Breaking News

ଜମି ମାଲିକ ଙ୍କ ଅଜାଣତ ରେ ବିକ୍ରି ହୋଇଗଲା ଜମି, ଦୁଇ ଜଣ ନିଲମ୍ବିତ ||   (27-Aug-2026)       ||      କୌଣସି କଥାରେ ଉତ୍ୟକ୍ତ ସ୍ୱାମୀ ସ୍ତ୍ରୀକୁ ହତ୍ୟା କରି ସେମଧ୍ୟ କଲେ ଆତ୍ମ ହତ୍ୟା ||   (27-Aug-2026)       ||      ବେଗୁନିଆପଡା ଶାଳବଣ ଠାରେ ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ |   (27-Aug-2026)       ||      ତେଜୋ ରାତି ଦୋକାନରୁ ମଦ ଜବତ କରି ଦୁଇ ଜଣଙ୍କୁ ଗିରଫ କଲା ପୋଲିସ |   (27-Aug-2026)       ||      ସିନ୍ଧୁ -ଉର୍ମି ସାହିତ୍ୟ ସଂସଦ ଦ୍ୱାରା ରାକ୍ଷୀ ପୂର୍ଣ୍ଣିମା ପାଳିତ |    (27-Aug-2026)       ||      ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ସ୍ୱାମୀ ଚିଦାନନ୍ଦ ସରସ୍ବତୀ ଶିଶୁମନ୍ଦିର ପ୍ରାଙ୍ଗଣ ରେ ଅନୁଷ୍ଠିତ |    (27-Aug-2026)       ||      ରାୟଗଡା ପେଣ୍ଟା ଶିବ ମନ୍ଦିର ଚୋରି ଘଟଣା ର ଫର୍ଦ୍ଦାଫାସ କଲା ଚାନ୍ଦିଲି ପୋଲିସ |    (27-Aug-2026)       ||      ବିପୁଳ ସୁନା ରୁପା ଜବତ ସହ ଦୁଇ ଜଣଙ୍କୁ ଅଟକରଖି ବଲାଙ୍ଗୀର ପୋଲିସ ର ଖରଯୋଡ଼ା ଗାଁରେଚଢ଼ାଉ ||   (27-Aug-2026)       ||      ମୁଖ୍ୟମନ୍ତ୍ରୀ ବସ ପଡିଗଲା ମେଗା ପ୍ରକଳ୍ପ ପାଇଁ ଖୋଳା ଯାଇଥିବା ଗାତ ରେ |    (27-Aug-2026)       ||      କଲ୍ୟାଣ ସିଂହପୁର ବ୍ଲକରେ ପଞ୍ଜିକରଣ ଅବ୍ୟବସ୍ଥାରେ ହନ୍ତ ସନ୍ତ ଚାଷୀ ||   (27-Aug-2026)       ||      ଶିକ୍ଷନୁଷ୍ଠାନ ରୁ 75 ଲକ୍ଷରୁ ଉର୍ଦ୍ଧ ଟଙ୍କା ହେର ଫେର କରି ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ କଲେଜ ଅଧ୍ୟାପକ ||   (27-Aug-2026)       ||      ତଳ କୋର୍ଟ ରେ ଫାଶୀ ଦଣ୍ଡ ପାଇଥିବା ଆସାମୀକୁ ଜୀବନ ଦାନ ଡେଇ 35 ବର୍ଷ ସଜ୍ଜା ଦେଲେ ହାଇକୋର୍ଟ |    (27-Aug-2026)       ||      ଡକାୟତି ଯୋଜନା କୁ ପଣ୍ଡ କଲା କଟକଚାଉଳିଆ ଗଞ୍ଜ ପୋଲିସ |    (27-Aug-2026)       ||      ରାଜ୍ୟର ସର୍ବଶ୍ରେଷ୍ଟ ଏନଏସି ରୂପେ ମାନ୍ୟତା ପାଇଲା ଆଠଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ |    (27-Aug-2026)       ||      ଧାନ ମଣ୍ଡିରେ ଚାଷୀ ଙ୍କ ନାମ ପଞ୍ଜିକରଣ ହେଉ ନଥିବାରୁ ନବ ନିର୍ମାଣ କୃଷକ ସଂଘ ର ଆନ୍ଦୋଳନ ଦାବି ||   (27-Aug-2026)       ||      ଅଚାନକ ନେପାଳ ବନ୍ୟା ରେ 160 ମୃତ ଓ 750 ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି |   (27-Aug-2026)       ||      ହାତୀ ଓଟୋ ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷା ବନ୍ଧନ ଓବୃକ୍ଷ ରୋପଣ କାର୍ଯ୍ୟ ଅନୁଷ୍ଠିତ |   (27-Aug-2026)       ||      ପଦ୍ମ ଦଳର ଅଣଦେଖାରେ ଅତିଷ୍ଟ ଦୁଇ ପୂର୍ବତନ ବିଜେଡି ମନ୍ତ୍ରୀ, ପ୍ରଦୀପ ଓ ସମୀର |    (27-Aug-2026)       ||      ରାକ୍ଷୀ ପୂର୍ଣ୍ଣିମା ହେଉଛି, ଭାଇ ଭଉଣୀ ଙ୍କ ଅତୁଟ ସମ୍ପର୍କ ଓ ସୁରକ୍ଷା ପ୍ରଦାନର ପ୍ରତୀକ | |   (27-Aug-2026)       ||      ଆସନ୍ତା କାଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଗଞ୍ଜାମ ଗ୍ରସ୍ତ |    (26-Aug-2026)       ||     

