Breaking News

କବିସୂର୍ଯ୍ୟ ନଗରନିର୍ବାଚନ ମଣ୍ଡଳି ବିଜୁ ଜନତା ଦଳ ସକ୍ରିୟ |    (13-Oct-2026)       ||      ଦାରିଙ୍ଗବାଡି ରେ ଚୋରି ଓ ଅପରାଧୀର ଗୁମର ଖୋଲିବ ସିସି ଟିଭି |   (13-Oct-2026)       ||      ବର୍ତ୍ତିନି ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି --2026 ଅନୁଷ୍ଠିତ |   (13-Oct-2026)       ||      ଗଜଲକ୍ଷ୍ମୀ ପୂଜା ପାଇଁ ଶିକର ପାଇ ରେ ଶୁଭ ଖୁଣ୍ଟି ସ୍ଥାପନ |    (13-Oct-2026)       ||      ସାମ୍ବାଦିକ ମାନଙ୍କୁ ଧମକ ଦେବ ଅଭିଯୋଗ ରେ ଏସପି ଙ୍କୁ ସ୍ମାରକ ପତ୍ର ଦେଲେ ସାମ୍ବାଦିକ ମାନେ |    (13-Oct-2026)       ||      ତାଳ ପଡା ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026ଅନୁଷ୍ଠିତ |   (13-Oct-2026)       ||      ମିଷ୍ଟ ଭାସି ପରୋପକାରୀ ମଦନ ମୋହନ ଜେନାଙ୍କ ପରଲୋକ ||   (13-Oct-2026)       ||      ପାସପୋର୍ଟ କରିବାରେ ଅପରାଧୀ ସକ୍ରିୟ ଉଚ୍ଚ ସ୍ତରୀୟ ତଦନ୍ତ ଦାବି |   (13-Oct-2026)       ||      ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||     

ଅସ୍ତ୍ର, ଶସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ 10 ମାଓବାଦୀ, ସମଗ୍ର କନ୍ଧମାଳ ଜିଲ୍ଲା ହେବ ମାଓ ମୁକ୍ତ ଅଞ୍ଚଳ ||

11-Mar-2026

ମାଓମୁକ୍ତ ହେବ ସମଗ୍ର କନ୍ଧମାଳ ଜିଲ୍ଲା, ଅସ୍ତ୍ରଶସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ମାଓବାଦୀ

