Breaking
News
Breaking
News
11-Jan-2025
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ,
ଓଡିଶା ଜନମତ, ବୁଗୁଡା, ତା ୧୧/୦୧/୨୫ :
ବୁଗୁଡ଼ା ଏନଏସି ଅନ୍ତର୍ଗତ ହରିଶରଣପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଲମ୍ବୋଦର ମିଶ୍ର(୭୪)ଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି। ସେ ଦୀର୍ଘଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲା ବେଳେ ଗତ ଗୁରୁବାର ସକାଳେ ସ୍ବବାସଭବନରେ ତାଙ୍କର ଦେହାନ୍ତ ହୋଇଥିଲା। ମୃତ୍ଯୁ ଖବର ପାଇ ବହୁ ବିଶିଷ୍ଟ ବ୍ଯକ୍ତି ତାଙ୍କର ଅନ୍ତିମ ଦର୍ଶନ କରି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ସ୍ବର୍ଗତ ଲମ୍ବୋଧର ଗତ ୩୦ ଜାନୁଆରୀ ୨୦୦୮ ମସିହାରେ ଅବସର ଗ୍ରହଣ କରିଥିବା ବେଳେ ଗତ ଜାନୁୟାରୀ ୭ ତାରିଖ ଦିନ ତାଙ୍କୁ ଅବସରପ୍ରାପ୍ତ ପ୍ରାଥମିକ ଶିକ୍ଷକ ଟ୍ରଷ୍ଟ ପକ୍ଷରୁ ଶିକ୍ଷକ ସୌରଭ ସମ୍ମାନରେ ସମ୍ମାନିତ କରାଯାଇଥିଲା। ସେ ଜଣେ ନିରାଡମ୍ବର , କର୍ତ୍ତବ୍ୟନିଷ୍ଠ ଓ ଉତ୍ତମ ଶିକ୍ଷକ ଥିଲେ। ଏଥି ସହ ସେ ନାଟକ କଳା ଓ ସଙ୍ଗୀତ ପ୍ରତି ପ୍ରବଳ ଅନୁରାଗୀ ଥିଲେ। ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ଶୋକର ଛାୟା ଖେଳିଯାଇଛି।
BACK TO TOP