ଖଲ୍ଲିକୋଟ ଡି ଆଇ ଇ ଟି ଠାରେ ଜିଲ୍ଲା ସ୍ତରୀୟ ଦୁଈ ଦିନିଆ ସିଲ ସମ୍ପର୍କିତ ପାଠ ଚକ୍ର ଅନୁଷ୍ଠିତ |

11-Jan-2025

ଖଲ୍ଲିକୋଟ :  ଡି.ଆଇ.ଇ.ଟି. (ଗଂଜାମ) ଠାରେ ଜିଲ୍ଲା ସ୍ତରୀୟ ଦୁଇ ଦିନିଆ ସିଲ୍  ସମ୍ପର୍କିତ ପାଠଚକ୍ର ଉଦଯାପିତ,

              ଓଡିଶା  ଜନମତ  ବ୍ୟୁରୋ ,

ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ପ୍ରଶିକ୍ଷଣ, ତାଲିମ ପ୍ରଦାନ, ଗବେଷଣାଧର୍ମୀ କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ଅଗ୍ରଣୀ ଭୂମିକା ତୁଲାଇଆସୁଥିବା ପ୍ରଶିକ୍ଷଣ ପ୍ରତିଷ୍ଠାନ ମଧ୍ୟରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଗଂଜାମ, ଖଲ୍ଲିକୋଟର ସ୍ଥାନ ନିହାତି ଗୁରୁତ୍ୱପୂର୍ଣ୍ଣ ବିବେଚିତ ହୁଏ । ଉକ୍ତ ପ୍ରଶିକ୍ଷଣ ପ୍ରତିଷ୍ଠାନ ଠାରେ ତା ୧୦/୦୧/୨୦୨୫ ରିଖରେ ସିଲ୍ ବିଷୟକ ପାଠଚକ୍ର ଶୁଭ ଉଦଘାଟିତ ହୋଇଥିବା ବେଳେ ଆଜି ଅର୍ଥାତ୍ ତା ୧୧/୦୧/୨୫ ରିଖ ଦୁଇଦିନିଆ ପାଠଚକ୍ର ଆନୁଷ୍ଠାନିକ ରୀତିରେ ଉଦଯାପିତ ହୋଇଛି । ପ୍ରଥମ ଦିବସରେ ଶୁଭାରମ୍ଭ ହୋଇଥିବା ସିଲ୍ ବିଷୟକ ପାଠଚକ୍ରକୁ ଶିକ୍ଷା ଜିଲ୍ଲା ଅଧିକାରୀ ଶ୍ରୀମତୀ ଅମିତା ପଟ୍ଟନାୟକ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭୋଦ୍ଘାଟନ କରିଥିଲେ । ଉଦଯାପନୀ ଦିବସରେ ପ୍ରତିଷ୍ଠାନର ପ୍ରାକ୍ତନ ଅଧ୍ୟକ୍ଷା ଆହୁତି ବରାଳ, ନିମାପଡ଼ା ପ୍ରଶିକ୍ଷଣ ପ୍ରତିଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଡକ୍ଟର ପ୍ରଭାକର ତ୍ରିପାଠୀ, ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିଙ୍ଗରାଜ ସ୍ୱାଇଁ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ସିଲ୍ ଅର୍ଥାତ୍ ସାମାଜିକ ଆବେଗିକ ନୈତିକ ଶିକ୍ଷା ବିଷୟକ  ସାରଗର୍ଭକ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଆୟୋଜିତ ପାଠଚକ୍ରରେ ପ୍ରତିଷ୍ଠାନର ଅଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ସନ୍ତୋଷ କୁମାର ପରିଡ଼ା ସମସ୍ତଙ୍କୁ ସ୍ୱାଗତ ଅଭିନନ୍ଦନ ଜଣାଇ ଶିକ୍ଷକମାନଙ୍କୁ ଉପଯୁକ୍ତ ପ୍ରଶିକ୍ଷଣ ପ୍ରଦାନ ଫଳରେ ସମାଜର ହିତସାଧିତ ହେବା ସହିତ ଶିକ୍ଷାର୍ଥୀଙ୍କ ବୃହତ୍ତର ସ୍ୱାର୍ଥ ପରିପୂରଣ ହୋଇପାରିବ ବୋଲି ଅଭିହିତ କରିଥିଲେ । ଶିକ୍ଷା କ୍ଷେତ୍ରରେ ସାମାଜିକ ପ୍ରତିଶ୍ରୁତିବଦ୍ଧତା, ଆବେଗ ପ୍ରବଣତା, ନୈତିକତାର ସ୍ଥିତି ସର୍ବାଦୌ ଉଚ୍ଚରେ ବୋଲି ଅଧ୍ୟକ୍ଷ ଡକ୍ଟର ପରିଡ଼ା ଆଲୋଚନା କରିଥିଲେ । ପାଠଚକ୍ର ଆୟୋଜନ ଦ୍ୱାରା ଶିକ୍ଷକଙ୍କ ସର୍ବାଙ୍ଗୀନ ବିକାଶ ସମ୍ଭବ ପର ହୋଇଥାଏ ବୋଲି ଅତିଥିମାନେ ପ୍ରତିପାଦନ କରିଥିଲେ ।  ଅନୁଷ୍ଠିତ ଜିଲ୍ଲାସ୍ତରୀୟ ପାଠଚକ୍ରରେ ଗଂଜାମ ଜିଲ୍ଲାର ଆସିକା, ବେଗୁନିଆ ପଡ଼ା, ବେଲଗୁଣ୍ଠା, ଭଂଜନଗର, ବୁଗୁଡ଼ା, ଛତ୍ରପୁର, ଚିକିଟି, ଧରାକୋଟ, ଦିଗପହଣ୍ଡି, ଗଂଜାମ, ହିଞ୍ଜିଳିକାଟୁ, ଜଗନ୍ନାଥ ପ୍ରସାଦ, କବିସୂର୍ଯ୍ୟନଗର, ଖଲ୍ଲିକୋଟ, କୁକୁଡାଖଣ୍ଡି, ପାତ୍ରପୁର, ପୋଲସରା, ପୁରୁଷୋତ୍ତମ ପୁର, ରଙ୍ଗେଇଲୁଣ୍ଡା, ସାନଖେମୁଣ୍ଡି, ଶେରଗଡ଼, ସୋରଡ଼ା ବ୍ଲକରୁ ଜଣେ ଲେଖାଏଁ ପ୍ରତିନିଧି ସ୍ଥାନୀୟ ଶିକ୍ଷକ ସ୍ବରଚିତ ଗବେଷଣା ଧର୍ମୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ । କାର୍ଯ୍ୟକ୍ରମରେ ଗଂଜାମ ଜିଲ୍ଲାର ସମସ୍ତ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ, ବି.ଆର୍.ସି.ସି., ସି. ଆର୍. ସି. ସି., ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଉପସ୍ଥିତ ଥିଲେ । ଆୟୋଜିତ ପାଠଚକ୍ରରେ ପବିତ୍ର ମୋହନ ଉଦଗାତା, ଅମୂଲ୍ୟ ଚନ୍ଦ୍ର ମିଶ୍ର, କିଶୋର କୁମାର ପାଣିଗ୍ରାହୀ, ପ୍ରଦୀପ କୁମାର ସାସମଲ, କାଳୀଚରଣ ନାୟକ, ଅର୍ପିତା ମିଶ୍ର, ରାଜେନ୍ଦ୍ର କୁମାର ପଣ୍ଡା, ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ଅଭିଜିତ ପ୍ରସାଦ ସାହୁ, ସୁବ୍ରତ କୁମାର ପଣ୍ଡା, ଡକ୍ଟର ସୁରେନ୍ଦ୍ର ନାଥ ସାହୁ, ଆଲୋକ କୁମାର ଷଡଙ୍ଗୀ, ଲୋକନାଥ ପ୍ରଧାନ, ସତ୍ୟ ନାରାୟଣ ନାୟକ, ସୁଶ୍ରୀ ସୁସମିତା ସାହୁ, ଗାୟତ୍ରୀ ସ୍ୱାଇଁ, ନାରାୟଣ ଦଳବେହେରା, ସୁନୀଲ କୁମାର ଶତପଥୀ, ଲକ୍ଷ୍ମୀକାନ୍ତ ଦାଶ, ଦୀପାଞ୍ଜଳୀ ପ୍ରଧାନ, ଜିତେନ୍ଦ୍ର କୁମାର ପଣ୍ଡା, ବିଭୁପ୍ରସାଦ ଆଚାର୍ଯ୍ୟ, ନଜିନା ଫରିନ୍, ଯଶପିନ୍ ସୋନା ପ୍ରମୁଖ ପାଠଚକ୍ରରେ ସିଲ୍ ବିଷୟକ ବସ୍ତୁକୁ ଭିତ୍ତିକରି ବହୁବିଧ ଦିଗ ଉପରେ ଗବେଷଣା ଧର୍ମୀ ସନ୍ଦର୍ଭ ଉପସ୍ଥାପନ କରିଥିଲେ । ଏଥିସହିତ ଏନ.ସି.ଇ.ଆର.ଟି., ନୂଆଦିଲ୍ଲୀର ପ୍ରାକ୍ତନ ନିର୍ଦ୍ଦେଶକ  ପ୍ରଫେସର ହୃଷୀକେଶ ସେନାପତି, ସି.ବି.ଏସ୍. ଇ., ନୂଆଦିଲ୍ଲୀର ଆସିଷ୍ଟାଣ୍ଟ ସେକ୍ରେଟାରୀ ଡକ୍ଟର ପ୍ରୀତି କ୍ଷେତ୍ରୀ, ଏସ୍.ସି.ଇ.ଆର୍.ଟି. ବିହାରର ଯୁଗ୍ମ ନିର୍ଦ୍ଦେଶକ ଡକ୍ଟର ରଶ୍ମିପ୍ରଭା ଅନଲାଇନ ମାଧ୍ୟମରେ ପାଠଚକ୍ରରେ ଯୋଗଦେଇ ସିଲ୍ ସମ୍ବନ୍ଧରେ ବିଶଦ ଆଲୋଚନା କରିଥିଲେ ।
କାର୍ଯ୍ୟକ୍ରମର ସଂଯୋଜନା ଦାୟିତ୍ବ ତୁଲାଇଥିଲେ ପ୍ରଶିକ୍ଷିକା ଶ୍ରୀମତୀ ସରୋଜିନୀ ମିଶ୍ର । ଆୟୋଜିତ ପାଠଚକ୍ରରେ ପ୍ରତିଷ୍ଠାନର ପ୍ରଶିକ୍ଷକ  ଦେବେନ୍ଦ୍ର କୁମାର ସାହୁ, ବିଷ୍ଣୁ ନାରାୟଣ ଜେନା, ମୁକ୍ତିକାନ୍ତ ବେହେରା, ନବୀନ ପରମାଣିକ, ସୁକୁଲେଇ ଟୁଡୁ, ଜିତେନ୍ଦ୍ର କୁମାର ପଣ୍ଡା, ଅଭିରାମ ବିଶ୍ୱାଳ, ପ୍ରଶିକ୍ଷିକା ଡକ୍ଟର ନୀହାରିକା ସାମନ୍ତରାୟ, ଶ୍ରୀମତୀ ନିବେଦିତା ପାଢ଼ୀ, ପ୍ରଜ୍ଞା ପରମିତା, ଲିପି ଶ୍ରୀ ଦେବୀ, ଜୟନ୍ତୀ ବେହେରା, କଲ୍ୟାଣୀ କୁମାରୀ ଗୈାଡ, ଭାବିଲିତା ନାୟକ, ଗାୟତ୍ରୀ ସ୍ୱାଇଁ, ଅନୁପମା ଦାସ, ବବିତା ସିଂ ନାୟକଙ୍କ ସମେତ ବରିଷ୍ଠ ସେକ୍ସନ ଅଧିକାରୀ ପ୍ରବେଶ କୁମାର ପଟ୍ଟନାୟକ, କନିଷ୍ଠ କିରାଣୀ ଆଶିଷ ରଞ୍ଜନ ସେଠୀ, ନିରୂପମା ପ୍ରଧାନ, କମ୍ପ୍ୟୁଟର ସହାୟକ ମନୋରଞ୍ଜନ ବାରିକ, ପ୍ରତିଷ୍ଠାନର କର୍ମଚାରୀ ଜୟଶଙ୍କର ଗୈାଡ, ସୁକାନ୍ତି ସେଠୀ, ଚନ୍ଦ୍ର ନାୟକ ପ୍ରମୁଖ ପାଠଚକ୍ର ପରିଚାଳନାରେ ସହଯୋଗ କରିଥିଲେ । ଏହି ପାଠଚକ୍ର ଆଜି  ଉଦଯାପିତ ହୋଇଛି ।

News Comment

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |

BACK TO TOP