Breaking
News
Breaking
News
04-Sep-2026
ପରିବହନ ମନ୍ତ୍ରୀ ଙ୍କ ବଡ଼ ଘୋଷଣା , ଗାଡି ଚାଳକ ଙ୍କ ପାଇଁ ଖୁସି, କମିଲା PUCC ଫାଇନ |
ଓଡିଶା ଜନ ମତ ବ୍ୟୁରୋ ,
ଗାଡିର ପଲୁସନ ସାର୍ଟିଫିକେଟ ନଥିଲେ ହେଉଥିଲା ବଡ଼ ଜୋରିମାନା ଯାହାକି ଗାଡି ଚାଳକ ଙ୍କ ପାଇଁ ବହୁତ ଆସୁବିଧା ହେଉଥିଲା | ତେବେ ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର ଟଙ୍କାର ମୋଟା ଜରିମାନା || ତାହାକୁ କମିଇବା ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ବଡ଼ ଘୋଷଣା କରିଛନ୍ତି। ୧୦ ହଜାର ଟଙ୍କାରୁ କମାଇ ଏବେ ୬ ହଜାର କରାଯାଇଛି। ପ୍ରଥମ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ହଜାରେ ଏବଂ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ବାଇକ ପାଇଁ ୨ ହଜାର ଟଙ୍କା ଫାଇନ୍ ପଡ଼ିବ । ସେହିପରି ତିନି ଚକିଆ ଗାଡି ନିୟମ ଭାଙ୍ଗିଲେ ହଜାରେ, ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୨ ହଜାର ତଣ୍ଡ ଗଣିବେ। ମୋଟର କ୍ୟାବ୍ ଓ ଜିପ୍ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ୫ ହଜାର ଟଙ୍କା ଫାଇନ୍ ଦେବେ। ଏହା ସହିତ ଟ୍ରାକ୍ଟର , ଟ୍ରେଲର ପ୍ରଥମ ଥର ନିୟମ ଭାଙ୍ଗିଲେ ୨ ହଜାର ଫାଇନ୍ ପଡିବ। ଏହାଦ୍ୱାରା ଗାଡି ଚାଳକ ମାନେ ଟିକେ ଆଶ୍ବସ୍ତି ଲାଭ କରିବେ |
BACK TO TOP