Breaking
News
Breaking
News
03-Sep-2026
ଅମାନିଆ ଗାଡି ଚାଳକ ଙ୍କ ଷ୍ଟାଇଲ୍ ମାରିବା ପଡ଼ିବ ମହଙ୍ଗା,କ୍ୟାନସଲ୍ ହେଇଯିବ ଲାଇସେନ୍ସ ||
ଓଡିଶା ଜନ ମତ ବ୍ୟୁରୋ,
କାନରେ ଇଅର ଫୋନ ଏବଂ ଗୋଟିଏ ହାତରେ ମୋବାଇଲ ଓ ଗୋଟିଏ ହାତରେ ଗାଡି ଧରି ଯୁବପିଢ଼ି ଚାଳକ ଙ୍କୁ ଏଥର ମହଙ୍ଗା ପଡିବ | ବର୍ତ୍ତମାନ ସମୟରେ ଯୁବପିଢ଼ି ବାଇକ୍ କିମ୍ବା କାର୍ ଚଳାଇବା ବେଳେ ଗୀତ ଶୁଣିବା, ନେଭିଗେସନ୍ ଦେଖିବା କିମ୍ବା ଫୋନ୍ରେ କଥା ହେବା ପାଇଁ ୱେୟାରଲେସ୍ ଇୟରବଡ୍ସର ବହୁଳ ବ୍ୟବହାର କରୁଛନ୍ତି ।
ଶ୍ରୁତିମଧୁର ଗୀତ ଶୁଣିବା ହେଉଛି ଏକ ଭଲ ଅଭ୍ୟାସ । ଏମିତିକି ଡାକ୍ତରମାନେ ମଧ୍ୟ ମ୍ୟୁଜିକ୍ ଥେରାପି ନେବାକୁ ପରାମର୍ଶ ଦିଅନ୍ତି । କିନ୍ତୁ ଗାଡ଼ି ଚଲାଇବା ସମୟରେ ଯଦି ଆପଣ କାନରେ ହେଡ୍ ଫୋନ୍ ବା ଇୟରବଡ୍ସ ଦେଇ ଗୀତ ଶୁଣୁଛନ୍ତି ତା’ହେଲେ ଏବେ ମୋଟାଅଙ୍କର ତଣ୍ଡ ଗଣିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ । ବର୍ତ୍ତମାନ ସମୟରେ ଯୁବପିଢ଼ି ବାଇକ୍ କିମ୍ବା କାର୍ ଚଳାଇବା ବେଳେ ଗୀତ ଶୁଣିବା, ନେଭିଗେସନ୍ ଦେଖିବା କିମ୍ବା ଫୋନ୍ରେ କଥା ହେବା ପାଇଁ ୱେୟାରଲେସ୍ ଇୟରବଡ୍ସର ବହୁଳ ବ୍ୟବହାର କରୁଛନ୍ତି । କିନ୍ତୁ ବିନା ନିୟମ ଜାଣି ଏପରି କରିବା ଦ୍ୱାରା ସଡ଼କ ଦୁର୍ଘଟଣାର ଆଶଙ୍କା ବୃଦ୍ଧି ପାଉଛି। ଏହି କାରଣରୁ ଟ୍ରାଫିକ୍ ପୁଲିସ ମଧ୍ୟ ଅମାନିଆଙ୍କ ଉପରେ କଡ଼ା ନଜର ରଖିବା ସହ ଚାଲାଣ୍ କାଟୁଛି।
ଭାରତୀୟ ମୋଟର ଯାନ ଆଇନ ଅନୁଯାୟୀ, ଡ୍ରାଇଭିଂ ସମୟରେ ଚାଳକଙ୍କ ଧ୍ୟାନ ହଟାଉଥିବା କୌଣସି ବି କାର୍ଯ୍ୟ କରିବା ଆଇନଗତ ଅପରାଧ। ଯଦିଓ ଆଇନରେ ସିଧାସଳଖ ଭାବେ ସବୁ ପ୍ରକାର ଇୟରବଡ୍ସକୁ ସମ୍ପୂର୍ଣ୍ଣ ବ୍ୟାନ କରାଯାଇନାହିଁ କିନ୍ତୁ ଗାଡ଼ି ଚଳାଇବା ବେଳେ ଯଦି ପୁଲିସ ଚାଳକଙ୍କ ଧ୍ୟାନ ହଟାଉଥିବା ବୋଲି ଅନୁଭବ କରନ୍ତି ତେବେ ଏହାକୁ `ଅସୁରକ୍ଷିତ ଡ୍ରାଇଭିଂ` ମାନି ଚାଲାଣ୍ କଟାଯାଇପାରିବ। ଦୁଇଚକିଆ ଯାନ ଚଳାଉଥିବା ସମୟରେ ଦୁଇଟିଯାକ କାନ ବନ୍ଦ କରି ଗୀତ ଶୁଣିବା ଅତ୍ୟନ୍ତ ବିପଜ୍ଜନକ କାରଣ ଏହାଦ୍ୱାରା ପଛରୁ ଆସୁଥିବା ଗାଡ଼ିର ହର୍ଣ୍ଣ, ଆମ୍ବୁଲାନ୍ସ କିମ୍ବା ପୁଲିସର ସାଇରନ୍ ଶୁଣାଯାଏ ନାହିଁ। କାର୍ ଚାଳକମାନେ ପ୍ରାୟତଃ କଲିଂ ପାଇଁ ବ୍ଲୁଟୁଥ୍ ହେଡ୍ସେଟ୍ କିମ୍ବା ଇୟରବଡ୍ସ ବ୍ୟବହାର କରିଥା’ନ୍ତି । କାର୍ରେ ପୂର୍ବରୁ ଇନ୍ବିଲ୍ଟ ମ୍ୟୁଜିକ୍ ସିଷ୍ଟମ୍ ଏବଂ ହାଣ୍ଡସ୍-ଫ୍ରି ଫିଚର୍ସ ରହିଥିବାରୁ ଅଲଗା ଭାବେ ଇୟରବଡ୍ସ ଲଗାଇବା ଅନାବଶ୍ୟକ। ଦୀର୍ଘ ସମୟ ଧରି କାନରେ ଇୟରବଡ୍ସ ଲଗାଇ ରଖିବା ଦ୍ୱାରା ବାହ୍ୟ ଶବ୍ଦ ଶୁଣାଯାଏ ନାହିଁ ଯାହା ଫଳରେ ଜରୁରୀ ପରିସ୍ଥିତିରେ ଆକସ୍ମିକ ବ୍ରେକ୍ ଲଗାଇବା କିମ୍ବା ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପ୍ରତିକ୍ରିୟା ସମୟ କମିଯାଏ। ଏଣୁ ଏହା ମଧ୍ୟ ଟ୍ରାଫିକ୍ ନିୟମ ଉଲ୍ଲଂଘନ ପରିସରଭୁକ୍ତ ହୋଇଥାଏ।
BACK TO TOP