Breaking
News
Breaking
News
09-Nov-2026
ଏକ୍ସନ୍ ମୋଡ୍ ରେ ପଦ୍ମପୁର ପୋଲିସ ଜୁଆ ଆଡ୍ଡା ଉପରେ ଚଢାଉ, ୫ ଗିରଫ
ଓଡିଶା ଜନମତ ବରଗଡ଼ - ମନୋହର ଦାଶ
ପଦ୍ମପୁର ଥାନା ଅଞ୍ଚଳରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୫ ହଜାର ୫୦୦ ଟଙ୍କା, ୩ଟି ମୋବାଇଲ ଫୋନ୍, ୬ଟି ଗୋଟି, ଗୋଟିଏ ବ୍ୟାନର, ବାଉଁଶ ଝୁଡ଼ି ଓ ପ୍ଲାଷ୍ଟିକ ଦରି ଜବତ କରାଯାଇଛି।
ପୁଲିସର ସୂଚନା ଅନୁଯାୟୀ, ଗତ ୮ ତାରିଖ ରାତି ପ୍ରାୟ ୧୦ଟା ୪୬ ମିନିଟ୍ ସମୟରେ ଏସ୍ଆଇ ଧନେଶ୍ୱର ସାହୁ ପୁଲିସ ପାଟ୍ରୋଲିଂ ସମୟରେ ଗୁଡ଼ଗୁଡ଼ିପଟି ଜୁଆ ଖେଳ ଚାଲିଥିବା ଖବର ପାଇଥିଲେ। ଏହାପରେ ପୁଲିସ ଚଢ଼ଉ କରି ଜୁଆ ଖେଳରେ ସମ୍ପୃକ୍ତ ୫ ଜଣଙ୍କୁ ଧରିଥିଲା।
ଗିରଫ ବ୍ୟକ୍ତିମାନେ ହେଲେ ଅଶୋକ କୁମାର ବାଗ (୪୫), ଭାରତ ବରିହା (୪୦), ପ୍ରଶାନ୍ତ ସାଗର ସନ୍ଧା (୩୦), ତୁଳସୀ ବେହେରା (୬୦) ଓ ହୋରାଚାନ୍ଦ ପଟେଲ (୪୧)। ଗିରଫ ବ୍ୟକ୍ତିମାନେ ଅମାମୁଣ୍ଡା, ବିସିପାଲି, ଜମଲା, ଚିଖିଲି ଓ ନୂଆପାଲି ଅଞ୍ଚଳର ବୋଲି ପୁଲିସ ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରିଛି।
ଏହି ଘଟଣାରେ ପଦ୍ମପୁର ଥାନା କେସ୍ ନଂ ୩୩୪/୦୯.୧୧.୨୦୨୬ ରୁଜୁ କରାଯାଇ ବିଏନ୍ଏସ୍ ଧାରା ୧୧୨(୩)(୫) ଓ ଓଡ଼ିଶା ପ୍ରିଭେନସନ୍ ଅଫ୍ ଗ୍ୟାମ୍ବଲିଂ ଆକ୍ଟ ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ୫ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
BACK TO TOP