ଓଡିଶା ଜନମତ,କନ୍ଧମାଳ, ତା, ୧୧/୩/

ସଞ୍ଜୟ କୁମାର ପାଣିଗ୍ରାହୀ :--

ପାଖେଇ ଆସୁଛି ମାର୍ଚ୍ଚ ୩୧ ତାରିଖ। ସେପଟେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଓଡିଶା ଗସ୍ତ ରେ ଆସି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଫେରି ଯାଇଛନ୍ତି । ଏ ନେଇ ସମଗ୍ର କନ୍ଧମାଳ ରେ ପୋଲିସ ମାଓବାଦୀ ଅପରେସନକୁ ଆହୁରି ଜୋରଦାର କରିଛି । ରାଜ୍ୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ଲଗାତାର ପ୍ରୟାସ ଫଳରେ ମାଓବାଦୀ ସଙ୍ଗଠନକୁ ଲାଗିଛି ଶକ୍ତ ଝଟକା । ମାଓମୁକ୍ତ ହେବ କନ୍ଧମାଳ ଜିଲ୍ଲା। ଅସ୍ତ୍ରଶସ୍ତ୍ର  ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ମାଓବାଦୀ। ୪ ଜଣ ହାର୍ଡକୋର୍ ମାଓବାଦୀଙ୍କ ସହ ୧୦ ଜଣ ନକ୍ସଲ ବୁଧବାର କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ମାଓମୁକ୍ତ ଅଭିଯାନ ଦିଗରେ କନ୍ଧମାଳ ପୋଲିସ କୁ ଏକ ବଡ଼ ସଫଳତା ମିଳିଛି। ପ୍ରଥମ ଥର ପାଇଁ ଜିଲ୍ଲାରେ ଏତେ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଯାହାକି,  କନ୍ଧମାଳ ଜିଲ୍ଲାର ମାଓବାଦୀ ସଂଗଠନର ମେରୁଦଣ୍ଡକୁ ପୁରାପୁରି ଭାଙ୍ଗି ଦେଇଛି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ରାଜ୍ୟ କମିଟି ମେମ୍ବର ସାନୁ ପୋଟାମ ଓରଫ ନିତୁ, ଡିଭିଜନାଲ କମିଟି ମେମ୍ବର ସାନ୍ତାଏ ସଲାମ ଓରଫ ଅନୁପା, ଏରିଆ କମିଟି ମେମ୍ବର ଲକ୍ଷ୍ମୀ ମାଡଭୀ ଓରଫ ସଙ୍ଗୀତା ଏବଂ ସୁନୀଲ ତାଲେମ ଅଛନ୍ତି। ନିତୁଙ୍କ ମୁଣ୍ଡ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରହିଥିଲା। ସେହିପରି ଅନୁପାଙ୍କ ଉପରେ ୩୨ ଲକ୍ଷ, ଲକ୍ଷ୍ମୀ ଓ ସୁନୀଲଙ୍କ ମୁଣ୍ଡ ଉପରେ ୨୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ରହିଥିଲା। ଏମାନଙ୍କ ସହିତ ୬ ଜଣ ପାର୍ଟି ମେମ୍ବର ମଧ୍ୟ ଆତ୍ମସମର୍ପଣ କରିଛନ୍ତି। ଏ ସମସ୍ତ ନକ୍ସଲ ନିଜ ନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଛନ୍ତି। ସେଥି ମଧ୍ୟରେ ଦୁଇଟି ଇନସାସ, ଦୁଇଟି ଏସଏଲ ଆର, ତିନୋଟି  ୩୦୩ ରାଇଫଲ୍, ୨ ସିଙ୍ଗଲ୍ ସଟ୍, ଗୋଟିଏ ୧୨ ବୋର୍ ବନ୍ଧୁକ ଏବଂ ବିପୁଳ ପରିମାଣର ଗୁଳି ସମେତ ୧୦ଟି ଅସ୍ତ୍ରଶସ୍ତ୍ର ଆତ୍ମସମର୍ପଣ କରିଛନ୍ତି। ଏହି ଅସ୍ତ୍ରଶସ୍ତ୍ର ପାଇଁ ସେମାନଙ୍କୁ ପ୍ରାୟ ଦଶ ଲକ୍ଷ ଟଙ୍କା ମିଳିବ। କନ୍ଧମାଳ ଜିଲ୍ଲାର ଫୁଲବାଣୀ ସ୍ଥିତ ରିଜର୍ଭ ପୁଲିସ ପଡିଆରେ ଆୟୋଜିତ ଏକ ସମାରୋହରେ ଅତିରିକ୍ତ ଡିଜି (ଆଣ୍ଟି ନକ୍ସଲ ଅପରେସନ) ସଞ୍ଜୀବ ପଣ୍ଡା ଏହି ମାଓବାଦୀଙ୍କୁ ସମାଜର ମୂଖ୍ୟ ଧାରାକୁ ସ୍ବାଗତ କରି ସରକାରଙ୍କ ପକ୍ଷରୁ ରହିଥିବା ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି। ସୂଚନାଯୋଗ୍ୟ, କନ୍ଧମାଳ ପୁଲିସ ଆଗରେ ଏକକାଳୀନ ଏତେ ସଂଖ୍ୟକ ମାଓବାଦୀ ଆତ୍ମସମର୍ପଣ କରିବା ଏହା ପ୍ରଥମ ଘଟଣା। ଜିଲ୍ଲାରେ ଗତ ଦିନ ମାନଙ୍କରେ ନକ୍ସଲ ବିରୋଧୀ ଅଭିଯାନରେ ପୁଲିସକୁ ମିଳିଥିବା ସଫଳତା ପାଇଁ ଏସପି ହରିଶ ବି ସିଙ୍କ ଯୋଜନାବଦ୍ଧ ଅପରେସନ ଏବଂ ଏସଓଜି ଯବାନ ଓ ସିଆରପିଏଫ ଭଳି ଅର୍ଦ୍ଧ ସାମରିକ ବାହିନୀଙ୍କ ସହଯୋଗକୁ ଏଡିଜି ଶ୍ରେୟ ଦେଇଛନ୍ତି। ଓଡ଼ିଶା ରାଜ୍ୟ ପୋଲିସର ଡିଜିପିଙ୍କ ପକ୍ଷରୁ ସକ୍ରିୟ ଥିବା ଅନ୍ୟ ମାଓବାଦୀ କ୍ୟାଡର ଏବଂ ନେତାମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଆହ୍ୱାନ ଦିଆଯାଇଛି। ଆତ୍ମସମର୍ପଣ କରୁଥିବା ମାଓବାଦୀମାନଙ୍କୁ ଓଡ଼ିଶା ସରକାରଙ୍କ ବିସ୍ତୃତ ଥଇଥାନ କାର୍ଯ୍ୟକ୍ରମ ଅଧୀନରେ ପୂର୍ଣ୍ଣ ସମର୍ଥନ ଏବଂ ସୁରକ୍ଷା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ଏହାଦ୍ୱାରା ସେମାନେ ଏକ ଶାନ୍ତିପୂର୍ଣ୍ଣ ଏବଂ ସମ୍ମାନଜନକ ଜୀବନ ଯାପନ କରିପାରିବେ। ଏହି ଆତ୍ମସମର୍ପଣ ପରେ କେକେବିଏନ୍ (KKBN) ଡିଭିଜନରେ ମାଓବାଦୀଙ୍କ ନେତୃତ୍ୱ ଏବଂ କାର୍ଯ୍ୟକ୍ଷମତା ବହୁଳ ଭାବରେ ଦୁର୍ବଳ ହୋଇଯାଇଛି। ସରକାରଙ୍କ ଥଇଥାନ ନୀତି ଏବଂ ସୁରକ୍ଷା ବାହିନୀର କ୍ରମାଗତ ଚାପ ଯୋଗୁଁ ନକ୍ସଲମାନେ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଶାନ୍ତିର ପଥ ବାଛୁଛନ୍ତି।  ଆଜିର ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର, ଆଇଜି (ଅପରେସନ) ଦୀପକ କୁମାର, ଡିଆଇଜି ଅଖିଳେଶ୍ବର ସିଂ ପ୍ରମୁଖ ଉପସ୍ଥିତ ଥିଲେ।

News Comment

You Might Also Like

BACK TO TOP