Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ବେଲଘର ବନାଞ୍ଚଳ ରେ ହାତୀ ମୃତ୍ୟୁ ଘଟଣା , ତଦନ୍ତ ପାଈଁ ପହଂଚିଲେ ଡ଼ିଏଫଓ |

19-Jan-2026

ବେଲଘର ବନାଞ୍ଚଳରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ ପାଇଁ ପହଞ୍ଚିଲେ ଡିଏଫଓ : ମୃତ୍ୟୁ ରହସ୍ୟ ଖୋଲିବ କି ?  

ଓଡିଶା ଜନମତ, ବାଲିଗୁଡା, ତା, ୧୯/୦୧ : 

ସଞ୍ଜୟ କୁମାର ପାଣିଗ୍ରାହୀ): 

କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଝିରିପାଣି ପଞ୍ଚାୟତର ସିମିଲିପଦର ନିକଟସ୍ଥ ମୁଣ୍ଡୁଟି ଜଙ୍ଗଲରେ ଏକ ହାତୀ ଜାନୁୟାରୀ ୫ ତାରିଖ ରେ ମୃତ୍ୟୁ ବରଣ କରିଥିବା ବେଳେ ଏହା ଲୋକ ଲୋଚନକୁ ନ ଆସିବା ଏବଂ ଏହାର ତଦନ୍ତ ପାଇଁ କୌଣସି ଅଧିକାରୀ ନ ଆସିବାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରୁ ଏହି ଘଟଣା ଜଙ୍ଗଲ ମଧ୍ୟରେ ନ ରହି ବାହାରକୁ ଆସିଲା। ସେଥିରୁ ଜଣାପଡ଼ିଲା ହାତୀ ଟିର ମୃତ ଦେହ ସେହି ସ୍ଥାନ ରେ ନ ରଖି ତାହାକୁ ଖଣ୍ଡ ଖଣ୍ଡ କରି ଜରୀ ଅଖା ରେ ଭର୍ତ୍ତି କରି ଏକ ପିକ୍ପପ ରେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ହାତୀ ମୃତ କୁ ସମ୍ପୂର୍ଣ୍ଣ ଭାବରେ ଲୁଚାଇ ରଫା ଦଫା କରିବା ପାଇଁ ବନ ବିଭାଗର କିଛି ଅଧିକାରୀ ମସୁଧା କରୁଥିବା ଜଣାପଡିଛି । ଏ ନେଇ ତୁମୁଡିବନ୍ଧ ରେଞ୍ଜର ଙ୍କ ଠାରୁ ଆରମ୍ଭ କରି ବାଲିଗୁଡା ଡିଏଫଓ କେହିବି ଘଟଣା ସମ୍ପର୍କ ରେ ମୁହଁ ଖୋଲୁ ନାହାନ୍ତି କି ଅଭିଯୋଗ ପରେ ମଧ୍ୟ ଘଟଣା ସ୍ଥଳକୁ କେହିବି ନ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏ ସମ୍ପର୍କ ରେ ଗଣ ମାଧ୍ୟମ ପ୍ରତିନିଧି ମାନେ ପଚାରିବା ପରେ ବେଲଘର ରେ ଡିଏଫଓ ଘନଶ୍ୟାମ ମହାନ୍ତ ଙ୍କ ସହ ଏସିଏଫ ସୂର୍ଯ୍ୟକାନ୍ତ ବେହେରା, ମନୋରଞ୍ଜନ ବାଗ, ବେଲଘର ରେଞ୍ଜ ଅଫିସରେ ପହଞ୍ଚିଛନ୍ତି। ବେଲଘର ରେଞ୍ଜର ବିନୟ କୁମାର ବିଶି, ଫରେଷ୍ଟ ର ବୁଦ୍ଧଦେବ କହଁର କୁ ପଚରା ଉଚରା କରିଥିବା ଜଣାପଡିଛି । ତେବେ ତଦନ୍ତ କରି ଅଧିକାରୀ ମାନେ ଫେରିଛନ୍ତି। ତଦନ୍ତ ରିପୋର୍ଟ ରେ ହାତୀ ମୃତ ର ସତ୍ୟ ଖବର ଉପରୁ ପରଦା ହଟିବ ନା ମିଳି ମିଶି ଘଟଣା ନିଜ ଅଧିକାରୀ ଙ୍କୁ ବଞ୍ଚାଇ ଦିଆଯିବ ତାହାକୁ ନେଇ ଏବେ ଆଲୋଚନା ବିଷୟ ପାଲଟିଛି। ପରିବେଶବିତ କହିଛନ୍ତି ଏହାର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ରହିଛି। ନ ହେଲେ ନିଜ କର୍ମଚାରୀ ଡାହାଣୀ ନିଜ ଅଧିକାରୀ ଗୁଣିଆ ହୋଇ ଘଟଣା କୁ ଚାପି ଦିଆଯିବ। ତାହାକୁ ନେଇ ସମସ୍ତଙ୍କ ନଜର ରହିଛି l

News Comment

You Might Also Like

BACK TO TOP