୁଲିସ ସୂଚନା ପ୍ରଦାନ କରିବା ସମୟରେ ଏସଡିପିଓ ଶ୍ରୀ ସାହୁ,ଚାନ୍ଦଲି ଆଇ ଆଇ ସି ଉତ୍ତମ କୁମାର ସାହୁ ଓ ଅନ୍ୟାନ୍ୟ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ |
BACK TO TOP