Breaking News

ଦୁନ୍ଧୁଲି ଗ୍ରାମରେ ଧାନ ଜମିକୁ ନେଇ ଉତେଜନା ||   (29-Nov-2026)       ||      ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||     

ଦୀପାବଳି ରେ ଗଞ୍ଜାମ ପ୍ରଶାସନ ର ନିଆରା ପ୍ରୟାସ ||

08-Nov-2026

ବନ୍ୟା ବିପର୍ଣ୍ଣଙ୍କ ପାଖରେ ପହଞ୍ଚି ଦୀପାବଳୀ ଉପହାର ବାଣ୍ଟିଲେ ଗଞ୍ଜାମ ଜିଲ୍ଳାପାଳ |

ଓଡିଶା ଜନ ମତ ବ୍ୟୁରୋ, 

ତାରିଖ ---08/11/26

ବିପର୍ଯ୍ୟୟର ଅନ୍ଧକାର ଭିତରେ ଖୁସିର ଆଲୋକ ଭରିବାକୁ ପ୍ରଶାସନର ଏକ ନିଆରା ପ୍ରୟାସ। ବନ୍ୟାରେ ସର୍ବସ୍ୱ ହରାଇଥିବା ପରିବାରଙ୍କ ମନରେ ଆଶା ଓ ଆନନ୍ଦ ଭରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ନିଆରା ଢଙ୍ଗରେ ଦୀପାବଳି ପାଳନ କରିଛି ଜିଲ୍ଲା ପ୍ରଶାସନ। ଏହି ଅବସରରେ ହାଣ୍ଡିଘର ଗ୍ରାମରେ ପହଞ୍ଚି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଶନ ବାତ୍ୟା ଓ ବନ୍ୟା ପ୍ରଭାବିତ ପରିବାରର ସଦସ୍ୟ ଏବଂ ଗ୍ରାମର ଶିଶୁମାନଙ୍କୁ ବସ୍ତ୍ର, ମିଠା ଓ ଦୀପ ପ୍ରଦାନ କରି ଦୀପାବଳିର ଖୁସି ବାଣ୍ଟିଥିଲେ। ଶିଶୁମାନଙ୍କ ସହ କିଛି ସମୟ ବିତାଇବା ସହ ସେମାନଙ୍କ ମନରେ ଆନନ୍ଦ ଓ ନୂଆ ଆଶାର ସଞ୍ଚାର କରିଥିଲେ। ଜିଲ୍ଲାପାଳଙ୍କ ସହ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ପିଡି ସଚ୍ଚିଦାନନ୍ଦ ନାୟକ, ସ୍ଥାନୀୟ ତହସିଲଦାର ବିନୋଦ କୁମାର ବେହେରା, ବିଡିଓ ଦେବାଶିଷ ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଏହି ମାନବିକ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ସେହିପରି ବନ୍ୟାରେ ସର୍ବାଧିକ ପ୍ରଭାବିତ ପୁରୁଷୋତ୍ତମପୁର ସହରର କନକା ନଦୀପଦର ସାହିରେ ଉପଜିଲ୍ଲାପାଳ ସୁଭାଶିଷ ବରାଳ ରହି ବସ୍ତିବାସିନ୍ଦାଙ୍କ ସହ ଦୀପାବଳି ପାଳନ କରିଥିଲେ। ଏହି ଅବସରରେ ସେ ବସ୍ତିବାସିନ୍ଦାଙ୍କୁ ଦୀପାବଳି ଉପହାର ପ୍ରଦାନ କରିବା ସହ କୁନି କୁନି ପିଲାମାନଙ୍କ ସହ ଉତ୍ସବର ଖୁସି ବାଣ୍ଟିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଜିତ କୁମାର ପଟ୍ଟନାୟକ, ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ସାଂସଦ ପ୍ରତିନିଧି ବିଶ୍ୱଭୂଷଣ ମହାପାତ୍ର, ବିଧାୟକ ପ୍ରତିନିଧି ସୁଦର୍ଶନ ବେହେରାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ବନ୍ୟାରେ ଅନେକ ପରିବାରଙ୍କ ଘରଦ୍ୱାର, ଜୀବିକା ଓ ଦୈନନ୍ଦିନ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ପର୍ବର ଏହି ଅବସରରେ ପ୍ରଶାସନର ଏଭଳି ମାନବିକ ପଦକ୍ଷେପ ବିପନ୍ନଙ୍କ ମନରେ ଆଶ୍ୱାସନା ଓ ଆତ୍ମବିଶ୍ୱାସ ଭରିଛି | ଏହାପରେ କେ ଏନ ପୁର ଗ୍ରାମରେ ପହଞ୍ଚି ଜିଲ୍ଲପାଳ ଏହି ଉପହାର ମଧ୍ୟ ପ୍ରଦାନ କରିଥିଲେ |

News Comment

You Might Also Like

BACK TO TOP