Breaking News

ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||      ନାଚୁଣୀ ପୋଲିସ କୁ ବଡ଼ ସଫଳତା ,9, 250 ଗ୍ରାମ ଗଂଜେଇ ଜବତ ସହ ଜଣେ ଗିରଫ |   (08-Aug-2026)       ||     

ରାଇପଡା ମଧୁ ଶବର ନିଖୋଜ ପାଇଁ ବେଗୁନିଆପଡା ଥାନା ଘେରିଲେ ଶତାଧିକ ଆଦିବାସୀ |

22-Dec-2025

ରାଇପଡ଼ାର ଆଦିବାସୀ ମଧୁ ଶବର ନିଖୋଜ,
ବେଗୁନିଆପଡ଼ା ଥାନା ଘେରିଲେ ଶତାଧିକ ଆଦିବାସୀ,

 ଓଡିଶା ଜନ ମତ,ବେଗୁନିଆପଡା, ସୂର୍ଯ୍ୟ ନାରାୟଣ ବଡୁ,

ତା --୨୨/୧୨ /୨୦୨୫:
ଆଖି ପରୀକ୍ଷା କରିବାକୁ ଯାଇ ବ୍ରହ୍ମପୁରରୁ ନିଖୋଜ ହୋଇଗଲେ ଆଦିବାସୀ।ଦୀର୍ଘ ଦେଢମାସ ହୋଇ ଗଲାଣି, ଆଦିବାସୀ ମଧୁ ଶବରକଂ ପତ୍ତା ମିଳିଲା ନାହିଁ। ଏନେଇ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଓ ଗଞ୍ଜାମ ବେଗୁନିଆପଡ଼ା ଥାନାରେ ଅଭିଯୋଗ ହୋଇଛି। କିନ୍ତୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଥାନା ଚନ୍ଦନପୁର ପଞ୍ଚାୟତ ରାଇପଡ଼ାର ଶତାଧିକ ଆଦିବାସୀ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା ରେ ସିଦ୍ଧେଶ୍ୱର ମନ୍ଦିର ଠାରୁ ବାହାରି ବେଗୁନିଆପଡ଼ା ଗ୍ରାମ ପରିକ୍ରମା କରି ବେଗୁନିଆପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣା ରେ ବସିଥିଲେ । ନିଖୋଜ ମଧୁ ଶବରଙ୍କୁ ନେଇଥିବା ବ୍ରହ୍ମପୁର ଗୋଇଲୁଣ୍ଡିର ସନ୍ ଆଇ କେୟାର ହସ୍ପିଟାଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ନିଖୋଜ ବ୍ଯକ୍ତିଙ୍କୁ ଉଧାର ପାଇଁ ଦାବି କରିଛନ୍ତି ଆଦିବାସୀ ମାନେ। 
ସୂଚନା ମୁତାବକ ଗତ ନଭେମ୍ବର ୭ /2025 ରେ ବେଗୁନିଆପଡ଼ା ଥାନା ଅନ୍ତର୍ଗତ ଚନ୍ଦନପୁର ପଞ୍ଚାୟତରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ରୋଗୀଙ୍କ ଆଖି ପରୀକ୍ଷା କରି ମୋତିଆବିନ୍ଦୁ ଅପରେସନ ପାଇଁ କିଛି ରୋଗୀ ଙ୍କୁ ବ୍ରହ୍ମପୁର ସ୍ଥିତ ଗୋଇଲୁଣ୍ଡି ସନ୍ ଆଇ କେୟାର ହସ୍ପିଟାଲକୁ ନିଆଯାଇଥିଲା। ସନ୍ ଆଇ କେୟାର ହସ୍ପିଟାଲ ପକ୍ଷରୁ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସୋରଡାପଲ୍ଲୀ ରାଇଘର ଗାଁର ମଧୁ ଶବରଙ୍କୁ ଚିକିତ୍ସା ପାଇଁ ଗୋଇଲୁଣ୍ଡି ହସ୍ପିଟାଲକୁ ସଂପୃକ୍ତ ସଂସ୍ଥା ନେଇଥିଲେ। ଉକ୍ତ ହସ୍ପିଟାଲକୁ ରାଇପଡ଼ାର ୩ ରୋଗୀ ଯାଇଥିଲେ ଏବଂ ଫେରିଥିଲେ ୨ ଜଣ। ସେହିଦିନ ଅପରାହ୍ନରେ ହିଁ ହଠାତ୍ ସେହି ହସ୍ପିଟାଲରୁ ନିଖୋଜ ହୋଇଗଲେ ମଧୂ ଶବର। ତେବେ ଏହାପରେ ମଧୂ ଙ୍କ ପରିବାର ଲୋକେ ବେଗୁନିଆପଡ଼ା ଥାନାରେ ଅଭିଯୋଗ କରିବାକୁ ଆସିଥିଲେ। ଘଟଣା ବ୍ରହ୍ମପୁର ଅଞ୍ଚଳର ହୋଇଥିବାରୁ ପରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଏତଲା ଦିଆଯାଇଥିଲା। ମାମଲାକୁ ନେଇ ବୈଦ୍ୟନାଥପୁର ଥାନା ପୋଲିସ ପକ୍ଷରୁ ବେଗୁନିଆପଡ଼ା ଥାନାକୁ ଅନୁସନ୍ଧାନ ପାଇଁ କୁହାଯାଇଥିଲା। ଘଟଣାକୁ ନେଇ ଏସପିଙ୍କ ଦ୍ବାରସ୍ଥ ମଧ୍ୟ ହୋଇଥିଲେ ନିଖୋଜ ବ୍ଯକ୍ତିଙ୍କ ପରିବାର ଲୋକେ। ଦୀର୍ଘ ଦେଢମାସ ପରେ ବି ମଧୂ ଶବରକଂ ପତ୍ତା ମିଳୁ ନଥିବାରୁ ସନ୍ଦେହ ପ୍ରକାଶ କରିଛନ୍ତି ପରିବାର ଲୋକେ। ମଧୂକୁଂ ଅପହରଣ କରି କିଡ଼ନୀ ଓ ବିଭିନ୍ନ ଅଙ୍ଗ ପ୍ରତ୍ଯଙ୍ଗ ଉକ୍ତ ମେଡିକାଲ ମାଲିକ ଓ କର୍ମକର୍ତ୍ତା କାଢି ଦେଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ।ଏହାକୁ ନେଇ ସୋମବାର ବେଗୁନିଆପଡ଼ା ସିଦ୍ଧେଶ୍ଵର ମନ୍ଦିର ଠାରେ ଶତାଧିକ ଆଦିବାସୀ ମାନେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରା ରେ ଆସି ବେଗୁନିଆପଡ଼ା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନିଖୋଜ ମଧୁ ଶବରକୁଂ ତୁରନ୍ତ ଖୋଜିବା, ବ୍ରହ୍ମପୁର ଗୋଇଲୁଣ୍ଡି ଅଞ୍ଚଳର ସନ୍ ଆଇ କେୟାର ହସ୍ପିଟାଲ ବିରୁଦ୍ଧରେ ମାମଲା ରୁଜୁ କରିବା ନେଇ ଏକ ଦାବିପତ୍ର ବେଗୁନିଆପଡ଼ା ଥାନା ଅଧିକାରୀ ଭଗବାନ ପୂଜାରୀଙ୍କୁ ପ୍ରଦାନ କରିଛନ୍ତି। ଏଥିରେ ମିତ ସଂଗଠନ, ଭିଟାମାଟି ସୁରକ୍ଷା ଅଭିଯାନ, ରୁଷିକୂଲ୍ଯା ରୟତ ମହାସଭାର ସଦସ୍ୟ ସୌରୀ ଶବର, କୃଷକ ତଥା ଆଦିବାସୀ ନେତା ବିଜୟ ସ୍ବାଇଁ,ଯୋହନ ସ୍ୱାଇଁ, ଜୟନ୍ତୀ ଶବର, ସୁକାନ୍ତି ଶବର, ଶଂକର ଶବର, ରାଜୁ ଶବର, ଜଗବନ୍ଧୁ ଶବର ପ୍ରମୁଖ ନେତୃତ୍ୱ ନେଇଥିଲେ।

News Comment

You Might Also Like

BACK TO TOP