Breaking News

ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||     

ଅନ୍ତର ପଡ଼ାରେ ବନାଗ୍ନି ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ |

24-Feb-2026

ଅନ୍ତରପଡାରେ ବନାଗ୍ନି ପ୍ରତିରୋଧ ସଚେତନତା  କାର୍ଯ୍ୟକ୍ରମ

ଓଡିଶା ଜନ ମତ, ବୁଗୁଡା, ୨୪/୦୨/୨୬ :  (ଡ. କୁମୁଦ ଚନ୍ଦ୍ର ବେହେରା :-

 ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡା ବନାଞ୍ଚଳର ବାଲିପଦର ସେକ୍ସନ ପକ୍ଷରୁ ଫେବୃୟାରୀ ୨୪ ତାରିଖ ଦିନ ଅନ୍ତରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ "ବନାଗ୍ନି ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ " ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ଜେନାଙ୍କ ସଂଯୋଜନା ଓ ଏସଏମସି ସଭାନେତ୍ରୀ ରଞ୍ଜୁଳାତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବୁଗୁଡା ବନାଞ୍ଚଳ ଅଧିକାରୀ ମାନସ କୁମାର ସାହୁ , ମୁଖ୍ୟବକ୍ତା ଭାବେ ତାଳସାକର ହାଇ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ତଥା ପ୍ରକୃତି ମିତ୍ର ଗୌରୀଶଙ୍କର ମିଶ୍ର, ସମ୍ନାନୀତ ଅତିଥି ଭାବେ ତାଳସାକର ୟୁ.ପି. ସ୍କୁଲ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଓ ବନପାଳ ସୁକାନ୍ତ କୁମାର ପଟ୍ଟନାୟକ ଯୋଗଦେଇଥିଲେ। ଏହି ସଭାରେ ରେଞ୍ଜ ଅଫିସର ଶ୍ରୀ ସାହୁ, ପ୍ରକୃତି ମିତ୍ର ଶ୍ରୀ ମିଶ୍ର, ପ୍ରଧାନ ଶିକ୍ଷକ ଶ୍ରୀ ସେଠୀ ଓ ଫରେଷ୍ଟର ଶ୍ରୀ ପଟ୍ଟନାୟକ ଶିକ୍ଷାର୍ଥୀମାନଙ୍କୁ ବନାଗ୍ନି କୁ କିପରି ପ୍ରତିରୋଧ କରାଯାଇପାରିବ ବୁଝାଇଥିଲେ। ଜଙ୍ଗଲରେ ଅଗ୍ନି ଲାଗିବା ଦ୍ୱାରା ବହୁ ମୂଲ୍ୟବାନ ବୃକ୍ଷ ସମେତ ବହୁ ଔଷଧୀୟ ବୃକ୍ଷ ଲତା ପୋଡି ନଷ୍ଟ ହେବା ସହ ପରିବେଶ ଉପରେ ଏହାର କୁପ୍ରଭାବ ବିଷୟରେ ବୁଝାଇଥିଲେ। ସହକାରୀ ଶିକ୍ଷୟିତ୍ରୀ ସ୍ୱାଗତିକା ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ବନାଗ୍ନି ପ୍ରତିରୋଧ ପାଇଁ ପ୍ଲାକାର୍ଡ ଓ ବ୍ୟାନର ଧରି ବିଭିନ୍ନ ସ୍ଲୋଗାନ ଦେଇ ଏକ ରାଲି ବାହାରି ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ଶିକ୍ଷକ କମଳ ଲୋଚନ ପ୍ରଧାନ ଓ ଶିବରାମ ଆପଟ ଏବଂ ଶିକ୍ଷୟିତ୍ରୀ କଲ୍ୟାଣି ସେଠୀ ଓ ଲୋପାମୁଦ୍ରା ଲେଙ୍କା ଙ୍କ ସମେତ ବାଲିପଦର ସେକ୍ସନ ବନରକ୍ଷୀ ଓ ବନ ବିଭାଗ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

News Comment

You Might Also Like

BACK TO TOP