Breaking News

ରଣ ଝାଲୀ ରୋଡ଼ ନିକଟରେ ଅଟୋ ଧକ୍କାରେ ବାଇକ ଓ ସ୍କୁଟି ମୁହାଁମୁହିଁ ଧକ୍କା |   (19-Oct-2026)       ||      ତନ୍ତ୍ର ପୀଠ ଦକ୍ଷିଣ କାଳୀଙ୍କ ସରିଲା ଷୋଡଶ ଉପଚାର ପୂଜା ||   (19-Oct-2026)       ||      ଖଲ୍ଲିକୋଟ ବାଡ଼ ଯାତ୍ରାକୁ ପୁରିଲା 75 ବର୍ଷ, ଧୁମ, ଧାମ ରେ ପାଳନ ହେଉଛି ସାହି ଯାତ୍ରା |   (19-Oct-2026)       ||      ଝରକା ସଂରକ୍ଷିତ ଜଙ୍ଗଲରୁ ଶାଳ କାଠ ବୋଝେଇ ପିକପ ଭେନ ଜବତ, 3ଅଟକ ||   (19-Oct-2026)       ||      ଦୟାନିଧି ପୁର ଶାସନ ରେ ଥିବା କନକ ଦୁର୍ଗା ମହା ଗୌରୀ ବେଶ ରେ ଦର୍ଶନ ଦେଲେ |    (19-Oct-2026)       ||      ମା ତାରା ତାରିଣୀ ଙ୍କ ପୀଠରେ ସରିଲା ଷୋଡଶ ଦିନ ପୂଜା, ଆଜି ମହାକାଳୀ ବେଶରେ ଦର୍ଶନ ଦେବେ ମାଆ |   (19-Oct-2026)       ||      ତାରା ତାରିଣୀ ଙ୍କ ପୀଠରେ ଚାଲିଥିବା ଷୋଡଶ ଦିନାତ୍ମକ ପୂଜା ଶେଷ |    (19-Oct-2026)       ||      ନିଜ ଗାଁ କୁ ଫେରିଲା ମୃତ ଦେହ ଦାଦନ ଖଟିବାକୁ ଯାଇ ଶବ ହୋଈ ଫେରିଲେ |   (18-Oct-2026)       ||      ଖଲ୍ଲିକୋଟ ବ୍ଳକ କଂଗ୍ରେସ ର କର୍ମକର୍ତ୍ତା ଓ ନେତୃତ୍ୱ ମଣ୍ଡଳୀ ଙ୍କ ସମୀକ୍ଷା ବୈଠକ ||   (18-Oct-2026)       ||      କହ୍ନେଇ ପୁର ଠାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହାତ୍ସବ "ସୁରଭି -26`ଅନୁଷ୍ଠିତ |   (18-Oct-2026)       ||      ଖଲ୍ଲିକୋଟ ମାର୍ଦରାଜ ବଂଶର ପ୍ରତିଷ୍ଠିତ ଦେବୀ ମା ବହୁତି ଙ୍କ ପୀଠରେ ନବରାତ୍ରି ମହୋତ୍ସବ |   (18-Oct-2026)       ||      ଟ୍ରାଫିକ ସମସ୍ୟା ର ସମାଧାନ ପାଈଁ ପଦ୍ମପୁର ରେ ପୋଲିସ ଓ ଓକିଲ ସଙ୍ଘର ଆଲୋଚନା |   (18-Oct-2026)       ||      ରାୟଗଡା ଜିଲ୍ଲା 326ନଂ ଜାତୀୟ ରାଜପଥ ଗୁମ୍ମା ଘାଟିରେ ଭୟଙ୍କର ସଡ଼କ ଦୁର୍ଘଟଣା |   (17-Oct-2026)       ||      ଦୁର୍ଗାପୂଜା ପାଇଁ ଉତ୍ସବ ମୁଖର ଓ ଚଳ ଚଞ୍ଚଳ କଲ୍ୟାଣସିଂହ ପୁର ସହର |    (17-Oct-2026)       ||      ହିଞ୍ଜିଳି କଲେଜ ଗଣ୍ଡଗୋଳ କୁ ନେଇ ବିଜେଡିର ଥାନା ଆଗରେ ଧାରଣା ||   (17-Oct-2026)       ||      ସରସ୍ବତୀ ଶିଶୁମନ୍ଦିର ରେ ଅଭିଭାବକ ଓ ଅଭିଭାବିକା ଙ୍କ ବୈଠକ ଅନୁଷ୍ଠିତ |    (17-Oct-2026)       ||      କେଶପୁର ଠାରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -26 ଅନୁଷ୍ଠିତ ||   (16-Oct-2026)       ||      ହତ୍ୟା ମାମଲାରେ କୋଦଳା ଅତିରିକ୍ତ ଦୌରାଜଜ ଙ୍କ ଅଦାଲତ ରେ ଦୁଇ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ |    (16-Oct-2026)       ||      ଅଶାନ୍ତ ହିଞ୍ଜିଳି କଲେଜ କ୍ୟାମ୍ପସ, ଶପଥ ଗ୍ରହଣ ପୂର୍ବରୁ ଦୁଇଗୋଷ୍ଟି ଛାତ୍ର ମୁହାଁମୁହିଁ ||   (16-Oct-2026)       ||      10.754 କିଲୋ ଗଞ୍ଜେଇ ଜବତ ଘଟଣାରେ ତଦନ୍ତ କଲା କ୍ରାଇମ ବ୍ରାଞ୍ଚ    (16-Oct-2026)       ||     

