Breaking News
Breaking News
17-Dec-2024
ଜିଲ୍ଲା ଶିକ୍ଷା ଧିକାରୀଙ୍କ ଅବହେଳା ପ୍ରତିବାଦ ରେଅସନ୍ତୋଷ ପ୍ରକାଶ କଲା ନବ ନିୟମିତ ଶିକ୍ଷକ ସଙ୍ଗ |
ଓଡିଶା ଜନମତ ବ୍ୟୁରୋ ,
ବ୍ରହ୍ମପୁର :୧୭ ମାସ ଧରି ବକେୟା ଦରମା ପ୍ରଦାନରେ ଗଞ୍ଜାମ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଅବହେଳା ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କଲା ଗଞ୍ଜାମ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ନବ-ନିୟମିତ ମାଧମିକ ଶିକ୍ଷକ ସଂଘ | ଭିଡ଼ିଓ କନ୍ଫେରେସିଂ ମାଧମରେ ଗଞ୍ଜାମ ଜିଲ୍ଲା ସରକାରୀ ଉଚ୍ଚ ବିଦ୍ୟାଳୟ ନିୟମିତ ମାଧମିକ ଶିକ୍ଷକ ସଂଘ (ଏକ୍ସଆଇଏ )ର କାର୍ଯ୍ୟକାରିଣୀ ବୈଠକରେ ବର୍ଷ ୨୦୧୬ ଠାରୁ ୨୦୨୪ ପର୍ଯ୍ୟନ୍ତ ନିଯୁକ୍ତିପ୍ରାପ୍ତ ନିୟମିତ ମାଧମିକ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କ ବିଭିନ୍ନ ମୌଳିକ ସମସ୍ୟା ସମ୍ପର୍କିତ ଆଲୋଚନା ଜିଲ୍ଲା ସଭାପତି ଜିତେନ୍ଦ୍ର କୁମାର ମହାରଣାଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇ ଥିଲା । ଏହି ବୈଠକରେ ପ୍ରମୁଖ ଦାବି ଯେପରିକି- ନିୟମିତ ହେବାର ୧୭ (ସତର) ମାସ ଅତିବା ହିତ ହେଲା ପରେ ମଧ୍ୟ ଉପର ବର୍ଣ୍ଣିତ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କ ବକେୟା ଦରମା ଯାହାକି ସରକାରୀ ଆଦେଶ ମୁତାବକ ୧୭.୧୦.୨୦୨୨ ଠାରୁ ନିୟମିତ ଦରମା ପ୍ରାପ୍ତ ପୂର୍ବ ପର୍ଯ୍ୟନ୍ତ ପ୍ରାପ୍ୟକୁ ବର୍ତ୍ତ ମାନ ପର୍ଯ୍ୟନ୍ତ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇ ନାହିଁ । ଏହି ପରିପ୍ରେକ୍ଷିରେ ବିଭିନ୍ନ ମୌଳିକ ସମସ୍ୟା ସମ୍ବଳିତ ଦାବୀପତ୍ର ଜିଲ୍ଲା ଶିକ୍ଷାଧକାରୀ, ଗଞ୍ଜାମଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଅବଗତ କରାଗଲେ ମଧ୍ୟ ଏଥ ସମ୍ପର୍କିତ କୌଣସି ପଦକ୍ଷେପ ବର୍ତମାନ ପର୍ଯ୍ୟନ୍ତ ଗ୍ରହଣ କରିନଥିବା ଯୋଗୁଁ ଜିଲ୍ଲାରେ କାର୍ଯ୍ୟରତଥିବା ୧୫୫୦ ରୁ ଭର୍ତ୍ତ ନିୟମିତ ମାଧମିକ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଅସନ୍ତୋଷ ପ୍ରକାଶ କରୁଅଛନ୍ତି ବୋଲି କର୍ମକର୍ତାମାନେ ଏହି ବୈଠକରେ ମତବ୍ୟକ୍ତ କରିଥଲେ । ବୈଠକରେ କର୍ମକର୍ଭାମାନଙ୍କ ଦ୍ବାରା ଏହି ଅବହେଳାର ପ୍ରତିବାଦରେ ନିନ୍ଦା ପ୍ରସ୍ତାବ ଆଗତ କରାଯାଇଥିଲା ଏହାସହ ଆଗାମୀ ଡିସେମ୍ବର ଶେଷ ସପ୍ତାହ ମଧ୍ୟରେ ଉପରବର୍ଣ୍ଣିତ ବକେୟ ରାଶି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ନିମନ୍ତେ କାର୍ଯ୍ୟାଳୟ ତରଫରୁ କୌଣସି ପଦକ୍ଷେପ ଗ୍ରହଣ ନକରାଯିବ ତେବେ ଜିଲ୍ଲା ସଙ୍ଘ କାର୍ଯ୍ୟାଳୟ ସମ୍ମୁଖରେ ଆଗାମି ଜାନୁୟାରୀ ପ୍ରଥମ ସପ୍ତାହରେ ଜିଲ୍ଲାରେ କର୍ଯ୍ୟ ରତ ଥିବା ସମସ୍ତ ନବନିୟ ମିତ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କୁ ଏକତ୍ରିତକରି ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବା ସହ ରାଜ୍ୟ ମାନବ ଅଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବ ବୋଲି ବରିଷ୍ଠ ସଦସ୍ୟ ତଥା ଉପଦେଷ୍ଠା ସନ୍ତୋଷ କୁମାର ସାଇଁ, ଧରେନ୍ଦ୍ର କୁମାର ସାଇଁ, ମହାସଚିବ ସିମାଂଚଳ ସାହୁ, ସାଧାରଣ ସମ୍ପାଦକ ରାମକୃଷ୍ଣ ମହାପାତ୍ର, ଉପସଭାପତି ଜଗବନ୍ଧୁ ପ୍ରଧାନ, ଗଣେଶ ସେଠୀ, ସିକା କାଳିଆ, କୁନାଳ ସେଠୀ, ଅନୁପ କୁମାର ନାୟକ, ଦେବରାଜ ବିଷୋୟୀ, ନରସିଂହ ବଡ଼ ମୁଣ୍ଡି, ଦେବାଶିଷ ପାଣିଗ୍ରାହୀ, ସାଧାରଣ ସମ୍ପାଦିକା ସୁକାନ୍ତି ମହାଙ୍କୁଡ଼, କୁସୁମ କୁମାରୀ ବେହେରା, ଏମ. ରଜନୀ ପାତ୍ର, ରଶ୍ମିତା ଜେନା, ରୋହିଣୀ କୁମାରୀ ସାହୁ, ସୁରେଖା ନାୟକ, ଦିସ୍ତୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ, ସେଠୀ, ବାପୁଜୀ ବେହେରା, ସମର୍ଥ ବେହେରା, ଗୋବିନ୍ଦ ବେହେରା, ବଳରାମ ବେହେରା, ରଞ୍ଜନ ସେଠୀ, ତୁଷାରକାନ୍ତ ବେହେରା, ଶିବରାମ ନାହାକ, ରମେଶ ବେହେରା, ଦିଲ୍ଲୀପ କୁମାର ନାହାକ, ଜଗମୋହନ ପାଣିଗ୍ରାହୀ, ଦେବାଶିଷ ମିଶ୍ର, ସୂର୍ଯ୍ୟକାନ୍ତ ଶିହାଳ, ଭବାନୀ ସେଠୀ, ମନୋଜ ବେହେରା, ରବିନ୍ଦ୍ର ବାଡ଼ତ୍ୟା, ରାଜେନ୍ଦ୍ର କୁମାର ସେଠୀ, ଜାଡା ରବି କୁମାର ଓ ଆଶିଷ କୁମାର ମିଶ୍ର ପ୍ରମୁଖ ଦୃଢ଼ ଦାବୀ ଉପସ୍ଥାପନ କରିଥିଲେ ।
BACK TO TOP