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ||

27-Jan-2025

ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ ,

ଓଡିଶା ଜନମତ, ବୁଗୁଡା, ହର ପ୍ରସାଦ ପାଢ଼ୀ, ତା ୨୭/୦୧/୨୫ : 
ସ୍ଥାନୀୟ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବ୍ଲକ ପ୍ରଶାସନ ପକ୍ଷରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟର ସମୀକ୍ଷା ସହ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ଦୂତିକୃଷ୍ଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସମୀକ୍ଷକ ରବିନ୍ଦ୍ର କୁମାର ମାଲାମ୍ , ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁରେନ୍ଦ୍ର ନାୟକ, ଜିପିଡିଓ ଲଛମନ କଅଁର ପ୍ରମୁଖ ଯୋଗ ଦେଇଥିଲେ। ଏ ଅବସରରେ ଭାରପ୍ରାପ୍ତ ଏପିଓ ତୁଷାର ରଞ୍ଜନ ପ୍ରଧାନ ଆର୍ଥିକ ବର୍ଷ ୨୦୨୪-୨୫ର ମନରେଗା ସମ୍ପର୍କିତ ବିବରଣୀ ପଠନ କରିଥିଲେ। ଏଥିରେ ମନରେଗା ସମ୍ପର୍କିତ ଅନୁମୋଦିତ ପ୍ରକଳ୍ପ ସଂଖ୍ୟା-୨୮୨୧ , କାର୍ଯ୍ୟ କରାଯାଇଥିବା ପ୍ରକଳ୍ପ ସଂଖ୍ୟା - ୩୨୮ , ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପ ସଂଖ୍ୟା - ୧୮ , ପ୍ରାପ୍ତ ଅନୁଦାନ - ୩ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା , ଖର୍ଚ୍ଚ କରାଯାଇଥିବା ଅର୍ଥର ପରିମାଣ - ୩ କୋଟି ୮୦ ଲକ୍ଷ ୨୦ ହଜାର ଟଙ୍କା , ମୋଟ ପଞ୍ଜିକୃତ ପରିବାର ସଂଖ୍ୟା - ୧୮୩୮୫ , ମୋଟ ଜବକାର୍ଡଧାରୀଙ୍କ ସଂଖ୍ୟା - ୧୮୩୮୫ , କାର୍ଯ୍ଯ ଆବେଦନ କରିଥିବା ପରିବାର ସଂଖ୍ୟା - ୮୧୨୨ , କାର୍ଯ୍ଯରେ ଯୋଗ ଦେଇଥିବା ପରିବାର ସଂଖ୍ୟା - ୮୧୧୩ , ଶହେ ଦିନର କାର୍ଯ୍ଯ କରିଥିବା ପରିବାର ସଂଖ୍ୟା - ୪୨, ସୃଷ୍ଟି କରାଯାଇଥିବା ଶ୍ରମ ଦିବସ ସଂଖ୍ୟା - ୧୯୪୬୮୧ ଏବଂ ଗ୍ରହଣ କରାଯାଇଥିବା ଅଭିଯୋଗ ସଂଖ୍ୟା ଶୂନ୍ଯ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ଯପକ୍ଷରେ ଉପସ୍ଥିତ କେତେକ ଜନପ୍ରତିନିଧି ସେମାନଙ୍କ ପଞ୍ଚାୟତ ସମେତ ବ୍ଲକର ୨୧ଟି ପଞ୍ଚାୟତରୁ ୧୧ଟିରେ କାହିଁକି  ଉନ୍ନୟନ କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରଶ୍ନ ଉତଥାପନ କରାଯାଇଥିଲା ବେଳେ କୌଣସି ଉତ୍ତର ମିଳିପାରିନଥିଲା। ଏଥି ସହ ବାଲିପଦର ଜୋନ୍ ପ୍ରତି ସ୍ଥାନୀୟ ଉଦ୍ଯାନ କୃଷି ବିଭାଗ ଏବଂ ମୃତ୍ତିକା ସଂରକ୍ଷଣ ବିଭାଗର ଅଣଦେଖା ପ୍ରତି ଅଭିଯୋଗ ହୋଇଥିଲା। ଉଭୟ ବିଭାଗର କାର୍ଯ୍ୟ କେବଳ କାଗଜପତ୍ରରେ ସୀମିତ ବୋଲି ମଧ୍ଯ ଅଭିଯୋଗ ହୋଇଥିଲା । ସେହିପରି ବନ ବିଭାଗୀୟ ଅଧିକାରୀଙ୍କ ବଦଳରେ ଯୋଗ ଦେଇଥିବା କର୍ମଚାରୀ ଜଣକ ବିଭାଗୀୟ ସମ୍ପାଦିତ କାର୍ଯ୍ୟର ତଥ୍ଯ ସଠିକ ଭାବେ ଉପସ୍ଥାପନ କରିନପାରିବାରୁ ଅପଦସ୍ଥ ହେବାକୁ ପଡିଥିଲା। ଏ ଅବସରରେ ଉପସ୍ଥିତ ବିଭିନ୍ନ ବିଭାଗର ଅଧିକାରୀଙ୍କୁ ବ୍ଲକର ସମସ୍ତ ପଞ୍ଚାୟତରେ ପହଞ୍ଚି ସରକାରୀ ଉନ୍ନୟନ କାର୍ଯ୍ୟର ତଦାରଖ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ଶିବିରରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ କିମ୍ବା ପ୍ରତିନିଧି , ଜନପ୍ରତିନିଧି , କର୍ମଚାରୀଗଣ ଉପସ୍ଥିତ ରହିଥିଲେ।

News Comment

You Might Also Like

BACK TO TOP